ରାଶିଚକ୍ରରେ ଗ୍ରହଙ୍କ ସ୍ଥାନ ପରିବର୍ତ୍ତନ ଆପଣଙ୍କ ଭାଗ୍ୟକୁ କରିବ ପ୍ରଭାବିତ : ୭ଟି ରାଶି ପାଇଁ ସମୟ ଖରାପ

Published By : Prameya-News7 Bureau | April 02, 2020 IST

ଅପ୍ରେଲରେ କେବଳ ଦୁଇଟି ଗ୍ରହ ରାଶି ବଦଳିବେ। ଏହି ମାସରେ ବୁଧ କୁମ୍ଭରୁ ମୀନ ରାଶିରେ ଯିବେ ଏବଂ ସୂର୍ଯ୍ୟ ମୀନରୁ ମେଷରେ ପ୍ରବେଶ କରିବେ। ଏହା ବ୍ୟତୀତ ମଙ୍ଗଳ,ବୃହସ୍ପତି,ଶୁକ୍ର,ଶନି ଏବଂ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବ ନାହିଁ।

ମେଷ : ଏହି ମାସରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମହତ୍ତ୍ବପୂର୍ଣ୍ଣ ନେଣଦେଣ ହୋଇପାରେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ନଚେତ୍ ଗଡ଼ବଡ଼ ହେବ। ଜାଗା,ଘର କିଣିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ସହ ଧୋକା ହେବାର ସମ୍ଭାବନା ରହିଛି। ଏହି ମାସରେ ଆପଣଙ୍କ ଆୟ ବଢ଼ିପାରେ। ସନ୍ତାନ ତରଫରୁ କୌଣସି ଶୁଭ ସମାଚାର ମାସ ଶେଷରେ ମିଳିପାରେ। ମାଆ-ବାପାଙ୍କ ସାହାଯ୍ୟରେ ଜାଗା କିମ୍ବା ଘର ସମ୍ବନ୍ଧୀୟ ଫାଇଦା ଆପଣଙ୍କୁ ମିଳିପାରେ।

ବୃଷ : ଏହି ମାସରେ ଆପଣଙ୍କୁ ସରକାରୀ କାମରେ କାହାର ସାହାଯ୍ୟ ମିଳିପାରେ। ଅଫିସରେ ଆପଣଙ୍କୁ କର୍ମଚାରୀମାନେ ସାହାଯ୍ୟ କରିପାରନ୍ତି। ଏହି ମାସରେ ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଆପଣ ଗାଡ଼ି କିଣିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବାକୁ ପଡ଼ିବ। ପେଟ କିମ୍ବା ଛାତି ଜନିତ ସମସ୍ୟା ହୋଇପାରେ। ବିଦ୍ୟାର୍ଥୀଙ୍କୁ ଏହି ମାସରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।  

ମିଥୁନ : ଗ୍ରହର ସ୍ଥିତି ପ୍ରଭାବରେ ଏହି ମାସ ଚାପଗ୍ରସ୍ତ ରହିବ କିନ୍ତୁ ଆପଣଙ୍କୁ ଧନଲାଭ ହୋଇପାରେ। କୌଣସି ଭଲ ଖବର ମିଳିପାରେ। ପ୍ରେମ ଜୀବନ ଭଲ ରହିପାରେ। ଏହି ମାସରେ କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ରହିବ। ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। କାମ ନ ହେବା ଦ୍ବାରା ଆପଣ ଚିନ୍ତିତ ରହି ପାରନ୍ତି। ଏହି ମାସରେ ଆପଣଙ୍କ ଭାବନାର କେହି ଭୁଳ୍ ଫାଇଦା ଉଠାଇ ପାରନ୍ତି।

କର୍କଟ: ଆପଣଙ୍କ ଆୟ ଅଧିକ ହେବ ନାହିଁ କିନ୍ତୁ ଖର୍ଚ୍ଚ ବୃଦ୍ଧି ହେବ। କ୍ୟାରିୟରରେ ଆଗକୁ ବଢ଼ିବାର ଅବସର ପାଇବେ କିନ୍ତୁ ଅସୁବିଧା ବଢ଼ିବ। କୌଣସି କାମର ଦାୟିତ୍ବ ମିଳିପାରେ। ସାବଧାନ ସହକାରେ ଗାଡ଼ି ଚଲାନ୍ତୁ। ଆହତ ହେବାର ସମ୍ଭାବନା ରହିଛି। ପ୍ରେମ ଜୀବନ ସମ୍ବନ୍ଧିତ କୌଣସି ନିଷ୍ପତ୍ତି ନେଇ ପାରନ୍ତି। ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିବ ନାହିଁ। ଏହା ଦ୍ବାରା ଆପଣ ଦୁଃଖୀ ହୋଇ ପାରନ୍ତି।

