ହାରିଲେ ବିଜେପିର କେଭି ସିଂଦେଓ, ମନମୋହନ ସାମଲ, ପୃଥ୍ବୀରାଜ ଏବଂ ରାଧାରାଣୀ ପଣ୍ଡା

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର୨୩|୫: ବଲାଙ୍ଗିର ଜିଲ୍ଲାର ପାଟଣାଗଡରେ ହାରିଯାଇଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓ । ବିଜେଡିର ସରୋଜ ମେହେରଙ୍କଠୁ ସେ ପରାସ୍ତ ହୋଇଛନ୍ତି । ସେହଭଳି ଚିଲିକା ବିଧାନସଭା ଆସନରୁ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ପରାସ୍ତ ହୋଇଛନ୍ତି  ପୃଥ୍ବୀରାଜ ହରିଚନ୍ଦନ । ଚାନ୍ଦବାଲିରୁ ମଧ୍ୟ ବିଜେପିର ହେଭିୱେଟ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପରାସ୍ତ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ପରାସ୍ତ ହୋଇଛନ୍ତି ।

ବ୍ରଜରାଜନଗରରେ ବିଧାୟିକା ତଥା ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ପରାସ୍ତ ହୋଇଛନ୍ତି । ପାଖାପାଖି ୧୦ ହଜାର ଭୋଟ ବ୍ୟବଧାନରେ ସେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପରାସ୍ତ ହୋଇଚନ୍ତି । କଟକ-ବାରବାଟୀ ଆସନରେ ପୂର୍ବତନ ମନ୍ତ୍ରୀ ସମୀର ଦେ ହାରିଯାଇଛନ୍ତି । ଏହି ଆସନରେ କଂଗ୍ରେସର ମହମ୍ମଦ ମୋକିମ ଏବଂ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଲଢେଇ ହୋଇଥିବାବେଳେ ବିଜେପି ତୃତୀୟ ସ୍ଥାନରେ ରହିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.