Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

Under world ସମ୍ପର୍କ ଯୋଗୁ ବୁଡିଗଲା ଏହି ୪ ଅଭିନେତ୍ରୀଙ୍କ କ୍ୟାରିୟର, କିଏ ଜେଲରେ ତ କିଏ ଏବେ ସନ୍ୟାସିନୀ

9/02/2020 at 10:37 PM

ମୁମ୍ବାଇ :  ବଲିଉଡ୍ ଓ ଅଣ୍ଡରୱାର୍ଲଡ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କିଏ ଏହି ସମ୍ପର୍କ ଯୋଗୁ ମାଲାମାଲ ହୋଇଛି ତ କିଏ ସବୁକିଛି ହରାଇ ବସିଛି। କିଛି ବର୍ଷ ପୂର୍ବରୁ ଅଣ୍ଡରୱାର୍ଲଡ ଟଙ୍କା ବଲିଉଡରେ ଲାଗୁଥିଲା। ଏଣୁ ଦେଶର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ପାର୍ଟିରେ ପ୍ରାୟତଃ ବଲିଉଡ୍ ସେଲିବ୍ରିଟି ଦେଖିବାକୁ ମିଳୁଥିଲେ। କିଛି ଅଭିନେତ୍ରୀ ଦାଉଦ ପ୍ରେମରେ ବି ପଡିଥିଲେ। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରୁ ସେମାନେ ପାଇଲେ କ’ଣ?

ମୋନିକା ବେଦୀ
ଏହି ଲିଷ୍ଟର ୧ ନମ୍ବର ସ୍ଥାନରେ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ ମୋନିକା ବେଦୀ । ମୋନିକା ଦାଉଦର ଡାହାଣ ହାତ ଆବୁସଲେମର ପ୍ରେମରେ ଉବୁଟୁବୁ ହେଉଥିଲେ। ତେବେ ତାଙ୍କର ଏହି ସମ୍ପର୍କ ଶେଷରେ ତାଙ୍କ କ୍ୟାରିୟର ଲାଗି ଭାରି ପଡିଥିଲା। ବେଶି ଫିଲ୍ମରେ ମୋନିକାଙ୍କୁ କାମ ମିଳିନଥିଲା। ହେଲେ ସେ ଯେତିକି ଫିଲ୍ମରେ ଅଭିନୟ କରିଥିଲେ ତାଙ୍କୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ହେଲେ ଅବୁ ସଲେମ ସମ୍ପର୍କ ଲାଗି ମୋନିକା ୨୦୦୨ ମସିହାରେ ନକଲି ପାସପୋର୍ଟ ମାମଲାରେ ଗିରଫ ହୋଇଥିଲେ।

ମନ୍ଦାକିନୀ
ବଲିଉଡ୍ ଷ୍ଟାର ମେକର ରାଜକପୁରଙ୍କ ଦ୍ୱାରା ରୂପେଲି ପରଦାକୁ ଆସିଥିବା ମନ୍ଦାକିନୀଙ୍କୁ ସାରଜାରେ ଖେଳାଯାଇଥିବା ଭାରତ-ପାକ୍ ମ୍ୟାଚ୍ କ୍ରିକେଟ୍ ମ୍ୟାଚ୍‌ରେ ଦାଉଦ ସହ ଦେଖାଯାଇଥିଲେ। ସେମାନଙ୍କ ଫଟୋ ଦିନ ଦିନ ଧରି ଭାରତରେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ତେବେ ଦାଉଦଙ୍କ ସହ ସମ୍ପର୍କକୁ ମନ୍ଦାକିନୀ ସବୁବେଳେ ଅଗ୍ରାହ୍ୟ କରିଆସୁଥିଲେ। ହେଲେ ୧୯୯୬ ମସିହାରେ ଆସିଥିବା ଫିଲ୍ମ ‘ଜୋରଦାର’ ସହ ତାଙ୍କ କ୍ୟାରିୟର ବି ଶେଷ ହୋଇଯାଇଥିଲା। ଶୁଣାଯାଇଥିଲା ଦାଉଦ ଯୋଗୁ ତାଙ୍କୁ ଫିଲ୍ମରେ କାମ ମିଳୁଥିଲା। ତେବେ ସମ୍ପର୍କ ସ୍ପଷ୍ଟ ହେବା ପରେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ମିଳିବା ବନ୍ଦ ହୋଇଯାଇଥିଲା।

ମମତା କୁଲକର୍ଣ୍ଣି
ଏକ ସମୟ ଥିଲା ଯେତେବେଳେ ମମତା କୁଲକର୍ଣ୍ଣିଙ୍କୁ ବଲିଉଡରେ ଶିର୍ଷ ଅଭିନେତ୍ରୀଙ୍କ ମଧ୍ୟରେ ପରିଗଣିତ ହେଉଥିଲେ। ତେବେ ଅପରାଧ ଦୁନିଆ ସହ ତାଙ୍କ ସମ୍ପର୍କ ଶେଷରେ ତାଙ୍କର କ୍ୟାରିୟରକୁ ଉଜାଡି ଦେଇଥିଲା। ପରଦାରେ ଯେପରି ତାଙ୍କର ପ୍ରଶିଦ୍ଧି ବଢିବାରେ ଲାଗିଲା ତାଙ୍କ ସମ୍ପର୍କ ଅପରାଧ ଜଗତ ସହ ବି ଜଡିତ ହୋଇଗଲା। ସେ ନିଶା ତସ୍କର ବିକ୍କି ଗୋସ୍ୱାମୀକୁ ବିବାହ କରିବସିଥିବା ବେଳେ କେନ୍ୟା ବିମାନ ବନ୍ଦରରେ ତାଙ୍କୁ ନିଷିଦ୍ଧ ନିଶା ସାମଗ୍ରୀ ସହ ପୋଲିସ ଗିରଫ କରିଥିଲା। ଯଦିଓ ତାଙ୍କୁ ଏଥିଲାଗି ଗିରଫ କରାଯାଇନଥିଲା, ତେବେ ସେ ଆଉ ଦ୍ୱିତୀୟବାର ବଲିଉଡ ଦ୍ୱାରକୁ ବି ଆସିନଥିଲେ। କୁହାଯାଉଛି ସେ ଏବେ ସନ୍ୟାସିନୀ ହୋଇଯାଇଛନ୍ତି।

ଅନିତା ଆୟୁବ
ଅନିତା ଆୟୁବ ଜଣେ ପାକିସ୍ତାନୀ କଳାକାର। ବଲିଉଡରେ ତାଙ୍କର ପ୍ରବେଶ ବି ହୋଇନଥିଲା। ତେବେ ଦାଉଦ ସହ ସମ୍ପର୍କ ଲାଗି ସେ ବଲିଉଡ ଆଡକୁ ଗୋଡ ବଢାଇଥିବା ବେଳେ ପ୍ରଯୋଜକ ତାଙ୍କୁ ଫିଲ୍ମରେ ନେବାକୁ ମନା କରିଦେଇଥିଲେ। ଏଥିଲାଗି ଦାଉଦଙ୍କ ଗୋଷ୍ଠୀ ପ୍ରଯୋଜକଙ୍କୁ ହତ୍ୟା କରିଥିଲେ। ୧୯୯୫ ମସିହାର ଏହି ଘଟଣା ସହ ଅନିତାଙ୍କ ବଲିଉଡ ସ୍ୱପ୍ନ ଅଧୁରା ରହିଯାଇଥିବା ବେଳେ ଦାଉଦର ରାଜ ବି ଭାରତରୁ ସମାପ୍ତ କରିଦେଇଛି।

   Related Posts