ସିଂହ : ଏହି ମାସରେ ଭାଗ୍ୟ ଆପଣଙ୍କ ସହାୟକ ହେବ। ଭାବିଥିବା କାମ ପୂରା ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଚିଡ଼ଚିଡ଼ାପଣ ଅନୁଭବ କରିବେ। ଚାକିରୀ କିମ୍ବା ବ୍ୟବସାୟରେ କିଛି ନୂଆ କରିବାର ମନ ହୋଇପାରେ।

କନ୍ୟା : କାର୍ଯ୍ୟ ଦୃଷ୍ଟିରୁ ଏହି ମାସ ଆପଣଙ୍କ ପାଇଁ ଶୁଭ ରହିବ। ଚାକିରୀ ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଆଗକୁ ବଢ଼ିବାର ସୁଯୋଗ ମିଳିପାରେ। ଏହି ମାସରେ ଆପଣ ନେଣ-ଦେଣ ଏବଂ ବିନିଯୋଗ ମାମଲାରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ପାରିବାରିକ ମାମଲାରେ ଆପଣଙ୍କୁ ସଂଯମ ରଖିବାକୁ ପଡ଼ିବ। ଭାବି ଚିନ୍ତି କହିବେ। କାହା ସହ ବିବାଦ ହୋଇପାରେ।

ତୁଳା : ଏହି ମାସରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ବ୍ୟବସାୟରେ ଆପଣଙ୍କ ଫାଇଦା ହୋଇପାରେ। ଚାକିରି କରୁଥିବା ଲୋକଙ୍କୁ ଆଗକୁ ବଢ଼ିବାର ଅବସର ମିଳିବ। ପିଲାଙ୍କ ସହ ସମୟ କଟିବ। ଶ୍ବଶୁର ଘରୁ ଖରାପ ଖବର ମିଳିପାରେ। ଭାଇ କିମ୍ବା ବନ୍ଧୁଙ୍କ ସହ ବିବାଦ ହେବାର ସମ୍ଭାବନା ରହିଛି। ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହେବ।

ବିଛା : ଏହି ମାସରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଭାଗ୍ୟ ଆପଣଙ୍କ ସହାୟକ ହେବ ନାହିଁ। କୌଣସି ଖାସ୍ କାମକୁ ପୂରା କରିବାରେ ବିଳମ୍ବ ହେବ। ଆପଣଙ୍କୁ ଅଧିକ ଦୌଡ଼ାଦୌଡ଼ି କରିବାକୁ ପଡ଼ିପାରେ। ବ୍ୟବସାୟ ସହ ଜଡ଼ିତ ନୂଆ ଚୁକ୍ତି ହୋଇପାରେ। ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି।

ଧନୁ : ଆପଣଙ୍କ ପାଇଁ ଏ ମାସ ଶୁଭ ରହିବ। ଆୟ ବଢ଼ିପାରେ। ବ୍ୟବସାୟରେ ଫାଇଦା ହେବାର ଯୋଗ ରହିଛି। ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପଦୋନ୍ନତି ହେବାର ସମ୍ଭାବନା ରହିଛି। ନୂଆ କାମ ପାଇଁ ଦାୟିତ୍ବ ମିଳିପାରେ। ଅଟକିଥିବା ଟଙ୍କା ମିଳିପାରେ। ନୂଆ ଲୋକଙ୍କ ସହ ସାକ୍ଷାତ ହୋଇପାରେ।

ମକର : ସମସ୍ତ ଚିନ୍ତା ଏକାଠି ଦୂର ହେବ। ଆପଣଙ୍କ ପାଇଁ ଭଲ ସମୟ ରହିଛି। ଆପଣଙ୍କୁ ଧନ ଲାଭ ହେବ। ସେଭିଂ ବଢ଼ିବ। ଆପଣ ସମ୍ପତ୍ତି,ଗାଡ଼ି କିମ୍ବା ଅନ୍ୟ ମାମଲାରେ ଟଙ୍କା ନିବେଶ କରିବା ପାଇଁ ଯୋଜନା କରି ପାରନ୍ତି। ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ।

କୁମ୍ଭ : କାର୍ଯ୍ୟରେ ମନ ଲାଗିବ ନାହିଁ। ପରିଶ୍ରମର ଫଳ ନମିଳିବାରୁ ଆପଣ ଦୁଃଖୀ ହୋଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ। ଏହି ମାସରେ ସନ୍ତାନ ଏବଂ ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇ ପାରନ୍ତି।

ମୀନ : ଏହି ମାସ ଆପଣଙ୍କ ପାଇଁ ସାମାନ୍ୟ ରହିବ। ପାରିବାରିକ ବିବାଦ ହେବାର ସମ୍ଭାବନା ରହିଛି। ଚାକିରୀ ଏବଂ ବ୍ୟବସାୟରେ ଧନ ଲାଭ ହେବ କିନ୍ତୁ ଟଙ୍କା ଖର୍ଚ୍ଚ ହୋଇପାରେ। ନୂଆ କାମ ମିଳିବ କିନ୍ତୁ ସେଥିରେ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ପଡ଼ିବ। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.