ଧନୁଯାତ୍ରାରେ ରାଜଦରବାକୁ ଆସିଲେ ରାଜ ଅତିଥି

Published By : Prameya-News7 Bureau | January 05, 2020 IST

ବରଗଡ ୦୫।୦୧ - ଜମୁଛି ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା । ମହାରାଜ କଂସଙ୍କ ଆଦେଶରେ ରାଜଦରବାର ରେ ପହଞ୍ଚିଛନ୍ତି ରାଜ ଅତିଥି ।

{"id":207421,"sizeSlug":"large"}

 ପଞ୍ଚମ ସଂନ୍ଧ୍ୟାରେ ରାଜଦରବାରେ ପହଞ୍ଚିଥିଲେ ସମ୍ବଲପୁର ରେଲଓ୍ୱେ ଡିଭିଜନର ଡି.ଆରଏମ  ପ୍ରଦୀପ କୁମାର,ଦୌଡରାଣୀ ଦୁତୀ ଚାନ୍ଦ ଓ ବିରୋଧୀ ଦଳର ନେତା ପ୍ରଦୀପ ନାୟକ । ମଥୁରା ନଗରୀରୁ ଭୁବନେଶ୍ବର ଓ ଦିଲ୍ଳୀପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମହାରାଜ ଡି.ଆର.ଏମଙ୍କୁ ନିର୍ଦଶେ ଦେଇଥିଲେ ।

{"id":207422,"sizeSlug":"large"}

ସେହି ପରି ମଥୁରା ନଗରୀ ରେ ଖେଳକୁଦ କୁ ଅଗ୍ରାଧିକାର ଭିର୍ତ୍ତିରେ ପ୍ରସୟ ଦେବା ସହ ନୂଆଁ ପ୍ରତିଭା ଅନ୍ୱେଷଣ କରିବା ପାଇଁ ନିର୍ଦଶେ ଦେଇଥିଲେ । ଏହା ସହିତ ମହାରାଜଙ୍କ ଦରବାର ରେ ପହଞ୍ଚିଥିଲେ ବିରୋଧି ଦଳର ନେତା ପ୍ରଦୀପ ନାୟକ ।

{"id":207423,"sizeSlug":"large"}

ମଥୁରା ନଗରୀ ର ପ୍ରଜା ,ଚାଷୀକୂଳ ଧାନବିକ୍ରି କରିବା ପାଇଁ ହଟହଟା ହେଉଥିବାରୁ ମହାରାଜଙ୍କ ଆଗରେ ଗୁହାରୀ କରିଥିଲେ । ନାରୀ ସୁରକ୍ଷା ,କୁ ନେଇ ମଧ୍ୟ ମହାରାଜଙ୍କୁ ଗୁହାରୀ କରିଥିଲେ ବିରୋଧି ଦଳର ନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.