ଗଳା କ୍ୟାନସର ପୂର୍ବରୁ ଦେଖା ଦେଇଥାଏ ଏହି ୭ଟି ଲକ୍ଷଣ : ତୁରନ୍ତ କରନ୍ତୁ ଡାକ୍ତରଙ୍କୁ ପରାମର୍ଶ

Published By : Prameya-News7 Bureau | May 22, 2019 IST

କ୍ୟାନସର ଏକ ଗମ୍ଭୀର ରୋଗ। ଏହି ରୋଗ ବିଷୟରେ ଯଦି ଆରମ୍ଭରୁ ଜଣା ପଡ଼ିଯାଇଥାଏ ତେବେ ଏହାକୁ ଠିକ୍ କରାଯାଇପାରିବ। ବିଳମ୍ବ ହେଲେ ଏହାର ଚିକିତ୍ସା ଅସମ୍ଭବ। କ୍ୟାନସର ରୋଗରେ ଅସ୍ବାଭାବିକ କୋଷ ଉତ୍ପନ୍ନ ହୋଇଥାଏ,ଯାହା ଯାହା ଶରୀରରେ ଥିବା କୋଷକୁ ଧୀରେ ଧୀରେ ନଷ୍ଟ କରି ଦେଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କ୍ୟାନସର ମୋଟ ୧୦୦ପ୍ରକାରର ହୋଇଥାଏ। କ୍ୟାନସରର ଲକ୍ଷଣ ହେଉଛି ଅସ୍ବାଭାବିକ ରକ୍ତସ୍ରାବ,ଶରୀରରେ ଗଣ୍ଠି ପଡ଼ିଯିବା,ଓଜନ କମିଯିବା,କଫ ଆଦି ହୋଇଥାଏ। ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୪.୫ଲକ୍ଷ ଏବଂ ପ୍ରତି ବର୍ଷ ୭ଲକ୍ଷ କ୍ୟାନସର ରୋଗୀଙ୍କ ମାମଲା ଆସୁଛି। ୩୦ରୁ ୬୯ବର୍ଷ ବୟସ ଥିବା ବ୍ୟକ୍ତିଙ୍କ କ୍ୟାନସରରେ ମୃତ୍ୟୁବରଣ କରିବାର ଆଶଙ୍କା ସାଧାରଣ ଲୋକଙ୍କ ତୁଳନାରେ ୭୧ପ୍ରତିଶତ ଅଧିକ। କ୍ୟାନସରର ଅନେକ କାରଣ ରହିଛି।

{"id":114763,"width":591,"height":338}

କିନ୍ତୁ କେତେକ କ୍ୟାନସରର କାରଣ ବିଷୟରେ ଆମେ କେବେ କଳ୍ପନା କରିନଥାଉ। ଯେକୈାଣସି ବ୍ୟକ୍ତି କ୍ୟାନସରରେ ପୀଡ଼ିତ ହୋଇପାରେ। ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ସୁପରଷ୍ଟାର କେହି କ୍ୟାନସରରୁ ବଞ୍ଚିପାରନ୍ତି ନାହିଁ। ଆଜି ଆମେ କଥା ହେବା ଗଳା କ୍ୟାନସର ବିଷୟରେ। ଗଳାରେ ହେଉଥିବା କ୍ୟାନସର ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ହୋଇଥାଏ। ଯଦି ଠିକ୍ ସମୟରେ ଏହି ରୋଗକୁ ଚିହ୍ନି ଚିକିତ୍ସା କରି ଦିଆଯାଏ ତେବେ ଏଥିରୁ ମୁକ୍ତି ମିଳିଥାଏ। ଆଜି ଆମେ ଗଳା କ୍ୟାନସର ସହ ଜଡ଼ିତ କେତେକ ଲକ୍ଷଣ ବିଷୟରେ କହିବା। ଯଦି ଆପଣଙ୍କୁ ବି ଗଳାର ସମସ୍ୟା ରହିଛି ଏବଂ ନିମ୍ନଲିଖିତ ଲକ୍ଷଣଗୁଡ଼ିକ ମଧ୍ୟରୁ କୈାଣସି ଲକ୍ଷଣ ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚେକଅପ୍ କରାନ୍ତୁ।

