ଏହି ୪ଜଣ ହେଲେ ବଲିଉଡର ସବୁଠୁ କମ୍ ବୟସର ଅଭିନେତ୍ରୀ : ଜାଣନ୍ତୁ କିଏ

Published By : Prameya-News7 Bureau | January 29, 2019 IST

ମୁମ୍ବାଇ ୨୯/୧: ଆଜି ଆମେ ଜାଣିବା ଟିଭି ଜଗତର ସବୁଠୁ କମ୍ ବୟସର ସୁନ୍ଦରୀ ଅଭିନେତୀଙ୍କ ବିଷୟରେ। ଯେଉଁମାନଙ୍କ ସୈାନ୍ଦର୍ଯ୍ୟ ଆଜି ଭାରତୀୟଙ୍କୁ ପାଗଳ କରିଛି।

{"id":79433,"width":597,"height":476}

୧.ଅବନୀତ କୈାର : ଅବନୀତ କୈାର ଟିଭି ଜଗତର ଜଣେ ଜଣାଶୁଣା ନାଁ ହୋଇଗଲେଣି। ଅବନୀତ ‘ଏକ ମୁଠି ଆସମାନ’,‘ହମାରି ସିଷ୍ଟର ଦିଦି’ ଆଦି ଟିଭି ସିରିୟଲରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଡ୍ୟାନସ ଇଣ୍ଡିଆ ଡ୍ୟାନସ ଭଳି ରିୟଲିଟି ଶୋ ରେ ଭାଗ ନେଇଛନ୍ତି। ଅବନୀତଙ୍କୁ ମାତ୍ର ୧୭ବର୍ଷ।

{"id":79435,"width":598,"height":398}

୨.ଅର୍ଶିଫା ଖାନ୍: ଅର୍ଶିଫା ଟିଭି ସିରିୟଲ୍ ‘ଜିନି ଔର ଜୁଜୁ’ ଏବଂ ବୀର କି ଅରଦାସ ବୀରା’ରେ ନଜର ଆସିଥିଲେ। ବହୁତ କମ୍ ସମୟ ମଧ୍ୟରେ ଅର୍ଶିଫା ଭଲ ନାଁ କମାଇ ପାରିଥିଲେ। ଆଜି ଲକ୍ଷ ଲକ୍ଷ ଲୋକ ତାଙ୍କ ଫ୍ୟାନ୍।

{"id":79436,"width":593,"height":449}

୩.ଅନୁଷ୍କା ସେନ: ଅନୁଷ୍କା ସେନଙ୍କୁ ମାତ୍ର ୧୬ବର୍ଷ। ଏତେ କମ୍ ବୟସ ହେଲେ ମଧ୍ୟ ସେ ବହୁତ କିଛି ହାସଲ କରିଛନ୍ତି। ଅନୁଷ୍କା ‘ବାଲବୀର’ ଏବଂ ‘ଇଣ୍ଟରନେଟ ଓ୍ବାଲା ଲଭ’ ଆଦି ସିରିୟଲରେ କାମ କରି ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଦିଓ୍ବାନା ବନାଇ ପାରିଛନ୍ତି।

{"id":79437,"width":592,"height":390}

୪.ଜନ୍ନତ ଜୁବୈର ରେହମାନୀ: ଜନ୍ନତ ଯୁବ ବର୍ଗରେ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ। ସେ ‘ଫୁଲଓ୍ବା’,‘ତୁ ଆଶିକୀ’ ଭଳି ସିରିୟଲରେ ଅଭିନୟ କରିଛନ୍ତି। ସୋଶିଆଲ ମିଡିଆରେ ସେ ଏକ ଚର୍ଚ୍ଚିତ ଚେହେରା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.