ଏବର୍ଷ ନାରୀ କୈନ୍ଦ୍ରିକ ଫିଲ୍ମରେ ନଜର ଆସିବେ ଏହି ୭ଜଣ ଅଭିନେତ୍ରୀ : ଦମଦାର ଅଭିନୟରେ ଜିଣିବେ ଦର୍ଶକଙ୍କ ମନ

Published By : Prameya-News7 Bureau | January 06, 2020 IST

ମୁମ୍ବାଇ ୬/୧: ୨୦୧୯ମସିହା ନାରୀ କୈନ୍ଦ୍ରିକ ଫିଲ୍ମ ପାଇଁ ଖାସ୍ ସାବ୍ୟସ୍ତ ହୋଇନଥିଲା କିନ୍ତୁ ଏହା ସତ୍ବେ ୨୦୨୦ରେ ବଲିଉଡରେ ନୂଆ ଉତ୍ସାହର ସହିତ ନୂଆ ଧାରଣା ଉପରେ ଫିଲ୍ମ ପ୍ରସ୍ତୁତି ହୋଇଛି ଯେଉଁଗୁଡ଼ିକ ମଧ୍ୟ​‌ରେ ନାରୀ କୈନ୍ଦ୍ରିକ ଫିଲ୍ମ ମଧ୍ୟ ସାମିଲ ରହିଛି। ବଲିଉଡର ଅନେକ ଟପ୍ ଅଭିନେତ୍ରୀ ନାରୀ କୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ଏବର୍ଷର ନାରୀ କୈନ୍ଦ୍ରିକ ଫିଲ୍ମ ବିଷୟରେ

{"id":207724,"sizeSlug":"large"}

୧.ଛପାକ (ଦୀପିକା ପାଦୁକୋଣ): ଏହି ତାଲିକାରେ ସର୍ବ ପ୍ରଥମେ ଦୀପିକାଙ୍କ ନାଁ ‘ଛପାକ’ ରହିଛି। ଏହା ନୂଆ ବର୍ଷର ପ୍ରଥମ ମାସରେ ହିଁ ରିଲିଜ ହେଉଛି। ଦୀପିକା ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଏହି ଫିଲ୍ମର କଲେକ୍ସନ ତାଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ସେ ଏପରି ସମ୍ବେଦନଶୀଳ ଫିଲ୍ମକୁ ପ୍ରଡ୍ୟୁସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀପିକା ଏହି ଫିଲ୍ମରେ ଜଣେ ଏସିଡ଼ ଆକ୍ରମଣ ପୀଡ଼ିତା ଭୂମିକାରେ ଅଭିନୟ କରିଛନ୍ତି। ଏହା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ସତ୍ୟ ଘଟଣା ଉପରେ ଆଧାରିତ।

{"id":207725,"sizeSlug":"large"}

୨.ଗଙ୍ଗୁବାଈ କାଠିଆଓ୍ବାଡ଼ି (ଆଲିୟା ଭଟ୍ଟ): ହୁସେନ ଜୈଦିଙ୍କ ଉପନ୍ୟାସ ମାଫିଆ କୁଇନସ ଅଫ ମୁମ୍ବାଇ ଉପରେ ଆଧାରିତ ସଞ୍ଜୟ ଲୀଲା ଭନସାଲିଙ୍କ ଏହି ଫିଲ୍ମରେ ଆଲିୟା ଭଟ୍ଟ ନଜର ଆସିବେ। ‘ଗଙ୍ଗୁବାଈ କାଠିଆଓ୍ବାଡ଼ି’ ନାମକ ଏହି ଫିଲ୍ମରେ ଆଲିୟା ଜଣେ ମ୍ୟାଡମ୍ ଭୂମିକାରେ ଅଭିନୟ କରି ପାରନ୍ତି ଯିଏ ଦେହଜୀବୀଙ୍କ ଜୀବନ ପ୍ରତି ସମ୍ବେଦନଶୀଳ ହେଉଛନ୍ତି ଏବଂ ତାଙ୍କର ଅଣ୍ଡରଓ୍ବାଲର୍ଡ କନେକ୍ସନ ମଧ୍ୟ ରହିଛି। ଏହା ଆଲିୟାଙ୍କ ଗୁରୁତ୍ବପୂର୍ଣ୍ଣ ଫିଲ୍ମ ମଧ୍ୟରୁ ଗୋଟିଏ।

{"id":207726,"sizeSlug":"large"}

୩. ଗୁଞ୍ଜନ୍ ସକ୍ସେନା(ଜାହ୍ନବୀ କପୁର) : ଜାହ୍ନବୀ କପୁର ଏବର୍ଷ ବାୟୋପିକ୍ ଫିଲ୍ମରେ ନିଜର ଭାଗ୍ୟ ଉଦୟ କରିବାକୁ ଉଦ୍ୟମ କରିବେ। ସେ କାରଗିଲର ସାହସୀ ଅଫିସର ଗୁଞ୍ଜନ ସକ୍ସେନାଙ୍କ ବାୟୋପିକରେ ନଜର ଆସିବେ। ଏହି ଫିଲ୍ମର ନାଁ କାରଗିଲ ଗାର୍ଲ ଏବଂ ଏହି ଫିଲ୍ମରେ ସେ ପଙ୍କଜ ତ୍ରିପାଠୀଙ୍କ ସହ ନଜର ଆସିବେ। ଏହି ଫିଲ୍ମ ମାର୍ଚ୍ଚ ମାସରେ ରିଲିଜ ହେବ।

