ଆଦିତ୍ୟଙ୍କ ଆତ୍ମହତ୍ୟା ଘଟଣା: ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆପଣଙ୍କ ମନରେ ମଧ୍ୟ ଉଙ୍କି ମାରୁଥିବ ଏହି ୧୦ଟି ପ୍ରଶ୍ନ !

Published By : Prameya-News7 Bureau | July 09, 2020 IST

ଭୁବନେଶ୍ବର୯/୭: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ନେଇ ବଢ଼ୁଛି ସସ୍ପେନ୍ସ। ଆଦିତ୍ୟ କେବେ ବି ଆତ୍ମହତ୍ୟା କରି ନଥିବେ,  ତାଙ୍କ ପ୍ରଂଶସକ, ପତ୍ନୀ, ପରିବାର ଲୋକେ ଏବଂ ପିପୁଲସ୍‌ ଫର୍ ସେବାର ସଦସ୍ୟମାନେ ଏଭଳି ଦାବି କରୁଛନ୍ତି। ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ନିଜ ପ୍ରତିକ୍ରିୟାରେ ମଧ୍ୟ କହିଛନ୍ତି। ଗୁରୁବାର ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆଦିତ୍ୟଙ୍କ ଆତ୍ମହତ୍ୟା ଘଟଣା କଥା, ତାଙ୍କ ପ୍ରଶଂସକମାନେ ହଜମ କରି ପାରୁ ନାହାନ୍ତି।  ଆଦିତ୍ୟଙ୍କ  ଆତ୍ମହତ୍ୟା ଘଟଣାକୁ ନେଇ ସାଧାରଣ ଲୋକମାନଙ୍କ ମନରେ ଉଙ୍କି ମାରୁଥିବା କିଛି ପ୍ରଶ୍ନ।

୧- ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ?

୨- ବିବାହ ପୂର୍ବରୁ କାହିଁକି ଆତ୍ମହତ୍ୟା କଲେ ନାହିଁ, ବିବାହ ପରେ କାହିଁକି କଲେ ?

୩- ସାଧାରଣତଃ ଟ୍ରେନ୍‌ ଲାଇନ୍‌ରେ ଆତ୍ମହତ୍ୟା କଲେ, ମୃତଦେହଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥାଏ। କିନ୍ତୁ ଆଦିତ୍ୟଙ୍କ କ୍ଷେତ୍ରରେ ସେମିତି କିଛି ହୋଇ ନଥିଲା।

୪- ଆଦିତ୍ୟଙ୍କ ଶରୀର ଲମ୍ବା ଠାରୁ ଟ୍ରେନ୍‌ ଲାଇନ୍ ଟ୍ରାକ୍ ବହୁତ ଛୋଟ ହେଲେ କେମିତି ଆଦିତ୍ୟଙ୍କ ମୁଣ୍ଡରେ କେବଳ ଶକ୍ତ ଆଘାତ ଲାଗିଲା। ବାକି ଶରୀରରେ ସାମ୍ୟକ ମାତ୍ରାରେ ଆଘାତ ଲାଗିଥିଲା। ଶରୀର ଅନ୍ୟ ଅଂଶରେ କାହିଁକି ନୁହେଁ ?

୫- ପୋଷ୍ଟମର୍ଟମ ରିପୋର୍ଟ କହୁଛି, ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ବାକି ଅଂଶରେ କାହିଁକି ଲାଗିଲା ନାହିଁ। ଏଇଟାକୁ କଣ କୁହାଯାଇ ପାରେ ?

୬- ଯଦି ଆଦିତ୍ୟ ଚଳନ୍ତା ଟ୍ରେନ୍ ସାମ୍ନାରେ ଛିଡ଼ା ହୋଇ ଆତ୍ମହତ୍ୟା କରିଥାନ୍ତେ, ତେବେ ଶରୀର ଖଣ୍ଡ ଖଣ୍ଡ ହୋଇଯିବା କଥା। ଯଦି ଟ୍ରେନ୍‌ ଯାଉଥିବା ସମୟରେ ସାଇଡ୍‌ରୁ ମାଡ ହୋଇଥାନ୍ତା, ତେବେ ସେ ଟ୍ରେନ୍ ଟ୍ରାକ୍ ବାହାରେ ପଡିଥାନ୍ତେ। କିନ୍ତୁ ଆଦିତ୍ୟଙ୍କ ମୃତଦେହ ସମ୍ପୂର୍ଣ୍ଣ ଭାବେ ଟ୍ରେନ୍ ଟ୍ରାକର ମଝିରେ ପଡିଥିଲା। ଏମିତି କେମିତି ହେଲା ?

୭- ଆଦିତ୍ୟଙ୍କ ପତ୍ନୀଙ୍କ କହିବା ମୁତାବକ, ପିପୁଲ୍‌ସ ଫର୍ ସେବା ତଥା ଆଦିତ୍ୟ କରିଥିବା ବୃଦ୍ଧା ଆଶ୍ରମ ପାଇଁ ଗଚ୍ଛିତ ଥିବା ଟଙ୍କାକୁ ନେଇ ଅନ୍ୟ ସଦସ୍ୟମାନଙ୍କ ସହ ତାଙ୍କର ମନ ମନାନ୍ତର ହୋଇଥିଲା। କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଯେଉଁ ସଦସ୍ୟମାନଙ୍କ ସହ ଆଦିତ୍ୟଙ୍କର ମନ ମନାନ୍ତର ହୋଇଥିଲା, ସୁସାଇଡ୍‌ ନୋଟ୍‌ର ପ୍ରଥମ ପୃଷ୍ଠାର ପ୍ରଥମ ଧାଡିରେ ସେମାନଙ୍କ ନାଁ ରହିଛି। ସେମାନଙ୍କୁ ଯଦି ଭଲ ପାଉ ନଥିଲେ, ତେବେ ସୁସାଇଡ୍‌ ନୋଟରେ ସେମାନଙ୍କ କଥା ଉଲ୍ଲେଖ କରିବା, ଆଶ୍ରମ ଦାୟିତ୍ବ ନେବାକୁ କହିବା, ଏ କଥାକୁ ବି ତାଙ୍କ ପ୍ରଶଂସକମାନେ ହଜମ କରି ପାରୁ ନାହାନ୍ତି।

୮-  ସୁସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ପପୁ ଏବଂ ବିକାଶ ତାଙ୍କ ପତ୍ନୀଙ୍କୁ ଦୋଷ ଦେଉଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ସେମାନଙ୍କୁ ଦୋଷ ଦେଉଛନ୍ତି। ତା ହେଲେ ଆଦିତ୍ୟ ସତରେ କଣ ଏମାନଙ୍କୁ ଭଲ ପାଉ ନଥିଲେ। ଯଦି ନା, ତେବେ ଆଶ୍ରମର ସବୁ ଦାୟିତ୍ବ ନେବା ପାଇଁ ସୁସାଇଡ୍‌ରେ ତାଙ୍କ ନାଁ କାହିଁକି ଲେଖିଥିଲେ?

୯- ଏଠି ପ୍ରଶ୍ନ ଉଠୁଛି, ମିଳିଥିବା ସୁସାଇଡ୍‌ ନୋଟ୍ ଠିକ୍  ନା, ତାଙ୍କ ପତ୍ନୀଙ୍କ ଠିକ୍‌?

୧୦- ବର୍ତ୍ତମାନ ସାଧାରଣ ଲୋକ ଏବଂ ତାଙ୍କ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ, ସୁସାଇଡ୍‌ ନୋଟ୍ ଆଦିତ୍ୟଙ୍କ ହତା ଲେଖା ତ ?

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.