ବୟସ ବଢ଼ିଲେ ଶରୀର ପାଇଁ ରାମବାଣ ହୋଇଥାଏ ଏହି ୮ଟି ଜିନିଷ : ନଖାଇଲେ ଭୋଗିବେ ଗମ୍ଭୀର ସମସ୍ୟା

Published By : Prameya-News7 Bureau | November 05, 2020 IST

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଭିଟାମିନର ଅଭାବରେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ। ଖାସ୍ କରି ବୟସ ବଢ଼ିଲେ କିଛି ଖାସ୍ ଭିଟାମିନ୍ସ ଆହୁରି ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ

{"id":356635,"sizeSlug":"large"}

୧.କ୍ୟାଲସିୟମ୍ : ବୟସ ବଢ଼ିଲେ କ୍ୟାଲସିୟମ୍ ଅତ୍ୟନ୍ତ ଜରୁରୀ ହୋଇଥାଏ। କ୍ୟାଲସିୟମର ଅଭାବରେ ହାଡ଼ ଦୁର୍ବଳ ହୋଇଥାଏ ଯାହା ଫଳରେ ଅଷ୍ଟିଓପୋରୋସିସ ହୋଇପାରେ। ମେନୋପୋଜ ପରେ ଏହି ସମସ୍ୟା ସାଧାରଣ ହୋଇଯାଇଥାଏ। କ୍ୟାଲସିୟମ୍ ମାଂସପେଶୀ,ସ୍ନାୟୁ,କୋଶିକା ଏବଂ ରକ୍ତବାହିକାକୁ ଠିକ୍ କାମ କରିବାରେ ସାହାଯ୍ୟ କରିଥାଏ। ୫୦ରୁ ଅଧିକ ମହିଳା ଏବଂ ୭୦ବର୍ଷରୁ ଅଧିକ ପୁରୁଷଙ୍କ ବୟସ ତୁଳନାରେ ପାଖାପାଖି ୨୦ପ୍ରତିଶତରୁ ଅଧିକ କ୍ୟାଲସିୟମ ନେବା ଉଚିତ୍। ଡାୟେଟରେ କ୍ଷୀର,ଦହି ଏବଂ ପନିର ସାମିଲ କରନ୍ତୁ।

{"id":356637,"sizeSlug":"large"}

୨. ଭିଟାମିନ୍ B12 : ଭିଟାମିନ୍ B12 ରକ୍ତ ଏବଂ ତନ୍ତ୍ରିକା କୋଶିକାକୁ ପ୍ରସ୍ତୁତ କରିବା​ରେ ସାହାଯ୍ୟ କରିଥାଏ। ଏହି ଭିଟାମିନ୍ ମାଂସ,ମାଛ,ଅଣ୍ଡା ଏବଂ କ୍ଷୀର ଭଳି ଖାଦ୍ୟ ପଦାର୍ଥରେ ମିଳିଥାଏ। ଏହାକୁ ଭିଟାମିନ୍ B12 ଟାବଲେଟ ଏବଂ ଫୋର୍ଟିଫାଇଡ ଫୁଡ୍ସ ଜରିଆରେ ମଧ୍ୟ ନିଆ ଯାଇପାରିବ। ୫୦ବର୍ଷରୁ ଅଧିକ ଲୋକଙ୍କଠାରେ ୩୦ପ୍ରତିଶତ ଯାଏଁ ଏଟ୍ରୋଫିକ୍ ଗ୍ୟାଷ୍ଟ୍ରିଟିସ୍ ରହିଥାଏ। ଯାହା ଦ୍ବାରା ଶରୀରକୁ ଖାଦ୍ୟ ପଦାର୍ଥ ଜରିଆରେ ଭିଟାମିନ୍ B12 ଠିକଭାବେ ମିଳିପାରିନଥାଏ।

{"id":356639,"sizeSlug":"large"}

୩. ଭିଟାମିନ୍ ଡି : ଭିଟାମିନ୍ ଡି ମାଂସପେଶୀ,ତନ୍ତ୍ରିକା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଠିକଭାବେ କାମ କରାଇବାରେ ସାହାଯ୍ୟ କରିଥାଏ। ଭିଟାମିନ୍ ଡି ର ସବୁଠୁ ଉତ୍ତମ ସ୍ରୋତ ଖରା ହୋଇଥାଏ କିନ୍ତୁ ବୟସ ପରେ ସୂର୍ଯ୍ୟଙ୍କ କିରଣ ଶରୀରରେ ଭିଟାମିନ୍ ଡି କରିପାରି ନଥାଏ। ଖାଦ୍ୟ ପଦାର୍ଥରେ ଭିଟାମିନ୍ ଡି ପୂରାପୂରି ମିଳିପାରିନଥାଏ କିନ୍ତୁ ସାଲମନ୍ ମାଛ,ମ୍ୟାକେରେଲ ଏବଂ ସାର୍ଡ଼ିନ ଭିଟାମିନ୍ ଡିର ଭଲ ସ୍ରୋତ।

