କ୍ୟାରିଅରରେ ସଫଳ ହେବା ପରେ ଏହି ଅଭିନେତ୍ରୀମାନେ ପ୍ରେମିକଙ୍କୁ ଦେଇଛନ୍ତି ଧୋକା

Published By : Prameya-News7 Bureau | October 12, 2019 IST

ମୁମ୍ବାଇ୧୨|୧୦:ବଲିଉଡ ଫିଲ୍ମ ଅଭିନେତ୍ରୀଙ୍କ ରିଲେସନଶିପ ଖବର ସୋସିଆଲ ମିଡିଆରେ ଆସୁଥାଏ। ଆଜିକାଲି ପ୍ରେମ ହେବା ଏକ ସାଧାରଣ କଥା। ତେବେ ବଲିଉଡରେ ମଧ୍ୟ ରିଲେସନଶିପ୍‌ର ଚର୍ଚ୍ଚା ଅଧିକାଂଶ ସମୟରେ ହେଉଥାଏ। କିଏ ନିଜ ପ୍ରେମିକକୁ ବିବାହ କରେ ତ କିଏ କିଛି ବର୍ଷ ଡେଟ୍‌ କରିବା ପରେ ବ୍ରେକ୍‌ଅପ କରିଦିଏ। ଆଉ କିଛି ଜଣଙ୍କ ଜୀବନରେ ଋତୁ ବଦଳିବା ଭଳି ପ୍ରେମ ମଧ୍ୟ ବଦଳିଯାଏ ।

ତେବେ ପ୍ରେମ ଓ ପ୍ରତାରଣାର ଚର୍ଚ୍ଚା ସିନେମା ଜଗତରେ ଦୀର୍ଘ ଦିନ ଧରି ହୋଇଆସୁଛି। ସାଧାରଣତଃ ସିନେମା ଜଗତରେ ବିଭିନ୍ନ ଯୋଡିଙ୍କ ବିଷୟରେ କିଛି ନା କିଛି ନୂଆ ଶୁଣିବାକୁ ମିଳିଥାଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା କୌଣସି ବଡ କଥା ନୁହେଁ  । ତେବେ କିଛି ବଲିଉଡ ଅଭିନେତ୍ରୀ ଏମିତି ଅଛନ୍ତି ଯିଏ କ୍ୟାରିଅରରେ ସଫଳତା ପାଇବା ପରେ ନିଜ ପ୍ରେମିକଙ୍କୁ ଛାଡିଥିଲେ। ସେମାନେ ହେଉଛନ୍ତି-  

{"id":169284}

୧- ଆଲିୟା ଭଟ୍ଟ: ଏବେ ବଲିଉଡର ସବୁଠୁ ଶ୍ରେଷ୍ଠ ଓ କ୍ୟୁଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲିୟା ଭଟ୍ଟ। ଖୁବ୍‌ କମ ସମୟରେ ଆଲିୟା ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି। ବଲିଉଡରେ ପାଦ ଦେଉ ଦେଉ ସେ ହିଟ୍‌ ହୋଇଥିଲେ। ଏବେ ସେ ପରଦାରେ ସଫଳତା ହାସଲ କରିବା ସହ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଛନ୍ତି।ଦର୍ଶକ ଆଲିୟାଙ୍କ ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରନ୍ତି। ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଆଲିୟା ନିଜ ପିଲାବେଳର ସାଙ୍ଗ ଅଲୀ ଦଦରକରଙ୍କୁ ଡେଟ କରୁଥିଲେ। କିନ୍ତୁ କ୍ୟାରିଅରରେ ଆଲିୟାଙ୍କ ପ୍ରଥମ ଫିଲ୍ମ ରିଲିଜ ହେବା ପରେ ସେ ତାଙ୍କ ପ୍ରେମିକଙ୍କ ସହ ବ୍ରେକଅପ କରିଥିଲେ।

