ଏହା ହେଉଛି ଓମିକ୍ରନର ୩ ସବୁଠୁ ବଡ ଲକ୍ଷଣ, କରୋନାର ଅନ୍ୟ ଷ୍ଟ୍ରେନଠୁ ସଂପୂର୍ଣ୍ଣ ଭିନ୍ନ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩।୧୨: ଭାରତରେ କରୋନା ଭାଇରସ୍‌ର ନୂତନ ପ୍ରଜାତି ଓମିକ୍ରନର ଦୁଇଟି ମାମଲା କର୍ଣ୍ଣାଟକରୁ ଚିହ୍ନଟ ହୋଇଛି। ଏହା ପରେ ନୂତନ ଷ୍ଟ୍ରେନକୁ ନେଇ ଚିନ୍ତା ଲଗାତାର ବଢିବାରେ ଲାଗିଛି। ଡାକ୍ତରଙ୍କ ଅନୁଯାୟୀ, ଓମିକ୍ରନ ପ୍ରଜାତି କରୋନା ଡେଲ୍‌ଟା ପ୍ରଜାତିଠୁ ଅଧିକ ସଂକ୍ରାମକ। ପ୍ରଥମ ଥର ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ଏହି ନୂତନ ପ୍ରଜାତି ସମଗ୍ର ଦୁନିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥିରୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ନୂତନ ପ୍ରଜାତି କେତେ ଘାତକ। ଏହାକୁ ନେଇ ସମଗ୍ର ଦୁନିଆର ବୈଜ୍ଞାନିକ ଓ ଡବ୍ଲ୍ୟୁଏଚଓର ଗବେଷକ ଦଳ ଲାଗି ପରିଛନ୍ତି।

ଓମିକ୍ରନର ତିନି ବଡ ଲକ୍ଷଣ

ମିରର ରିପୋର୍ଟ ଅନୁଯାୟୀ, ଡାକ୍ତର ଆଞ୍ଜେଲିକ କୋଏତଜି କହିଛନ୍ତି, ପୂର୍ବତ  ଷ୍ଟ୍ରେନ ତୂଳନାରେ ଓମିକ୍ରନର ଲକ୍ଷଣ ଅଲଗା ହୋଇପାରେ। ଏହାର ଲକ୍ଷଣ ବିଷୟରେ ସେ କହିଛନ୍ତି, ରୋଗୀଙ୍କୁ ସର୍ବପ୍ରଥମେ ଥକା ଲାଗିବା, ଶରୀର ଯନ୍ତ୍ରଣା ଏବଂ ମୁଣ୍ଡ ବ୍ୟଥା ଦେଖିବାକୁ ମିଳୁଛି। ଏହା  ବ୍ୟତୀତ କିଛି ରୋଗୀଙ୍କଠାରେ ଦୁର୍ବଳତା ଦେଖିବାକୁ ମିଳିଛି। ଆଉ କିଛି ରୋଗୀଙ୍କ ଘ୍ରାଣ ଶକ୍ତି ଏବଂ ସ୍ଵାଦ ଶକ୍ତି ହ୍ରାସ ପାଇ ଯାଉଛି।

ଡାକ୍ତର କହିଛନ୍ତି, ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଓମିକ୍ରନ ଉପରେ ଭ୍ୟାକ୍ସିନ କେତେ ପ୍ରଭାବୀ ରହିବ। ଏହାର ଗବେଷଣା ଜାରି ରହିଛି। କିନ୍ତୁ ଯେଉଁ ଲୋକେ ଟିକା ନେଇଛନ୍ତି, ସେମାନଙ୍କଠାରେ ଓମିକ୍ରନର ହାଲୁକା ଲକ୍ଷଣ ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.