ସ୍ବାମୀଙ୍କ ଅପେକ୍ଷା ପ୍ରେମିକଙ୍କ ସହ ଏହି ଅଭିନେତ୍ରୀମାନେ ରଖିଥିଲେ ଅଧିକ ସମ୍ପର୍କ, ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | September 05, 2019 IST

ମୁମ୍ବାଇ୫|୯: ଅଧିକାଂଶ ସମୟ ବଲିଉଡରେ କିଛି ନା କିଛି ଚଟ୍‌ପଟା ଖବର ଶୁଣିବାକୁ ମିଳେ। କେବେ ପ୍ରେମ ନେଇ ତ କେବେ ପ୍ରତାରଣା ନେଇ ଆଲୋଚନା ହୁଏ। ବଲିଉଡରେ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବ୍ରେକ୍‌ ଅପ ଓ ପ୍ୟାଚ୍‌ଅପ ଏକ ସାଧାରଣ କଥା। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଦମ୍ପତ୍ତି ଅଛନ୍ତି ଯିଏ ପ୍ରେମ ବିବାହ କରି ବେଶ ଖୁସିରେ ଅଛନ୍ତି। ଏହା ବ୍ୟତୀତ ଏମିତି କିଛି ଷ୍ଟାର ଅଛନ୍ତି ଯିଏ ନିଜ ରିଲେସନଶିପ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ତେବେ ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ ଯିଏ ସ୍ବାମୀଙ୍କଠୁ ଅଧିକ ନିଜ ପ୍ରେମିକଙ୍କ ସହ ସମ୍ବନ୍ଧ ରଖିଛନ୍ତି।

{"id":153439}

୧- ସେଲୀନା ଜେଟଲୀ

ପୂର୍ବତନ ମିସ ଇଣ୍ଡିୟା ଓ ବଲିଉଡ ଅଭିନେତ୍ରୀ ସେଲୀନା ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ସହ ସମ୍ବନ୍ଧ ରଖି ଗର୍ଭବତୀ ଥିଲେ। ସେଲୀନା ଆବର୍ସନ କରାଇଥିଲେ। ଏହା ପରେ ସେ ପିଟର ହଗ୍‌ଙ୍କୁ ଡେଟ କରି ବିବାହ କରିଥିଲେ। ସୂଚନାଯୋଗ୍ୟ ଯେ, ପିଟରଙ୍କୁ ସେଲୀନାଙ୍କ ଗର୍ଭବତୀ ହେବା ବିଷୟରେ ପ୍ରଥମରୁ ଜଣା ଥିଲା। ପିଟରଙ୍କର ସିଂଗାପୁର ଓ ଦୁବେଇରେ ହୋଟେଲର ବ୍ୟବସାୟ ଅଛି।

{"id":153440,"width":547,"height":484}

୨- କୋଂକଣା ସେନ୍‌ ଶର୍ମା

କୋଂକଣା ସେନ୍‌ ଶର୍ମା ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସୂଚନାଯୋଗ୍ୟ ଯେ, ରଣବୀର ସୌରୀଙ୍କୁ ବିବାହ କରିବା ପୂର୍ବରୁ କୋଂକଣା ଅନ୍ୟ ଜଣଙ୍କୁ ଡେଟ କରୁଥିଲେ ଓ ଗର୍ଭବତୀ ଥିଲେ। ପରେ ସେ ରଣବୀରଙ୍କୁ ଡେଟ୍‌ କରି ତାଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇସାରିଛି। କୋଂକଣା ଏକା ତାଙ୍କ ପୁଅର ଭୋରଣ ପୋଶଣ କରନ୍ତି।

{"id":153441,"width":574,"height":456}

୩- ସାରୀକା

ଅଭିନେତ୍ରୀ ସାରୀକା କମଲ ହାସନଙ୍କ ପ୍ରେମରେ ପଡିବା ପୂର୍ବରୁ ଗର୍ଭବତୀ ଥିଲେ। ପରିସ୍ଥିତିରେ ପଡି ସେ ଗର୍ଭ ନଷ୍ଟ କରାଇଥିଲେ। କମଲ ହାସନ ସବୁ ଜାଣିବା ପରେ ମଧ୍ୟ ସାରୀକାଙ୍କୁ ବିବାହ କରିଥିଲେ। କମଲ ଓ ସାରୀକାଙ୍କର ଏବେ ୨ଟି ଝିଅ ସୃତି ଓ ଅକ୍ଷରା ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.