Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ୮ଜଣ ଫିଲ୍ମଷ୍ଟାର ନୁହଁନ୍ତି ଭାରତର ନାଗରିକ : ଜାଣନ୍ତୁ କେଉଁ ଦେଶର ନାଗରିକତା ଅଛି ତାଙ୍କର

ମୁମ୍ବାଇ ୧୧/୫: କେବଳ ଭାରତ ନୁହେଁ ବଲିଉଡକୁ ସମଗ୍ର ବିଶ୍ବରେ ବହୁତ ଅଧିକ ପସନ୍ଦ କରାଯାଇଥାଏ। କିନ୍ତୁ,ଆପଣ ଜାଣିଛନ୍ତି କି କେତେକ ପ୍ରସିଦ୍ଧ ସେଲିବ୍ରିଟି ଭାରତୀୟ ନହୋଇ ବିଦେଶୀ ନାଗରିକ। ଆସନ୍ତୁ ଜାଣିବା ଏହି ବିଦେଶୀ ନାଗରିକଙ୍କ ବିଷୟରେ

୧.ଅକ୍ଷୟ କୁମାର: ବଲିଉଡର ମିଷ୍ଟର ଖିଲାଡ଼ି ଅକ୍ଷୟ କୁମାର ଜନ୍ମ ଭାରତରେ ହୋଇଥିଲେ ମଧ୍ୟ ସେ ଭାରତର ନାଗରିକତ୍ବ ଛାଡ଼ି କାନାଡ଼ାର ନାଗରିକତ୍ବ ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଭାରତୀୟ ନିର୍ବାଚନରେ ଭୋଟ ଦେବାର ଅଧିକାର ନାହିଁ।

୨.ଦୀପିକା ପାଦୁକୋଣ : ଭାରତର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଜନ୍ମ ଡେନମାର୍କର କୋପେନହାଗେନଠାରେ ହୋଇଥିଲା। ଏଥିପାଇଁ ସେ ଡେନମାର୍କର ନାଗରିକ। ସେ ଭାରତର ପୂର୍ବତନ ଟେନିସ ଖେଳାଳୀ ପ୍ରକାଶ ପାଦୁକୋଣଙ୍କ ଝିଅ।

୩.ଆଲିୟା ଭଟ୍ଟ: ପ୍ରସିଦ୍ଧ ଫିଲ୍ମନିର୍ମାତା ମହେଶ ଭଟ୍ଟଙ୍କ ଝିଅ ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ଭାରତର ନାଗରିକ ନ ହୋଇ ବ୍ରିଟିଶ ନାଗରିକ। ତାଙ୍କ ମାଆ ସୋନି ରାଜଦାନ ବ୍ରିଟେନର ନାଗରିକ। ଏଥିପାଇଁ ତାଙ୍କୁ ବିଦେଶୀ ପାସପୋର୍ଟ ମିଳିଛି।

୪.କାଟ୍ରିନା କୈଫ: ଭାରତୀୟ ଫିଲ୍ମ ଦୁନିଆର ସବୁଠୁ ସୁନ୍ଦରୀ ଅଭିନେତ୍ରୀ କାଟ୍ରିନା କୈଫ ମୂଳତଃ ଲଣ୍ଡନର ନାଗରିକ।

୫.ଆମି ଜ୍ୟାକସନ: ‘ଏକ ଦିଓ୍ବାନା ଥା’ ଏବଂ ‘ସିଂ ଇଜ ବ୍ଲିଙ୍ଗ’ ଭଳି ଫିଲ୍ବରେ ଅଭିନୟ କରିଥିବା ଆମି ଜ୍ୟାକସନ ବ୍ରିଟେନର ନାଗରିକ।

୬.ଇମରାନ ଖାନ: ଆପଣ ଜାଣିଛନ୍ତି କି ପ୍ରସିଦ୍ଧ ଅଭିନେତା ଏବଂ ପ୍ରଡ୍ୟୁସର ଆମିର ଖାନଙ୍କ ଭଣଜା ଇମରାନ ଖାନ ମଧ୍ୟ ଭାରତୀୟ ନାଗରିକ ନୁହେଁ। ତାଙ୍କ ପାଖରେ ଆମେରିକାର ନାଗରିକତ୍ବ ରହିଛି।

୭.ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ: ଏହି ବଲିଉଡ ଅଭିନେତ୍ରୀଙ୍କ ପାଖରେ ଶ୍ରୀଲଙ୍କାର ନାଗରିକତ୍ବ ରହିଛି। ଜ୍ୟାକଲିନଙ୍କ ଜନ୍ମ ବାହାରିନରେ ହୋଇଛି କିନ୍ତୁ ତାଙ୍କ ବାପା ଶ୍ରୀଲଙ୍କାରେ ରୁହନ୍ତି। କିନ୍ତୁ ତାଙ୍କ ମାଆ ମାଲେସିଆର ନାଗରିକ।

୮.ସନି ଲିଓନି: ବଲିଉଡରେ ନିଜ ଷ୍ଟାଇଲ୍ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପାଖରେ କାନାଡ଼ାର ନାଗରିକତ୍ବ ରହିଛି। ଏଥିପାଇଁ ତାଙ୍କୁ ଭାରତରେ ଭୋଟ ଦେବାର ଅଧିକାର ନାହିଁ।  

254 Views

   ସମ୍ବନ୍ଧିତ ଖବର