Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପାଣି ଭଳି ମଦ ପିଅନ୍ତି ଏହି ଅଭିନେତ୍ରୀମାନେ : ଜାଣନ୍ତୁ କିଏ?

26/03/2019 at 1:01 PM

ମୁମ୍ବାଇ ୨୬/୩: ସଲମାନ ଖାନ,ସଞ୍ଜୟ ଦତ୍ତ ଭଳି ବଡ଼ ବଡ଼ ଅଭିନେତାଙ୍କ ମଦ ନିଶା ବିଷୟରେ ସମସ୍ତେ​ ଜାଣନ୍ତି। ଏହିସବୁ ଅଭିନେତାମାନେ ନିଜର ମଦ ନିଶା କାରଣରୁ ସବୁବେଳେ ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ କେବଳ ଅଭିନେତା ନୁହଁନ୍ତି ଅଭିନେତ୍ରୀମାନେ ମଧ୍ୟ ମଦ ପିଇବାରେ ଏକ୍ସପର୍ଟ। ବଲିଉଡରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅତ୍ୟଧିକ ମଦ ପିଇଥାଆନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ

୧.ମନୀଷା କୋଇରାଲା: ମନୀଷା କୋଇରାଲା ଫିଲ୍ମ ବ୍ୟତୀତ ବାସ୍ତବ ଜୀବନରେ ମଧ୍ୟ ଅତ୍ୟଧିକ ମଦ ପିଇଥାଆନ୍ତି। ଆଗେ ମନୀଷା ଏତେ ମାତ୍ରାରେ ମଦ ପିଉଥିଲେ ଯେ ତାଙ୍କୁ ମଦ ଛଡ଼ା ଆଉ କିଛି ଦେଖାଯାଉନଥିଲା।

୨.ଅମୀଷା ପଟେଲ୍: ଅମିଷା ପଟେଲ୍ ଅନେକ ପାର୍ଟିରେ ମଦ ପିଇ ମାତାଲ ହୋଇଯାଇଥାଆନ୍ତି। ଅମୀଷାଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ବିବାଦୀୟ। ଅମୀଷାଙ୍କ ପ୍ରଥମ ଫିଲ୍ମ ବ୍ଲକବଷ୍ଟର ହୋଇଥିଲା କିନ୍ତୁ ସେ ତାଙ୍କ ସ୍ଥିତିକୁ ସମ୍ଭାଳି ପାରିନଥିଲେ ଯାହା ଦ୍ବାରା ତାଙ୍କୁ ଫିଲ୍ମ ମିଳିବା ଧୀରେ ଧୀରେ ବନ୍ଦ ହୋଇଯାଇଥିଲା।

୩. ସୁଷ୍ମିତା ସେନ : ଦୁଇ ଝିଅଙ୍କୁ ପୋଷ୍ୟପୁତ୍ରୀ ଗ୍ରହଣ କରିଥିବା ସୁଷ୍ମିତା ସେନ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ସେ ଏବେ ସବୁବେଳେ ମଦ ପିଉଛନ୍ତି। ସୁଷ୍ମିତା ଏଯାଏଁ ବିବାହ କରିନାହାନ୍ତି କିନ୍ତୁ ଦୁଇ ଝିଅଙ୍କୁ ପୋଷ୍ୟ ପୁତ୍ରୀଭାବେ ଗ୍ରହଣ କରିଛନ୍ତି। ଏବେ ସୁଷ୍ମିତା ନିଜଠୁ ୧୫ବର୍ଷ ସାନ ଜଣେ ମଡେଲଙ୍କୁ ଡେଟ୍ କରୁଛନ୍ତି। ସୂଚନା ମିଳିଛି ଯେ ସେ ଆସନ୍ତା ବର୍ଷ ବିବାହ ମଧ୍ୟ କରି ପାରନ୍ତି।

୪.ରାଖୀ : ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧା ଅଭିନେତ୍ରୀ ରାଖୀ ପୂ​ର୍ବେ  ନିଜ ଅଭିନୟର ଯାଦୁ ଜରିଆରେ ସମସ୍ତଙ୍କ ମନ ଜିଣୁଥିଲେ। କିନ୍ତୁ ଏବେ ତାଙ୍କୁ ମଦ ନିଶା ପୂରାପୂରି ଘାଇଲା କରିଛି। ତାଙ୍କର ଦିନର ଆରମ୍ଭ ମଦରୁ ହେଉଛି। ପ୍ରେମରେ ଧୋକା ମିଳିବାରୁ ରାଖୀ ମଦ ପିଇବା ଆରମ୍ଭ କରିଥିଲେ। ସେ ପ୍ରସିଦ୍ଧ ଗୀତିକାର ଗୁଲଜାରଙ୍କୁ ବିବାହ କରିଥିଲେ। କିନ୍ତୁ ଏବେ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି।

୫.ଜୟା ବଚ୍ଚନ: ଏହି ତାଲିକାରେ ଜୟା ବଚ୍ଚନଙ୍କ ନାଁ ମଧ୍ୟ ରହିଛି। ତାଙ୍କ ନାଁରେ ମଧ୍ୟ ଏକ ଗୁଜବ ରହିଛି ଯେ ସେ ମଦ ପିଅନ୍ତି। କିନ୍ତୁ ସେ ଏହି କଥାକୁ କେ​‌ବେ ସ୍ବୀକାର କରନ୍ତି ନାହିଁ।

୬.ସୋନମ୍ କପୁର: ଅଭିନେତ୍ରୀ ସୋନମ୍ କପୁର ବାସ୍ତବ ଜୀବନରେ ମଦ ପିଇବାକୁ ପସନ୍ଦ କରନ୍ତି। ସୋନମ୍ ଅଧିକାଂଶ ସମୟ ତାଙ୍କ ବନ୍ଧୁଙ୍କ ସହ ପାର୍ଟିରେ ମଦ ପିଉଥିବାର ଦେଖାଯାଆନ୍ତି।  

   Related Posts