{"id":169290,"width":593,"height":333}

୨- ରଶ୍ମୀକା ମନ୍ଦାନା: ରଶ୍ମୀକା ଏବେ ତେଲୁଗୁର ଜଣେ ଦାମୀ ଅଭିନେତ୍ରୀ । କମ ଦିନରେ ସେ ଦର୍ଶକ ମନ ଜିତିଥିଲେ। କନ୍ନଡ ଫିଲ୍ମ କିରିକ ପାର୍ଟିରେ ଅଭିନୟ କରି ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ନିଜ କ୍ୟାରିଅର ଆରମ୍ଭ କରିବା ସହ ସେ ତାଙ୍କ ପ୍ରେମ କାହାଣୀ ମଧ୍ୟ ଆରମ୍ଭ କରିଥିଲେ। ଡେବ୍ୟୁ କରିଥିବା କନ୍ନଡ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ରକ୍ଷିତ ଶେଟ୍ଟୀଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା।୨୦୧୭ ମସିହାରେ ଫିଲ୍ମର ଅଭିନେତା ଓ ଅଭିନେତ୍ରୀ ଏକ ବନ୍ଧନରେ ଯୋଡିଯାଇଥିଲେ। ହେଲେ ମାତ୍ର ୫ ମାସ ପରେ ଉଭୟ ବ୍ରେକଅପ କରିଥିଲେ।  

{"id":169291}
wp:heading {"level":5}
୩- ଅନୁଷ୍କା ଶର୍ମା: ଅନୁଷ୍କା ଶର୍ମା ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ଜଣେ ଅଭିନେତ୍ରୀ ।ଏବେ ଅନୁଷ୍କା ନିଜ ସ୍ବାମୀ ବିରାଟଙ୍କ ସହ ଅଧିକ ଚର୍ଚ୍ଚାରେ ରୁହନ୍ତି। ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ସେ ଜଣେ ମଡେଲଙ୍କୁ ଡେଟ୍‌ କରୁଥିଲେ। ଅନୁଷ୍କା ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ମଡେଲିଂ କରୁଥିଲେ। ସେହି ସମୟରେ ସେ ମଡେଲ ୟୁସୁଫଙ୍କ ସହ ରିଲେସନଶିପ୍‌ରେ ଥିଲେ। ଉଭୟ ଏକା ସହ ବେଙ୍ଗାଲୁରୁରୁ ମୁମ୍ବାଇ ଆସିଥିଲେ ।  ଫିଲ୍ମଦୁନିଆରେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆସିତିଲେ । ଅନୁଷ୍କାଙ୍କୁ ଫିଲ୍ମରେ ଅଫର ମିଳିଥିଲା ଓ ସେ ସଫଳ ହୋଇଥିଲେ। ହେଲେ  ୟୁସୁଫ ଅସଫଳ ହୋଇ ବେଙ୍ଗାଲୁରୁ ଫେରିଯାଇଥିଲେ ଓ ତାଙ୍କର ବ୍ରେକଅପ୍‌ ହୋଇଥିଲା।ଆଉ ଅନୁଷ୍କା ମଧ୍ୟ ତାଙ୍କୁ ଭୁଲିଯାଇଥିଲେ ।   
/wp:heading {"id":169292,"width":577,"height":476}
wp:heading {"level":5}
୪- ଦୀପିକା ପାଦୁକୋଣ: ଦୀପିକା ଏମିତି ଜଣେ ଅଭିନେତ୍ରୀ ଯିଏ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି। ପରଦାରେ ନଜର ଆସିବା ପୂର୍ବରୁ ଦୀପିକା ମଧ୍ୟ ମଡେଲିଂ କରୁଥିଲେ। ଦୀପିକା ଲଗାତାର ବଲିଉଡକୁ ସୁପରହିଟ ଫିଲ୍ମ ଦେଇଛନ୍ତି। ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ଦୀପିକା ନିହାର ପାଣ୍ଡ୍ୟାଙ୍କ ସହ ଲିଭଇନ ରିଲେସନଶିପରେ ଥିଲେ। ହେଲେ ଫିଲ୍ମ ଜଗତରେ ସଫଳ ହେବା ପରେ ସେ ନିହାରଙ୍କୁ ଡେଟ୍‌ କରିବା ବନ୍ଦ କରିଥିଲେ। ବଲିଉଡରେ ଜଣେ ସଫଳ ଅଭିନେତ୍ରୀ ହେବା ପରେ ସେ ନିହାର ପାଣ୍ଡ୍ୟାଙ୍କଠୁ ଦୂରେଇଥିଲେ। ଗତ ବର୍ଷ ସେ ବଲିଉଡର ସୁପରହିଟ୍‌ ଅଭିନେତା ରଣବୀର ସିଂଙ୍କୁ ବିବାହ କରିଛନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.