କ୍ୟାନସରର ପ୍ରଥମ ଷ୍ଟେଜରେ ମନୁଷ୍ୟ ଶରୀର ଦେଖାଯାଇଥାଏ ଏହି ୮ଟି ପରିବର୍ତ୍ତନ : ଜାଣନ୍ତୁ କ’ଣ?

Published By : Prameya-News7 Bureau | June 27, 2019 IST

କ୍ୟାନସର ରୋଗ ଆମ ଶରୀର ପାଇଁ ଏକ ଅତ୍ୟନ୍ତ ମାରାତ୍ମକ ରୋଗ ହୋଇଥାଏ। ଏହି ରୋଗ ଆଜିକାଲି ଅଧିକାଂଶ ଲୋକଙ୍କୁ ହେଉଛି। ଏହି ରୋଗ କାରଣରୁ ଭାରତରେ ସବୁବର୍ଷ  ଅନେକ ଲୋକଙ୍କର ମୃତ୍ୟୁ ହେଉଛି। ବଡ଼ ବଡ଼ ଫିଲ୍ମଷ୍ଟାର କ୍ୟାନସର ହେଲେ ବିଦେଶ ଯାଇ ଚିକିତ୍ସା କରିଥାଆନ୍ତି ଏବଂ ଠିକ୍ ହୋଇ ଫେରନ୍ତି। କିନ୍ତୁ ଏହା ଅର୍ଥ ନୁହେଁ ଯେ ଭାରତରେ କ୍ୟାନସର ରୋଗର ଚିକିତ୍ସା ହୋଇନଥାଏ। ଯଦି କ୍ୟାନସର ରୋଗର ଲକ୍ଷଣ ଠିକ୍ ସମୟରେ ଜଣା ପଡ଼ିଯାଏ ତେବେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇଥାଏ। କେତେକ ଲକ୍ଷଣରୁ କ୍ୟାନସରର ପ୍ରାଥମିକ ଅବସ୍ଥା ଜାଣି ହୋଇଥାଏ। ତେବେ ଆସନ୍ତୁ ଜାଣିବା କ୍ୟାନସରର ପ୍ରଥମ ଷ୍ଟେଜରେ ଶରୀରରେ ଦେଖାଯାଉଥିବା ୮ଟି ପରିବର୍ତ୍ତନ ବିଷୟରେ

୧.ଯଦି ଶରୀରର କୈାଣସି ଅଙ୍ଗରେ ଆଘାତ ଯୋଗୁଁ ରକ୍ତ ବୋହିବା ବନ୍ଦ ହେଉନାହିଁ ତେବେ ଏହା କ୍ୟାନସର ରୋଗର ଲକ୍ଷଣ ହୋଇପାରେ। ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ। ମଳଦ୍ବାରରୁ ରକ୍ତ ବାହାରିବା କୋଲୋନ କ୍ୟାନସରର ସଙ୍କେତ ହୋଇପାରେ।

୨.ବିଶ୍ବର ୧୮% ଲୋକଙ୍କ ଶୈାଚ ସମୟରେ ମଳର ଆକାରରେ ପରିବର୍ତ୍ତନ ହେବା କାରଣରୁ କ୍ୟାନସର ରୋଗ ହୋଇପାରେ। ଯଦି ଏହି ସଙ୍କେତ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

୩. କ୍ୟାନସର ରୋଗ ଆରମ୍ଭରୁ ଶରୀରର ଓଜନ ଦ୍ରୃତ ଗତିରେ ହ୍ରାସ ପାଇଥାଏ। ଶରୀରର ଓଜନ ମାସେ ମଧ୍ୟରେ ୫କିଲୋ ଯାଏଁ କମ୍ ହୋଇଥାଏ।

୪. କ୍ୟାନସରର ଆରମ୍ଭରେ ଶରୀରରେ ଛୋଟ ଛୋଟ ଗାଣ୍ଠ ସୃଷ୍ଟି ହୋଇଥାଏ। ଏହା ଧୀରେ ଧୀରେ ବଢ଼ିଯାଇଥାଏ। ଏପରି ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ।

୫. ଶରୀରର କୈାଣସି ଅଙ୍ଗରେ ଆଘାତ ବିନା ଫୁଲିଗଲେ ଏହା କ୍ୟାନସରର ସଙ୍କେତ ହୋଇଥାଏ। ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ।

୬. ଯଦି ଆପଣଙ୍କୁ ବାରମ୍ବାର ଅନେକ ଦିନରୁ ବାନ୍ତି ହେବାର ସମସ୍ୟା ହେଉଛି ଏବଂ ବାନ୍ତି ସହ ରକ୍ତ ମଧ୍ୟ ତେବେ ଆପଣଙ୍କ ପେଟରେ କ୍ୟାନସର ରୋଗ ହୋଇପାରେ।

୭. ହଠାତ୍ ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯିବା ଏବଂ ମୁଣ୍ଡରେ ହଠାତ୍ ଭୟଙ୍କର ଯନ୍ତ୍ରଣା ହେବା ମସ୍ତିଷ୍କ କ୍ୟାନସରର ସଙ୍କେତ ହୋଇପାରେ।

 ୮.ବାରମ୍ବାର ଦୀର୍ଘ ଦିନରୁ କାଶ ଏବଂ କଫ ହେବା ଏବଂ ଶ୍ବାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରିବା ଫୁସଫୁସ୍ କ୍ୟାନସରର ସଙ୍କେତ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.