Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍, ଗୃହ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ରେ ୪ ବଡ ପରିବର୍ତ୍ତନ

17/05/2020 at 7:23 PM

ନୂଆଦିଲ୍ଲୀ ୧୭।୦୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ପୁଣି ଥରେ ଦେଶରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରଣାଳୟ ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ସରକାର ଲକ୍‌ଡାଉନ୍‌ର ନୂତନ ପର୍ଯ୍ୟାୟ ଲାଗି ଗାଇଡ୍ ଲାଇନ୍‌ ମଧ୍ୟ ଜାରି କରିଛନ୍ତି। ମାତ୍ର ଏଥର ସରକାର ଲକ୍‌ଡାଉନ୍‌ ୪.୦ରେ ଚାରୋଟି ବଡ ପରିବର୍ତ୍ତନ କରିଛନ୍ତି। ଏଥିରୁ ସବୁଠୁ ବଡ ପରିବର୍ତ୍ତନ ରାଜ୍ୟ ମଧ୍ୟରେ ବସ୍ ଚଳାଚଳ ନେଇ ରହିଛି। ଏବେ ରାଜ୍ୟଗୁଡିକର ସହମତି ଭିତ୍ତିରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ହୋଇ ପାରିବ।

କେନ୍ଦ୍ର ସରକାର ଏଥର ରାଜ୍ୟକୁ ଅଧିକ ସ୍ଵାଧୀନତା ଦେଇ  କିଛି ନିର୍ଣ୍ଣୟ ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍‌ ନିଷ୍ପତ୍ତି କରିବାର ଅଧିକାର ରାଜ୍ୟକୁ ପ୍ରଦାନ କରିଛନ୍ତି। ସରକାର ଏଥର ଜୋନ୍‌ରେ ବଫର ଓ କଣ୍ଟେନମେଣ୍ଟ ଜୋନ୍‌କୁ ସାମିଲ କରିଛନ୍ତି।

ଏହା ବ୍ୟତୀତ ସରକାର ଷ୍ଟାଡିୟମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଦର୍ଶକଙ୍କୁ ପ୍ରବେଶ ଅନୁମତି ନାହିଁ। ଏହା ବ୍ୟତୀତ ରେସ୍ତୋରାଁର କିଚେନ୍ ହୋମ ଡେଲିଭରୀ ଲାଗି ଖୋଲି ଦିଆଯାଇଛି। ଏହା ପୂର୍ବରୁ ଏ ପର୍ଯ୍ୟନ୍ତ ରେସ୍ତୋରାଁ ଖୋଲିବାକୁ ଅନୁମତି ନଥିଲା।

   Related Posts