{"id":114767,"width":594,"height":334}

୧.କଣ୍ଠସ୍ବରରେ ପରିବର୍ତ୍ତନ ହେବା କିମ୍ବା କଣ୍ଠସ୍ବରରେ ଭାରିପଣ ହେବା : ଯଦି ଆପଣଙ୍କୁ ଦୀର୍ଘଦିନରୁ ନିଜ କଣ୍ଠସ୍ବରରେ ପରିବର୍ତ୍ତନ କିମ୍ବା ଭାରିପଣ ଅନୁଭବ ହେଉଛି ତେବେ ଅବହେଳା କରନ୍ତୁ ନାହିଁ। ତୁରନ୍ତ କୈାଣସି ଭଲ ଡାକ୍ତରଙ୍କୁ ଦେଖାନ୍ତୁ।

{"id":114768,"width":595,"height":332}

୨.କୈାଣସି ଜିନିଷ ଗିଳିବାକୁ କଷ୍ଟ ହେବା : ବେଳେବେଳେ ଥଣ୍ଡାଜ୍ବର କିମ୍ବା ଗଳା ସଂକ୍ରମଣ ଯୋଗୁଁ ଖାଦ୍ୟ ଗିଳିବାକୁ କଷ୍ଟ ହୋଇଥାଏ। କିନ୍ତରୁ ଏସବୁ ସମସ୍ୟା ହେଲେ ଡାକ୍ତରଙ୍କଠୁ ପରାମର୍ଶ ନେବା ଜରୁରୀ।

{"id":114769,"width":596,"height":446}

୩.ଓଜନ କମିଯିବା : ଯଦି ଆପଣଙ୍କ ଓଜନ ବିନା କୈାଣସି ଖାଦ୍ୟଶୈଳୀ କିମ୍ବା ବ୍ୟାୟାମରେ କମିବାକୁ ଲାଗିଛି ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

{"id":114770,"width":602,"height":402}

୪.ଦୀର୍ଘ ସମୟ ଯାଏଁ ଗଳା ଖରାପ ରହିବା : ଯଦି ଆପଣଙ୍କୁ ଦୀର୍ଘ ସମୟ ଯାଏଁ ଗଳା ସମସ୍ୟା ହଇରାଣ କରୁଛି ତେବେ ଡାକ୍ତରଙ୍କ ସହ ସମ୍ପର୍କ କରିବା ସବୁଠୁ ଉତ୍ତମ ବିକଳ୍ପ।

{"id":114773,"width":596,"height":332}

୫.କଫ ସହ ରକ୍ତ ବାହାରିବା: ଗଳା ସଂକ୍ରମଣ ହେଲେ ବେଳେବେଳେ କଫରୁ ରକ୍ତ ପଡ଼ିଥାଏ । ଯଦି ଆପଣଙ୍କୁ ମଧ୍ୟ ଏପରି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

{"id":114775,"width":595,"height":396}

୬.ଗଳା ଫୁଲିବା ଏବଂ ଯନ୍ତ୍ରଣା ହେବା: ବେକରେ ଅନ୍ୟ କାରଣରୁ ମଧ୍ୟ ଫୁଲା ଏବଂ ଯନ୍ତ୍ରଣା ହୋଇଥାଏ। ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି ତେବେ ଡାକ୍ତରଙ୍କୁ ଦେଖା କରନ୍ତୁ ଏବଂ କାରଣ ଜାଣିବା ପାଇଁ ଟେଷ୍ଟ କରନ୍ତୁ।

{"id":114777,"width":594,"height":395}

୭.ଦୀର୍ଘ ଦିନ ଯାଏଁ କାନ​ରେ ଯନ୍ତ୍ରଣା ହେବା : ଦୀର୍ଘ ଦିନ ଯାଏଁ କାନରେ ଯନ୍ତ୍ରଣା ହେବା ମଧ୍ୟ କ୍ୟାନସରର ଲକ୍ଷଣ ହୋଇପାରେ। ଯଦି ଆପଣଙ୍କ ଏହି ସମସ୍ୟା ହୋଇଛି ତେବେ ତୁରନ୍ତ କର୍ଣ୍ଣ ନାସା ଗଳା ଡାକ୍ତରଙ୍କୁ ଦେଖାନ୍ତୁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.