୯ ବର୍ଷଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି ଏହି ଅଭିନେତ୍ରୀ , ଏବେ କାର ଛାଡି ଅଟୋରେ କରୁଛନ୍ତି ଯାତ୍ରା..

Published By : Prameya-News7 Bureau | September 16, 2019 IST

ମୁମ୍ବାଇ୧୬|୯: ବଲିଉଡର ଅଭିନେତ୍ରୀ କିମ୍‌ ଶର୍ମା ଲମ୍ବା ସମୟଧରି ଫିଲ୍ମ ଦୁନିଆଠାରୁ ଦୂରେଇ ରହିଛନ୍ତି। କିମ୍‌ ଶର୍ମା ବେଳେ ବେଳେ ଇଭେଣ୍ଟସରେ ନଜର ଆସିଥାନ୍ତି। ମହବତେଁ ଫିଲ୍ମରେ ତାଙ୍କର ଅଭିନୟ  ଏବେ ବି ଦର୍ଶକ ମନେ ରଖିଛନ୍ତି।

{"id":158631}

ୟଶରାଜ ବ୍ୟାନରେ ଡେବ୍ୟୁ କରିଥିବା ଅଭିନେତ୍ରୀ କିମ୍ ଶର୍ମା ୨୦୦୮ ମସିହାରେ ଶେଷ ଫିଲ୍ମ ମନି ହେ ତୋ ହନି ହେ ଫିଲ୍ମରେ ଅଭିନୟ କରିଥିଲେ। ଏହା ବ୍ୟତୀତ ୨୦୧୦ ମସିହାରେ ତେଲଗୁ ଫିଲ୍ମ ୟଗମ ରେ ସେ ଅଭିନୟ କରିଥିଲେ। ଲାଇମ ଲାଇଟ୍‌ରେ କିଟ୍ ଶର୍ମା ନଜର ଆସିଥିଲେ। ବିଳାଷପୂର୍ଣ୍ଣ ଲଗ୍‌ଜରୀ କାର ଛାଡି ସେ ଏବେ ଅଟୋରେ ଯାତ୍ରା କରୁଥିବାର ନଜର ଆସିଛନ୍ତି।

{"id":158632}

ଅଟୋରେ ବସିଥିବା କିମ୍ ଶର୍ମା କ୍ୟାମେରା ଦେଖି ହସିଥିଲେ। ଏହାସହ ଫୋନରେ ସେ ବ୍ୟସ୍ତ ଥିଲେ। ଯଦି ତାଙ୍କ ଲୁକ୍ କଥା କହିବା ତେବେ ସେ ହ୍ବାଇଟ୍‌ ରଙ୍ଗ ଡ୍ରେସ ସହ ହ୍ବାଇଟ୍‌ ହିଲ୍ସ ପିନ୍ଧିଥିଲେ। କିମ୍‌ ନିଜ ଘନ କେଶକୁ ବାନ୍ଧିଥିଲେ।

କିମ୍‌ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କ ପୋଷା କୁକୁର ସହ ସେ ନଜର ଆସିଥିଲେ। ଫଟୋ ସୁଟ୍‌ ପାଇଁ ମିଡିଆ କ୍ୟାମେରା ସାମ୍ନାରେ ସେ ପୋଜ ଦେଇଥିଲେ। ଏହି ସମୟରେ ସେ ଗ୍ରେ କଲର ଟି-ସାର୍ଟ  ଓ ଟ୍ରାଉଜର ପ୍ୟାଣ୍ଟ ପିନ୍ଧିଥିଲେ। ଅଭିନେତ୍ରୀ କିମ୍‌ ଶର୍ମା ବହୁତ କୁକୁର ପ୍ରିୟ ତେଣୁ ତାଙ୍କ କୁକୁର ସହ ପ୍ରାୟ ସମୟରେ ସେ ନଜର ଆସିଥାନ୍ତି।

{"id":158633}

୨୦୧୦ ମସିହାରେ ବ୍ୟବସାୟୀ ଅଲୀ ପଞ୍ଜାନୀଙ୍କୁ ସେ ବିବାହ କରିଥିଲେ। ସେମାନଙ୍କ ବୈହିବାହିକ ଜୀବନ ବେଶି ଦିନ ପର୍ଯ୍ୟନ୍ତ ରହିନଥିଲା। ୨୦୧୬ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଏହାପରେ ୩୯ ବର୍ଷ ବୟସ୍କା କିମ୍ ଶର୍ମା ନିକଟରେ ହର୍ଷବର୍ଦ୍ଧନ ରାଣେଙ୍କ ସହ ଡେଟ୍‌ କରୁଥିଲେ। କିଛିଦିନ ପରେ ବି ସେମାନଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା। ହେଲେ କାର ଛାଡି କାହିଁକି ସେ ଅଟୋରେ ଯାତ୍ରା କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି କାରଣ ଜଣାପଡି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.