Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ସୁନ୍ଦରୀ ପାହାଡୀ ମହିଳାମାନେ, ବଲିଉଡରେ ଭାଙ୍ଗିଲେ ସବୁ ରେକର୍ଡ

26/08/2019 at 9:30 AM

ମୁମ୍ବାଇ୨୫|୮: ବଲିଉଡ ଏକ ଏମିତି ଇଣ୍ଡଷ୍ଟ୍ରି ଯେଉଁଠି ପ୍ରତିଭା ଓ ସୌନ୍ଦର୍ଯ୍ୟର ମିଶ୍ରଣ ଦେଖିବାକୁ ମିଳେ। ବିଶ୍ବର ଅନେକ ସ୍ଥାନରୁ ଅଭିନେତ୍ରୀମାନେ ଏହି ଇଣ୍ଡଷ୍ଟ୍ରିକୁ ଆସିଛନ୍ତି। ହେଲେ ବଲିଉଡର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ପାହାଡୀ ସୁନ୍ଦରୀ ଭାବେ ବେଶ ପ୍ରସିଦ୍ଧ। କେବଳ ସୌନ୍ଦର୍ଯ୍ୟ ନୁହେଁ। ଏହି ଅଭିନେତ୍ରୀମାନେ ଲୁକ ସହ ନିଜ ପ୍ରତିଭା, ଫ୍ୟାସନ ଓ ଅଭିନୟ ପାଇଁ ମଧ୍ୟ ଗ୍ଲାମର ଦୁନିଆରେ ହିଟ୍‌ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସନି ଦିଓଲଙ୍କ ପୁଅ ସହ ଫିଲ୍ମ ପଲ ପଲ ଦିଲ କେ ପାସ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିମଧ୍ୟରୁ ଜଣେ ଅଭିନେତ୍ରୀ ନିଜ ନିର୍ଭିକ ଗୁଣ ପାଇଁ ବେଶ ପରିଚିତ।  

କଙ୍ଗନା ରଣାୱତ- କଙ୍ଗନା କେବଳ ନିଜ ଷ୍ଟାଇଲ ଲୁକ୍‌ ପାଇଁ ନୁହେଁ ବରଂ ନିଜର ପ୍ରତିଭା ଓ ଅନ୍ୟାନ୍ୟ ଜିନିଷ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ଦର୍ଶକ ତାଙ୍କୁ ଟ୍ରୋଲ କରନ୍ତି ସତ ହେଲେ ସେ ନିଜ ସାହାସିକତା ପାଇଁ ଅନେକ ଜଣଙ୍କୁ ନିଜ ଦିୱାନା କରିଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରିରେ ସେ ନିଜର ଭିନ୍ନ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇସାରିଛନ୍ତି। କଙ୍ଗନାଙ୍କ ଅଭିନୟ ପାଇଁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ମଧ୍ୟ ମିଳିସାରିଛି। ହିମାଚଳ ପ୍ରଦେଶର ଏକ ଛୋଟ ସହର ଅମ୍ବାଲାର ନିବାସୀ କଙ୍ଗନା ନିଜ ନିର୍ଭୟତା ଓ ପ୍ରତିଭା ଯାଗୁଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି। କଙ୍ଗନାଙ୍କ ପ୍ରଥମ ଫିଲ୍ମ ଗ୍ୟାଙ୍ଗଷ୍ଟାର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ମିଳିଥିଲା।   

ପ୍ରୀତି ଜିଣ୍ଟା- ଶିମଲାରେ ଜନ୍ମି ଥିବା ଡିମ୍ପଲ ଗାର୍ଲ ।  ନିଜ ଅଭିନୟ ଦ୍ବାରା ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ସେ ହେଉଛନ୍ତି ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ପ୍ରୀତି ଜିଣ୍ଟା। ୯୦ ଦଶକର ସୁପରଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରୀତି। ଆଜିକାଲି ପରଦାରେ ପ୍ରୀତି ଅଧିକ ନଜର ଆସୁନାହାନ୍ତି ସତ ହେଲେ ତଥାପି ଦର୍ଶକଙ୍କ ଦିଲରେ ରାଜ କରନ୍ତି ଏହି ଡିମ୍ପଲ ଗାର୍ଲ।  

ୟାମି ଗୌତମ୍‌- ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମିଥିବା ଅଭିନେତ୍ରୀ ୟାମି ଫେଆର ଏଣ୍ଡ ଲଭଲୀ ଗାର୍ଲ ଭାବେ ମଧ୍ୟ ପରିଚିତ। ୟାମି ଚଣ୍ଡିଗଡରେ ରହି ପାଠପଢା ସାରିଥିଲେ। ସେହି ସହରରେ ତାଙ୍କ ପାଳନ ପୋଷଣ ମଧ୍ୟ ହୋଇଥିଲା। ଫିଲ୍ମ “ଭିକ୍କି ଡୋନର”ରେ ଅଭିନୟ କରି ସେ ଜଣେ ପ୍ରତିଭାଶାଳୀ ଯୁବତୀ ରୂପରେ ବଲିଉଡରେ ପାଦ ଦେଇଥିଲେ। କେବଳ ବଲିଉଡ ନୁହେଁ, ୟାମି ତେଲୁଗୁ, ତାମିଲ ଓ ମଲାୟଲମ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ସାହେର ବମ୍ବା- ଶିମଲା ସୁନ୍ଦରୀ ସାହେର ଚଳିତ ବର୍ଷ ରିଲିଜ ହେଉଥିବା ଫିଲ୍ମ ପଲ ପଲ ଦିଲ କେ ପାସରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିବେ।ସିଲଭର ସ୍କ୍ରିନରେ ନଜର ଆସିବା ପୂର୍ବରୁ ସେ ନିଜ ସ୍ମାଇଲ ଦ୍ବାରା ଅନେକ ଫଲୋଅର୍ସଙ୍କୁ ଦିୱାନା କରିସାରିଛନ୍ତି। ତେବେ ସନି ଦିଓଲଙ୍କ ପୁଅ ସହ ତାଙ୍କ ଯୋଡି ହିଟ୍‌ ହେଉଛି ନା ନାହିଁ ତାହା ଦେଖିବା ଅପେକ୍ଷାରେ ଦର୍ଶକ ଅଛନ୍ତି।

ସେଲିନା ଜେଟ୍‌ଲୀ- ବଲିଉଡ ଅଭିନେତ୍ରୀ ସେଲିନା ଫିଲ୍ମ ଜଗତରେ ପାଦ ଦେଉ ଦେଉ ଅନେକ ଲୋକଙ୍କୁ ଇମ୍ପ୍ରେସ କରିଥିଲେ।୨୦୦୧ ମସିହାରେ ସେ ମିସ ଇଣ୍ଡିୟାରେ କ୍ରାଉନ୍‌ ଜିତିଥିଲେ। ଜାନଶିନ ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ପାଦ ଦେଇଥିଲେ।ପ୍ରଥମ ଫିଲ୍ମରେ ସେ ଫରଦିନ ଖାନ୍‌ଙ୍କ ବିପକ୍ଷରେ ଅଭିନୟ କରିଥିଲେ।ଏବେ ସେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ବ୍ୟସ୍ଥ ଅଛନ୍ତି। ଏହି କାରଣ ଯୋଗୁଁ ଆଜିକାଲି ସେ ପରଦାରେ ନଜର ଆସୁନାହାନ୍ତି। 

   Related Posts