ମହିଳା ଭୂମିକାରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ଏହି ଅଭିନେତାମାନେ…
28/11/2019 at 2:11 PM

୧- ରିତେଶ ଦେଶମୁଖ- ବଲିଉଡର ଲୋକପ୍ରିୟ ଅଭିନେତା ରିତେଶ ଦେଶମୁଖ ୨୦୦୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅପନା ସପନା ମନି ମନିରେ ଜଣେ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ସେ ଖୁବ ଚର୍ଚ୍ଚାରେ ଥିଲେ।

୨- ଶିବା କାର୍ତ୍ତିକେୟନ- ସାଉଥ ସିନେମାର ସୁପରଷ୍ଟାର ଶିବା କାର୍ତ୍ତିକେୟନ ୨୦୧୬ ମସିହା ରିଲିଜ ହୋଇଥିବା ଫିଲ୍ମ ରେମୋରେ ଜଣେ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ।

୩- ଶ୍ରେୟାସ ତଲପଡେ- ବଲିଉଡ ଅଭିନେତା ଶ୍ରେୟାସ ଅଧିକାଂଶ ସମୟ କମେଡି ଫିଲ୍ମରେ ନଜର ଆସନ୍ତି। ତାଙ୍କ କମେଡି ଦେଖିବାକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରନ୍ତି। ୨୦୧୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ପେଇଙ୍ଗ ଗେଷ୍ଟରେ ଶ୍ରେୟାସ ଜଣେ ମହିଳାଙ୍କ ଭୂମିକାରେ ଅଭିନୟ କରି ବେଶ ପ୍ରତିଷ୍ଠା ଲାଭ କରିଥିଲେ।

୪- କମଲ ହାସନ- ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କମଲ ହାସନ ୧୯୫୯ ମସିହାରେ ଶିଶୁକଳାକାର ଭାବେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ।ଅଭିନୟ ବ୍ୟତୀତ କମଲ ଅଧିକାଂଶ ସମୟନିଜ ବ୍ୟକ୍ତିଗତ ଜୀବନ ପାଇଁ ଲାଇମ ଲାଇଟ୍ରେ ରୁହନ୍ତି।ତେବେ ୧୯୯୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଚାଚି ୪୨୦ରେ କମଲ ଜଣେ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ।

୫- ସଲମାନ ଖାନ- ବଲିଉଡର ଦବଙ୍ଗ ଖାନ ସଲମାନ ଖାନ ମଧ୍ୟ ୨୦୦୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଜାନ-ଏ-ମନରେ ମହିଳା ଭୂମିକାରେ ନଜର ଆସିଥିଲେ। ତାଙ୍କର ଏହି ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ।