ବଲିଉଡ ଫିଲ୍ମକୁ ଆସିବା ପୂର୍ବରୁ ବିବାହ କରିସାରିଥିଲେ ଏହି ୮ଜଣ ଅଭିନେତା : ଜାଣନ୍ତୁ କିଏ ସେମାନେ?

Published By : Prameya-News7 Bureau | June 05, 2020 IST

ମୁମ୍ବାଇ ୫/୬: ବଲିଉଡ ସବୁବେଳେ ନିଜ ନୂଆ ନୂଆ ପ୍ରୟୋଗ ପାଇଁ ପ୍ରସିଦ୍ଧ। ଏହି ଇଣ୍ଡଷ୍ଟ୍ରିରେ କେତେବେଳେ କ’ଣ ହୋଇଯିବ କିଛି କୁହାଯାଇ ପାରିବ ନାହିଁ। ଏପରି ମାମଲା ବଲିଉଡରେ ଦେଖିବାକୁ ମିଳିଥାଏ। ଆଗରୁ ଅଭିନେତ୍ରୀମାନେ ନିଜ ବିବାହ ବିଷୟରେ ଲୁଚାଇ ରଖନ୍ତି। ଏହା ପଛରେ ତାଙ୍କ କ୍ୟାରିୟର ଥିଲା,କିନ୍ତୁ ଏହା ଅଭିନେତାଙ୍କ ସହ ହେଉନଥିଲା। ସମୟ ବଦଳିଥିଲା ଏବଂ ଅଭିନେତାଙ୍କ ଭଳି ଅଭିନେତ୍ରୀମାନେ ମଧ୍ୟ ନିଜ ବିବାହ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ​ଖୋଲି କହିଥିଲେ ଏବଂ କେବଳ ଏତିକି ନୁହେଁ ଏହାକୁ ଭଲ ଭାବେ ମ୍ୟାନେଜ କରିଥିଲେ। ଆଜି ଆମେ ଆପଣଙ୍କୁ ସେହି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ଅଭିନୟରେ ପାଦ ଥାପିବା ପୂର୍ବରୁ ବିବାହ କରି ସାରିଥିଲେ।

{"id":281598,"sizeSlug":"large"}

୧.ଆମୀର ଖାନ୍ : ବଲିଉଡ ଅଭିନେତା ଆମୀର ଖାନ୍ ନିଜ ବ୍ୟକ୍ତିଗତ ଜୀବନକୁ ନିଜ ପ୍ରୋଫେସନାଲ୍ ଲାଇଫରୁ ଏକଦମ୍ ଅଲଗା ରଖନ୍ତି। ଆମୀର ଦୁଇ ଥର ବିବାହ କରିଛନ୍ତି। ସେ ପ୍ରଥମେ ରିନା ଦତ୍ତାଙ୍କୁ ବିବାହ କରିଥିଲେ। ଏହି ବିବାହ ୧୬ବର୍ଷ ଯାଏଁ ଚାଲିଥିଲା। ଏହା ପରେ ଆମୀର,କିରଣ ରାଓଙ୍କୁ ବିବାହ କରିଥିଲେ। ଆମୀର ଖାନ୍ ୩୨ବର୍ଷ ତଳେ ୧୯୮୮ମସିହାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘କୟାମତ ସେ କୟାମତ ତକ’ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମ ଏତେ ସୁପରହିଟ୍ ହୋଇଥିଲା ଯେ ସେ ତା’ପରଠୁ କେବେ ପଛକୁ ଫେରି ଚାହିଁନଥିଲେ। ବହୁତ କମ୍ ଲୋକ ଜାଣିଛନ୍ତି ଯେ ସେ ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ୧୯୮୬ମସିହାରେ ରୀନାଙ୍କୁ ବିବାହ କରିଥିଲେ ଏବଂ ୨୦୦୨ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।

{"id":281601,"sizeSlug":"large"}

୨. ଶାହରୁଖ ଖାନ୍ : ଶାହରୁଖ ଖାନ୍ ଏବଂ ଗୌରୀଙ୍କ ଯୋଡ଼ି ବଲିଉଡର ପରଫେକ୍ଟ କପଲ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ପ୍ରେମ କାହାଣୀ ପୂରା ଫିଲ୍ମି କାହାଣୀ ଭଳି। ନିଜ ପିଲାଙ୍କ ସହ ଶାହରୁଖଙ୍କ ଜବରଦସ୍ତ ବଣ୍ଡିଂ। ବଲିଉଡର କିଙ୍ଗ୍ ବୋଲାଉଥିବା ଶାହରୁଖ ଖାନ୍ ମଧ୍ୟ ବଲିଉଡରେ ପାଦ ଥାପିବା ପୂର୍ବରୁ ବିବାହିତ ଥିଲେ। ଶାହରୁଖ ୧୯୯୧ମସିହାରେ ଗୌରୀଙ୍କୁ ବିବାହ କରିଥିଲେ। ୧୯୯୨ମସିହାରେ ଶାହରୁଖ ‘ଦିଓ୍ବାନା’ ଫିଲ୍ମ ଜରିଆରେ ବଲିଉଡକୁ ଡେବ୍ୟୁ କରିଥିଲେ।

