IPL ଦେଖିବା ପାଇଁ Hotstar ସହ ଆସୁଛି ୩ଜିବି ଡାଟାର ଶସ୍ତା ପ୍ଲାନ୍, ଜାଣନ୍ତୁ କେଉଁଟା ଆପଣଙ୍କ ପାଇଁ ଉପଯୋଗୀ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୦୮।୦୪: ଆଇପିଏଲ୍‌ର ୧୪ଶ ସଂସ୍କରଣ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ଲୋକଙ୍କୁ ଏବେ ମୋବାଇଲ୍‌ରେ ମ୍ୟାଚ୍‌ ଦେଖିବା ସୁବିଧା ହେବା ସହ ଭଲ ମାଧ୍ୟମ ପାଲଟିଛି। ମୋବାଇଲ୍‌ରେ ମ୍ୟାଚ୍‌ ଦେଖିବାକୁ ହେଲେ ଅଧିକ ଡାଟା ଥିବା ପ୍ଲାନ ମଧ୍ୟ ଦରକାର। ଅଧିକ ଡାଟାର ଅର୍ଥ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏଠାରେ ଆମେ ସମସ୍ତ କମ୍ପାନୀର ୫୦୦ରୁ କମ୍ ଟଙ୍କାରେ ଆସିବାକୁ ଥିବା ପ୍ଲାନ ବିଷୟରେ ଜଣାଇବୁ। ଏହି ସବୁ ପ୍ଲାନରେ ଆପଣଙ୍କୁ ଦୈନିକ ୩ ଜିବି ଡାଟା ମିଳିବ।

ରିଲାଏନ୍ସ ଜିଓର ୪୦୧ ଟଙ୍କିଆ ପ୍ଲାନ

ରିଲାଏନ୍ସ ଜିଓର ୪୦୧ ଟଙ୍କିଆ ପ୍ଲାନରେ ଗ୍ରାହକ ଆଇପିଏଲ୍ ଦେଖିବାର ମଜା ଉଠାଇପାରିବେ। ଏହି ପ୍ଲାନରେ Disney+Hotstar ସବସ୍କ୍ରିପସନ ସହିତ ଆସିଥାଏ।

ଏହି ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ ୟୁଜର୍ସଙ୍କୁ ଦୈନିକ ୩ଜିବି ଡାଟା ୨୮ ଦିନ ପର୍ଯ୍ୟନ୍ତ ମିଳିବ। ଏହି ପ୍ଲାନରେ ଅସୀମିତ କଲ୍‌ ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିବ।

ରିଲାଏନ୍ସ ଜିଓର ୩୪୯ ଟଙ୍କିଆ ପ୍ଲାନ

ରିଲାଏନ୍ସ ଜିଓର ୩୪୯ ଟଙ୍କିଆ ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହା ବ୍ୟତୀତ ଏହି ପ୍ଲାନରେ ଅସୀମିତ କଲ୍ ଏବଂ ଦୈନିକ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ।

ଏୟାରଟେଲ୍‌ର ୪୦୧ ଟଙ୍କିଆ ପ୍ଲାନ

ଏୟାରଟେଲ୍‌ର ୪୦୧ ଟଙ୍କିଆ ପ୍ଲାନରେ ଅସୀମିତ କଲ୍, ପ୍ରତିଦିନ ୧୦୦ ଏସଏମଏସ୍ ଓ ଦୈନିକ ୩ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ କମ୍ପାନୀ ପକ୍ଷରୁ ମାଗଣାରେ Disney+Hotstar ସବସ୍କ୍ରିପସନ ମଧ୍ୟ ଦିଆଯିବ।

ଭୋଡାଫୋନ୍‌ ଆଇଡିଆର ୪୦୧ ଟଙ୍କିଆ ପ୍ଲାନ

ଭୋଡାଫୋନ୍‌ ଆଇଡିଆର ୪୦୧ ଟଙ୍କିଆ ପ୍ଲାନର  ବୈଧତା ୨୮ ଦିନ ରହିଛି। ଏଥିରେ ୟୁଜର୍ସଙ୍କୁ ଦୈନିକ ୩ଜିବି ଡାଟା ମିଳିବ। ଏହା ବ୍ୟତୀତ ଅସୀମିତ କଲ୍ ଏବଂ ପ୍ରତି ଦିନ ୧୦୦ ଏସଏମଏସ ମିଳିବ। ଏହି ପ୍ଲାନରେ କମ୍ପାନୀ Disney+Hotstar ସବସ୍କ୍ରିପସନ ପ୍ରଦାନ କରିବ। ଏହି ପ୍ଲାନରେ ଅତିରିକ୍ତ ୧୬ଜିବି ଡାଟା ମଧ୍ୟ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.