{"id":207727,"sizeSlug":"large"}

୪. ଶକୁନ୍ତଳା ଦେବୀ (ବିଦ୍ୟା ବାଲାନ୍) : ମନୁଷ୍ୟ କମ୍ପ୍ୟୁଟର ନାଁରେ ପ୍ରସିଦ୍ଧ ଶକୁନ୍ତଳା ଦେବୀଙ୍କ ବାୟୋପିକରେ ବିଦ୍ୟା ବାଲାନ୍ ନଜର ଆସିବେ। ଏହି ଫିଲ୍ମ ଏବର୍ଷ ମଇ ମାସରେ ରିଲିଜ ହେବ। ଏହି ଫିଲ୍ମକୁ ଅନୁ ମେନନ ଡାଇରେକ୍ଟ କରିଛନ୍ତି। ଫିଲ୍ମରେ ସାନ୍ୟା ମାଲହୋତ୍ରା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। କିଛି ଦିନ ତଳେ ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ଜାରି କରାଯାଇଥିଲା ଯାହା ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଥିଲା।

{"id":207728,"sizeSlug":"large"}

୫. ପଙ୍ଗା (କଙ୍ଗନା ରଣଓ୍ବତ) : କଙ୍ଗନା ରଣଓ୍ବତ,ଅଶ୍ବିନୀ ଅୟର ତିଓ୍ବାରୀଙ୍କ ଫିଲ୍ମ ‘ପଙ୍ଗା’ରେ କାମ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ରୁଚା ଚଡ୍ଢା ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ଜଣେ ମହିଳା କବାଡ଼ି ଚାମ୍ପିଅନଙ୍କ କାହାଣୀ ଦେଖାଯିବ।

{"id":207729,"sizeSlug":"large"}

୬. ଥଲାଇବି(କଙ୍ଗନା ରଣଓ୍ବତ) : ଅଭିନେତ୍ରୀ ଏବଂ ପ୍ରସିଦ୍ଧ ରାଜନୀତିଜ୍ଞ ଜୟଲଳିତାଙ୍କ ବାୟୋପିକରେ କଙ୍ଗନା ରଣଓ୍ବତ ନଜର ଆସିବେ। କିଛି ଦିନ ତଳେ ଏହାର ଟିଜର ରିଲିଜ କରାଯାଇଥିଲା। ଏହି ଟିଜରରେ କଙ୍ଗନାଙ୍କ ଲୁକକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଜୁନ୍ ମାସରେ ୩ଟି ଭାଷାରେ ରିଲିଜ କରାଯିବ। ଏହା କଙ୍ଗନାଙ୍କ କ୍ୟାରିୟରର ସବୁଠୁ ବଡ଼ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମ ପାଇଁ ମଧ୍ୟ କଙ୍ଗନା ଅନେକ ପ୍ରସ୍ତୁତି କରିଛନ୍ତି।

{"id":207730,"sizeSlug":"large"}

୭. ସାଇନା(ପରିଣିତି ଚୋପ୍ରା) : ବ୍ୟାଡମିଣ୍ଟନ୍ ଷ୍ଟାର ସାୟନା ନେହଓ୍ବାଲଙ୍କ ବାୟୋପିକରେ ପରିଣିତି ଚୋପ୍ରା ନଜର ଆସିବେ। ପରିଣୀତିଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ଅନେକ ଫିଲ୍ମ ପାଇଁ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ। ଏହା ପରେ ପରିଣୀତି ଏହି ଫିଲ୍ମକୁ ଗ୍ରହଣ କରିଥିଲେ। ସେ ଏହି ଫିଲ୍ମ ପାଇଁ ଅନେକ ପ୍ରଶିକ୍ଷଣ ନେଇଛନ୍ତି।

{"id":207731,"sizeSlug":"large"}

୮.ମିମି(କ୍ରିତି ସାନନ) : ଏହି ଫିଲ୍ମରେ କ୍ରିତି ସାନନ୍ ଜଣେ ୟଙ୍ଗ୍ ସରୋଗେଟ୍ ମାଆ ଭୂମିକାରେ ଅଭିନୟ କରୁଛନ୍ତି। ସେ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ ଦୁହେଁ ‘ବରେଲି କି ବର୍ଫି’ରେ ଏକାଠି ଅଭିନୟ କରିଥିଲେ। ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତ୍ତେକର ଏବଂ ଏହି ଫିଲ୍ମର କାହାଣୀ ମଧ୍ୟ କ୍ରିତିଙ୍କ ମନ କିଣିଥିଲା।

{"id":207733,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.