ମୁସଲିମ୍‌ ଧର୍ମ ଛାଡି ହିନ୍ଦୁ ହୋଇସାରିଛନ୍ତି ଏହି ୪ ଜଣ ଅଭିନେତ୍ରୀ

Published By : Prameya-News7 Bureau | October 27, 2019 IST

ମୁମ୍ବାଇ୨୭|୧୦: ମନୋରଞ୍ଜନ ଦୁନିଆରେ କୌଣସି ପ୍ରତିବନ୍ଧକ ନଥାଏ।  ରଂଗ, ରୂପ , ଜାତିଧର୍ମର ଭେଦଭାବ ନ ଥାଏ। ଲଭ ଜିହାଦ ଭଳି ଶବ୍ଦ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଏ ସତ ହେଲେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଏହି ଶବ୍ଦର କୌଣସି ମୂଲ୍ୟ ନାହିଁ। ତେବେ କେଉଁ ଅଭିନେତ୍ରୀମାନେ ହିନ୍ଦୁ ପୁଅଙ୍କୁ ବିବାହ କରି ମୁସଲିମ୍‌ ଧର୍ମ ଛାଡି ହିନ୍ଦୁ ଧର୍ମ ଆପଣେଇଛନ୍ତି ଜାଣନ୍ତୁ।

{"id":175496}

୧- ଆମନା ଶରୀଫ-

‘କହିଁ ତ ହୋଗି’ ଧାରାବାହିକରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଆମନା ଶରୀଫ ବଲିଉଡରେ ମଧ୍ୟ ଅଭିନୟ କରିସାରିଛନ୍ତି। ଆମନା ଶରୀଫ ୨୦୧୩ ମସିହାରେ ଅମିତ କୁମାରଙ୍କୁ ବିବାହ କରିଥିଲେ। ବିବାହ ପରେ ଆମନା ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହି ସୁନ୍ଦର ଦମ୍ପତ୍ତିଙ୍କ ପୁତ୍ର ସନ୍ତାନ ଅଛି । ତାଙ୍କ ନାଁ ହେଉଛି ଆର୍ଯ୍ୟନ କପୁର।

{"id":175497,"width":586,"height":439}

୨- ମାନ୍ୟତା ଦତ୍ତ-

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ ଭାବେ ପରିଚିତ ମାନ୍ୟତା ବିବାହ ପରେ ଅଭିନୟ ଦୁନିଆରୁ ଦୂରାଇଯାଇଥିଲେ। ଅଭିନୟ ସହ ସେ ନିଜ ମୁସଲିମ୍‌ ଧର୍ମ ମଧ୍ୟ ଛାଡିଥିଲେ। 

{"id":175498}

୩- ରୁବିନା ଦିଲୈକ-

‘ଛୋଟି ବହୂ’ ଧାରାବାହିକରୁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ରୁବିନା ଦିଲୈକ ଟିଭି ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ୨୦୧୮ ମସିହାରେ ରୁବିନା ଅଭିନବ ଶୁକ୍ଲାଙ୍କୁ ବିବାହ କରିଥିଲେ। ରୁବିନା ନିଜ ମୁସଲିମ୍‌ ଧର୍ମ ବଦଳାଇ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ହିନ୍ଦୁ ଧର୍ମର ସବୁ ରୀତି ନୀତି ସେ ଖୁବ ଭଲ ଭାବେ ପାଳନ କରନ୍ତି।

{"id":175499}

୪-ହୀନା ଖାନ-

ହୀନା ଖାନ ଓ ରକି ଜାୟସୱାଲଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣିଛନ୍ତି। ହୀନା ଅଧିକାଂଶ ସମୟରେ ରକିଙ୍କ ଘରେ ନଜର ଆସନ୍ତି। ଗତ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ସେ ନିଜ ଭାଇ ସହ ମିଶି ପାଳନ କରିଥିଲେ। ହୀନା ରକିଙ୍କ ସହ ସବୁ ହିନ୍ଦୁ ପର୍ବ ପାଳନ କରନ୍ତି। ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.