ଘରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ସୁଖ-ସମୃଦ୍ଧିରେ ଲାଗିପାରେ ପ୍ରତିବନ୍ଧକ

Published By : Prameya-News7 Bureau | February 17, 2021 IST

ନୁଆଦିଲ୍ଲୀ, ୧୭/୦୨: ସୁଖ-ସମୃଦ୍ଧି ପାଇଁ ଘରେ ରହିଥିବା ସମସ୍ତ ଜିନିଷକୁ ବାସ୍ତୁ ଆନୁସାରେ ସଜାଡ଼ି ରଖିବା ଜରୁରୀ ହୋଇଥାଏ । ଉପନିଷଦ ଅନୁସାରେ ଘରେ ରଖିଥିବା କିଛି ଜିନିଷକୁ ଅଶୁଭ ବୋଲି ଧରାଯାଏ । ଏହି ଜିନିଷ ଘରେ ରହିଲେ ପରିବାରରେ ଅଶାନ୍ତି ଲାଗିରହେ । ତେବେ ଆସନ୍ତୁ ଜାଣିବା ୫ଟି ଅଶୁଭ ଜିନିଷ କଣ...

ବନ୍ଦ ଘଣ୍ଟା- ଘଣ୍ଟା ଆପଣଙ୍କ ଜୀବନକୁ ଆଗକୁ ନେଇଯାଇଥାଏ । ଏହା ଆପଣଙ୍କ ଖରାପ ସମୟକୁ ଟାଳି ଦେଇଥାଏ । ଘରେ ବନ୍ଦ ଘଣ୍ଟା ବନ୍ଦ କରି ରଖିବା ଉଚିତ୍‌ ନୁହେଁ । କୁହାଯାଏ ଆପଣଙ୍କ ଭାଗ୍ୟ ଅଥିପାଇଁ ଗୋଟିଏ ଜାଗାରେ ହିଁ ଅଟକି ଯାଇପାରେ । ଆପଣଙ୍କ ଖରାପ ସମୟ ସରିବାର ନାଁ ମଧ୍ୟ ନେଇ ନପାରେ ।

ଖରାପ ଜୋତା ବା ଚପଲ- ଏହା ଆପଣଙ୍କ ଜୀବନରେ ଆସୁଥିବା ସଂଘର୍ଷକୁ ବୃଦ୍ଧି କରିବାରେ ଦାୟୀ ହୋଇଥାଏ । ପ୍ରତି କାମ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଏହି ପରି ଜୋତା ବା ଚପଲ୍‌ ଥିଲେ ଏହାକୁ ଖୁବ୍ ଶୀଘ୍ର ଘରୁ ଦୂରେଇ ରଖନ୍ତୁ ବା ଶନିବାରରେ ଲୋକଙ୍କୁ ବାଣ୍ଟି ଦିଅନ୍ତୁ ।

ପୁରୁଣା ଫଟା କପଡ଼ା- କପଡ଼ାର ସିଧା ପ୍ରଭାବ ଆପଣଙ୍କ ଭାଗ୍ୟ ଉପରେ ପଡ଼ିପାରେ । ଘରେ ଥିବା ଫଟା ପୁରୁଣା କପଡ଼ା ସର୍ବଦା ଆପଣଙ୍କ ପାଇଁ ଦୁର୍ଭାଗ୍ୟ ଆଣି ଦେଇଥାଏ । ଏହି କପଡ଼ାକୁ ଘରୁ ଅନ୍ୟ ଆଡ଼କୁ ଫୋପାଡ଼ି ଦେବା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଦେବୀ ଦେବତାଙ୍କ ପୁରୁଣା ମୂର୍ତ୍ତୀ ବା ଚିତ୍ର- ଏହି ଆପଣଙ୍କୁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଶୁଭ ଫଳ ଦେଇଥାନ୍ତି । ଏହାପରେ ଏଥିରୁ ନକରାତ୍ମକ ତରଙ୍ଗ ସୃଷ୍ଟି ହୋଇଥାଏ । ତେଣୁ ପୁରୁଣା ମୁର୍ତ୍ତି ଏବଂ ଚିତ୍ରକୁ ଠିକ୍‌ ସମୟ ବଦଳାଇବା ଦରକାର ।

ବନ୍ଦ ତାଲା- ତାଲା ଆପଣଙ୍କ ଭାଗ୍ୟକୁ ଖୋଲିପାରେ ଆଉ ଅସମୟରେ ସବୁଦିନ ପାଇଁ ବନ୍ଦ କରିଦେଇପାରେ । ତେଣୁ ଘରେ ବନ୍ଦ ତାଲା ରଖନ୍ତୁ ନାହିଁ । ଏହା ଫଳରେ କ୍ୟାରିୟର୍‌ରେ ପ୍ରଭାବ ପଡ଼ିବା ସହିତ ବିବାହ ଆଦିରେ ପ୍ରତିବନ୍ଧକ ଦେଖାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.