{"id":281604,"sizeSlug":"large"}

 ୩. ସୋନୁ ସୁଦ : ସୋନୁ ସୁଦ ୧୯୯୬ମସିହାରେ ଗାର୍ଲଫ୍ରେଣ୍ଡ ସୋନାଲିଙ୍କୁ ବିବାହ କରିଥିଲେ ଏବଂ ୧୯୯୯ମସିହାରେ ତାମିଲ ଫିଲ୍ମ Kallazhagar ରେ ତାଙ୍କୁ କାମ ମିଳିଥିଲା। ଏହା ପରେ ସେ ୨୦୦୧ମସିହାରେ ‘ଶହୀଦ-ଏ-ଆଜମ’ରୁ ବଲିଉଡକୁ ଡେବ୍ୟୁ କରିଥିଲେ।

{"id":281610,"width":592,"height":352,"sizeSlug":"large"}

୪. ଫରହାନ୍ ଅଖତର : ୪୬ବର୍ଷ ବୟସ୍କ ଅଭିନେତା ଏବଂ ଫିଲ୍ମ ନିର୍ମାତା ଫରହାନ୍ ଅଖତର ଏବଂ ୪୮ବର୍ଷ ବୟସ୍କ ହେୟାର ଷ୍ଟାଇଲିଷ୍ଟ ଅଧୁନାଙ୍କ ବିବାହ ୨୦୦୦ମସିହାରେ ହୋଇଥିଲା। ଫରହାନ ଅଖତର ଏବଂ ଅଧୁନା ଭବାନୀ ୧୭ବର୍ଷ ପରେ ୨୦୧୭ମସିହାରେ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ବଲିଉଡକୁ ଆସିବା ପୂର୍ବରୁ ସେ ବିବାହିତ ଥିଲେ। ଫରହାନଙ୍କ ପ୍ରଥମ ଫିଲ୍ମ ‘ଦ ଫକୀର ଅଫ୍ ଭେନିସ୍’ ଥିଲା। ବଲିଉଡରେ ଅଧୁନା ଜଣେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ। ଉଭୟଙ୍କର ଦୁଇ ଝିଅ ଅଛନ୍ତି,ଶାକୟା ଏବଂ ଅକିରା। ଫରହାନ୍ ଅଖତର ମଧ୍ୟ ନିଜ ଜୀବନରେ ଆଗକୁ ବଢ଼ିଯାଇଛନ୍ତି। ସେ ମଡେଲ୍ ଶିବାନୀ ଦାଣ୍ଡେକରଙ୍କୁ ଡେଟ୍ କରୁଛନ୍ତି।

{"id":281611,"sizeSlug":"large"}

୫.ଅର୍ଜୁନ ରାମପାଲ୍ : ଅର୍ଜୁନ ୧୯୯୧ମସିହାରେ ମେହର ଜେସିଆଙ୍କୁ ବିବାହ କରିଥିଲେ। ଏହି ବିବାହର ୧୦ବର୍ଷ ପରେ ସେ ‘ଦିଓ୍ବାନାପନ’ ଫିଲ୍ମ ଯୋଗେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଅର୍ଜୁନ ରାମପାଲ୍ ଏବଂ ମେହର ଜେସିଆ ଗତ ବର୍ଷ ୨୦୧୯ମସିହାରେ ନିଜ ୨୧ବର୍ଷର ବିବାହକୁ ଭାଙ୍ଗି ଦେଇଥିଲେ।

{"id":281613,"sizeSlug":"large"}

୬. ସୁନୀଲ ଶେଟ୍ଟୀ : ସୁନୀଲ ଶେଟ୍ଟୀଙ୍କୁ ପ୍ରଥମ ନଜରରେ ମାନାଙ୍କ ସହ ପ୍ରେମ ହୋଇଯାଇଥିଲା। ସୁନୀଲ ଶେଟ୍ଟୀ ଏବଂ ମାନାଙ୍କ ବିବାହକୁ ୨୮ବର୍ଷ ପୂରି ସାରିଛି କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଜି ବି ସେହିପରି ଅଛି। ସୁନୀଲ ଶେଟ୍ଟୀ ୧୯୯୧ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେହି ସମୟରେ ସୁନୀଲ ଶେଟ୍ଟୀ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିନଥିଲେ। ବିବାହ ପରେ ସେ ୧୯୯୨ମସିହାରେ ‘ବଳବାନ’ ଫିଲ୍ମରୁ ଏଣ୍ଟ୍ରି କରିଥିଲେ।

{"id":281614,"sizeSlug":"large"}

୭. ଆୟୁଷ୍ମାନ ଖୁରାନା : ବଲିଉଡର ନୂଆ ସୁପରଷ୍ଟାର ଆୟୁଷ୍ମାନ ଖୁରାନା ଏବଂ ତାହିରା ବଲିଉଡର ସବୁଠୁ କ୍ୟୁଟ୍ କପଲ୍। ତାହିରା ତାଙ୍କ ପିଲାଦିନର ବନ୍ଧୁ। ତାହିରା ଏବଂ ଆୟୁଷ୍ମାନ ୨୦୦୮ମସିହା ନଭେମ୍ବର ୧ତାରିଖରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଉଭୟଙ୍କ ବଣ୍ଡିଂ ଜବରଦସ୍ତ।

{"id":281620,"sizeSlug":"large"}

୮.ଆର୍.ମାଧବନ : ଆର.ମାଧବନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପୂର୍ବରୁ ୧୯୯୯ମସିହାରେ ତାମିଲ ରୀତିନୀତିରେ ସରିତାଙ୍କୁ ବିବାହ କରିଥିଲେ। ଏହା ପରେ ସେ ୨୦୦୧ମସିହାରେ ‘ରେହନା ହେ ତେରେ ଦିଲ ମେଁ’ ଜରିଆରେ ବଲିଉଡକୁ ପ୍ରବେଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.