ଫିଲ୍ମରେ କାମ ନମିଳିଥିବାରୁ ପ୍ରଚଣ୍ଡ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ଏହିଭଳି କାମ କରିବାକୁ ବାଧ୍ୟ ହୋଇଥିଲେ ଇଣ୍ଡଷ୍ଟ୍ରିର କିଛି କଳାକାର

Published By : Prameya-News7 Bureau | November 19, 2019 IST

ମୁମ୍ବାଇ୧୮|୧୧: ବଲିଉଡରେ କେତେବେଳେ କାହା ଭାଗ୍ୟ ବଦଳିଯିବ ତାହା କେହି ଜାଣିନଥାନ୍ତି। କିଏ ରାତା ରାତି ଷ୍ଟାର ହୁଏ ତ କିଏ କାଙ୍ଗାଳ ହୋଇଯାଏ। ହେଲେ କେବେ କେବେ କିଛି ଷ୍ଟାରମାନଙ୍କୁ ଏମିତି ଅବସ୍ଥାରେ ଦେଖାଯାଏ ଯେ, ନିଜ ଆଖି ଉପରେ ବିଶ୍ବାସ କରିବା କଷ୍ଟକର ହୋଇଥାଏ।ତେବେ ଏମିତି କିଛି କଳାକାରଙ୍କ ବିଷୟରେ ଜାଣନ୍ତୁ ଯିଏ ଇଣ୍ଡଷ୍ଟ୍ରିରେ ଗୋଟେ ସମୟରେ ରାଜ କରୁଥିଲେ ଓ ଆଜି ସେମାନଙ୍କୁ ଦେଖିଲେ ଚିହ୍ନି ହୁଏ ନାହିଁ।

{"id":186400,"sizeSlug":"large"}

ଅମିତାଭ ବଚ୍ଚନ ଓ ଦିଲୀପ କୁମାରଙ୍କ ସହ କାମ କରିଥିବା ଅଭିନେତା ସତିଶ କୌଲଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ଅଛି। ୨୦୧୯ ମସିହାରେ ସତିଶଙ୍କ ବିଷୟରେ ଖବର ବାହାରିବା ପରେ ପଞ୍ଜାବ ସରକାର ତାଙ୍କୁ ୫ ଲକ୍ଷ ଟଙ୍କା ଦେଇ ସାହାଯ୍ୟ କରିଥିଲେ। ସତିଶଙ୍କ ଧନ ସମ୍ପତ୍ତି ସବୁ ବ୍ୟବସାୟରେ ବୁଡି ଯାଇଥିଲା।ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯଆଇଥିଲା।ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ହେବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା।ଗଣମାଧ୍ୟମରେ ଖବର ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ। 

{"id":186401,"sizeSlug":"large"}

୧୯୯୫ ମସିହାରେ ସଲମାନ ଖାନଙ୍କ ସହ ଫିଲ୍ମ ବୀରଗତିରେ ନଜର ଆସିଥିବା ପୂଜା ଡଡବାଲଙ୍କ ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ, ନିଜ ଚିକିତ୍ସା କରିବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା। ଗତ ବର୍ଷ ପୂଜା ଟିବିରୋଗର ଶିକାର ହୋଇଥିଲେ। ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା।ସଲମାନ ଖାନ ଏହି ବିଷୟରେ ଜାଣିବା ପରେ ତାଙ୍କର ପୂରା ସହଯୋଗ ପୂଜାଙ୍କୁ ମିଳିଥିଲା। ଏବେ ପୂଜା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

{"id":186402,"sizeSlug":"large"}

ଅଭିନେତା ସବି ସିନ୍ଧୁ ଅନୁରାଗ କଶ୍ୟପଙ୍କ ଫିଲ୍ମ ପାଞ୍ଚରେ ଅଭିନୟ କରି ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ।ହେଲେ ଫିଲ୍ମ ବକ୍ସଅଫିସରେ ରିଲିଜ ହୋଇପାରିନଥିଲା। ଏହା ପରେ ସେ ଅନେକ ଫିଲ୍ମରେ ସେ ନଜର ଆସିଥିଲେ।ପୁଣି ତାଙ୍କ ଜୀବନର ଏମିତି ସମୟ ଆସିଥିଲା ଯେବେ ତାଙ୍କୁ ଇଣ୍ଡଷ୍ଟ୍ରି ଛାଡିବାକୁ ପଡିଥିଲା।ପରେ ନିଜ ଘର ଚଲାଇବା ପାଇଁ ସେ ସିକ୍ୟୁରିଟି ଗାର୍ଡ ଚାକିରୀ କରୁଥିଲେ।

{"id":186403,"sizeSlug":"large"}

୧୯୬୩ ମସିହାରେ ଅଭିନେତା ରାଜେନ୍ଦ୍ର କୁମାରଙ୍କ ସବୁ ଫିଲ୍ମ ସୁପରହିଟ୍‌ ହୋଇଥିଲା। ଲୋକେ ରାଜେନ୍ଦ୍ର କୁମାରଙ୍କୁ ଜୁବଲୀ କୁମାର ଡାକୁଥିଲେ।ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପରେ ତାଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥିଲା। ସେ ତାଙ୍କ ବଙ୍ଗଳା ରାଜେଶ ଖନ୍ନାଙ୍କୁ ବିକ୍ରି କରିଦେଇଥିଲେ।ଏହି ବଙ୍ଗଳାର ନାଁ ସେତେବେଳେ ଡିମ୍ପଲ ଥିଲା।

{"id":186404,"sizeSlug":"large"}

ବଲିଉଡର ଚର୍ଚ୍ଚିତ ଖଳନାୟକ ମହେଶ ଆନନ୍ଦଙ୍କ ମୃତ୍ୟୁ ନିକଟ ଅତୀତରେ ହୋଇଛି। ସେ ନିଜ ଘରେ ଏକା ରହୁଥିଲେ। ୫୭ ବର୍ଷ ବୟସ୍କ ମହେଶ ଆନନ୍ଦଙ୍କୁ ୧୮ ବର୍ଷ ଯାଏଁ ଇଣ୍ଡଷ୍ଟ୍ରିରେ କାମ ମିଳିନଥିଲା।ମୃତ୍ୟୁ ସମୟରେ ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.