{"id":356641,"sizeSlug":"large"}

୪. ଭିଟାମିନ୍ B6: ଏହି ଭିଟାମିନ୍ ଶରୀରର ଜୀବାଣୁ ସହ ଲଢ଼ିବାରେ ଏବଂ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିଥାଏ। ବୟସ ବଢ଼ିବା ସହ ଭିଟାମିନ୍ B6 ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ ଭିଟାମିନ୍ B6 ବୟସ୍କ ଲୋକଙ୍କ ସ୍ମରଣ ଶକ୍ତିକୁ ଠିକ୍ ରଖିଥାଏ। ଏହି ଭିଟାମିନର ସବୁଠୁ ଭଲ ସ୍ରୋତ ହେଉଛି କାବୁଲି ବୁଟ। ଏହା ବ୍ୟତୀତ ଫ୍ୟାଟି ଫିସ୍ ଏବଂ ଫୋର୍ଟିଫାଇଡ ଫୁଡ୍ସ ଏହି ଭିଟାମିନର ଭଲ ସ୍ରୋତ।

{"id":356645,"sizeSlug":"large"}

୫.ମ୍ୟାଗ୍ନେସିୟମ୍ : ମ୍ୟାଗ୍ନେସିୟମ୍ ଶରୀରରେ ପ୍ରୋଟିନ୍ ଏବଂ ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଏହା ବ୍ଳଡ ସୁଗରକୁ ମଧ୍ୟ ସ୍ଥିର ରଖିଥାଏ। ଆପଣ ଏହାକୁ ନଟ୍ସ,ମଞ୍ଜି ଏବଂ ପତ୍ରଯୁକ୍ତ ପରିବାରୁ ପାଇ ପାରିବେ। ବୟସ ବଢ଼ିବା ସହିତ ଲୋକେ ଡାୟେଟରେ ଧ୍ୟାନ ଦେବା ପରିବର୍ତେ ଔଷଧ ସେବନ କରିଥାନ୍ତି ଯାହା ଫଳରେ ଶରୀରରେ ମ୍ୟାଗ୍ନେସିୟମର ଅଭାବ ହୋଇଥାଏ।

{"id":356646,"sizeSlug":"large"}

 ୬. ପ୍ରୋବାୟୋଟିକ୍ସ : ପ୍ରୋବାୟୋଟିକ୍ସକୁ ଅନ୍ତ ପାଇଁ ସବୁଠୁ ଭଲ କୁହାଯାଇଥାଏ। ଏହା ଶରୀରକୁ ଡାଇରିଆ ଏବଂ ଆଲର୍ଜିରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟା ରହିଛି ତେବେ ଏହାକୁ ନେବା ପୂର୍ବରୁ ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

{"id":356648,"sizeSlug":"large"}

୭.  ଓମେଗା ୩ : ଏହି ଫ୍ୟାଟି ଏସିଡକୁ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଥାଏ। କାରଣ ଆପଣଙ୍କ ଶରୀର ଏହାକୁ ପ୍ରାକୃତିକ ଭାବେ ବନାଇ ପାରିନଥାଏ। ଓମେଗା-୩ ଆଖି,ମସ୍ତିଷ୍କ ଏବଂ ସ୍ପର୍ମ ସେଲ୍ସ ପାଇଁ ନିହାତି ଜରୁରୀ ହୋଇଥାଏ। ଏହା ବୟସ ସହ ହେଉଥିବା ରୋଗ ଯେପରିକି ଅଲଜାଇମର ଏବଂ ଆର୍ଥରାଇଟିସରୁ ମୁକ୍ତି ଦେଇଥାଏ। ଏଥିପାଇଁ ମାଛ,ଅଖରୋଟ,କ୍ୟାନୋଲା ଅୟେଲ୍ କିମ୍ବା ଫ୍ଲାକ୍ସ ସିଡସ୍ ଭଳି ଖାଦ୍ୟ ପଦାର୍ଥ ପିଜ ଡାୟେଟରେ ସାମିଲ କରନ୍ତୁ।

{"id":356649,"sizeSlug":"large"}

୮. ସେଲେନିୟମ୍ : ସେଲେନିୟମ କୋଶିକାକୁ ସଂକ୍ରମଣରୁ ବଞ୍ଚାଇଥାଏ। ଏହା ଯୋଗୁଁ ଥାଇରଏଡ ଠିକଭାବ​‌ରେ କାମ କରିଥାଏ। ସେଲେନିୟମ ମାଂସପେଶୀକୁ ମଧ୍ୟ ମଜବୁତ କରିଥାଏ। ଏହା ବ୍ୟତୀତ ଏହା ବୟସ ସହ ଜଡ଼ିତ ରୋଗ ଯେପରିକି ଡିମେନସିଆ,ଥାଇରଏଡ ଏବଂ କ୍ୟାନସରରୁ ମଧ୍ୟ ବଞ୍ଚାଇଥାଏ। ଏଥିପାଇଁ ଡାୟେଟରେ ଚିକେନ,ମାଛ,ଅଣ୍ଡା,ଚିଜ,ମଶରୁମ,ବ୍ରାଉନ୍ ରାଇସ୍,କାଜୁ ଏବଂ କଦଳୀ ସାମିଲ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.