୭ ଦିନରେ ଏହି ସବୁ ରାଜ୍ୟର ରାଜ୍ୟପାଳଙ୍କୁ ଛାଡିବାକୁ ପଡିବ ସେମାନଙ୍କ ଆସନ, ଜାଣନ୍ତୁ କାହିଁକି

Published By : Prameya-News7 Bureau | August 30, 2019 IST

ନୂଆଦିଲ୍ଲୀ:  ମାତ୍ର ୭ ଦିନରେ ଦେଶର ୫ଟି ରାଜ୍ୟର ରାଜ୍ୟପାଳଙ୍କୁ ଛାଡିବାକୁ ପଡିବ ସେମାନଙ୍କ ଆସନ। କାରଣ ରାଜ୍ୟପାଳ ଭାବେ ସେମାନଙ୍କ କାର୍ଯ୍ୟକାଳ ଏବେ ପୁରଣ ହୋଇସାରିଛି। ଏଣୁ ସେମାନଙ୍କ ସ୍ଥାନରେ କେନ୍ଦ୍ର ସରକାର ନୂଆ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରିବେ। ଏଥିଲାଗି ସେମାନଙ୍କୁ ଏବେ ରାଜଭବନ ଖାଲିକରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

{"id":151154,"width":580,"height":406}

ମହାରାଷ୍ଟ୍ର ରାଜ୍ୟପାଳ ଭାବେ ସି.ବିଦ୍ୟାସାଗର ରାଓଙ୍କ କାର୍ଯ୍ୟକାଳ ୨୯ ଅଗଷ୍ଟରେ ଶେଷ ହୋଇ ସାରିଛି। ସେହିପରି ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ କାର୍ଯ୍ୟକାଳ ଶୁକ୍ରବାର ଅର୍ଥାତ ୩୦ ଅଗଷ୍ଟରେ ସରିଥିବା ବେଳେ ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୩୧ ତାରିଖରେ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ୱାଲାଙ୍କ କାର୍ଯ୍ୟକାଳ ଶେଷ ହେବ। ସେପ୍ଟେମ୍ବର ୩ ତାରିଖରେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ଓ ୪ ତାରିଖରେ କେରଳ ରାଜ୍ୟପାଳ ପି. ସଦାଶିବମଙ୍କ କାର୍ଯ୍ୟକାଳ ସରିବ।

{"id":151155}

ତେବେ ଏହି ସବୁ ରାଜ୍ୟର ରାଜ୍ୟପାଳମାନଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାର ୧୦ଟି ରାଜ୍ୟ ଲାଗି ନୂଆ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରିସାରିଛନ୍ତି। ଏହି ନବ ନିଯୁକ୍ତ ରାଜ୍ୟପାଳମାନେ ହେଲେ ପଶ୍ଚିମବଙ୍ଗ ଲାଗି ଜଗଦୀପ ଧନକଡ, ତ୍ରିପୁରା ଲାଗି ରମେଶ ବୈଶ୍ୟ, ମଧ୍ୟପ୍ରଦେଶ ପାଇଁ ଲାଲଜୀ ଟଣ୍ଡନ, ଆନ୍ଧ୍ରପ୍ରଦେଶ ପାଇଁ ବିଶ୍ୱଭୂଷଣ ହରିଚନ୍ଦନ, ଛତିଶଗଡ ପାଇଁ ଅନୁସୂୟା ୱିକେ, ହିମାଚଳ ପାଇଁ କଲରାଜ ମିଶ୍ର, ଗୁଜୁରାଟ ପାଇଁ ଦେବବ୍ରତ ଆଚାର୍ଯ୍ୟ, ନାଗାଲ୍ୟାଣ୍ଡ ଲାଗି ଆର.ଏନ. ରବି, ଉତ୍ତରପ୍ରଦେଶ ପାଇଁ ଆନନ୍ଦୀ ବେନ ପଟେଲ ଓ ବିହାର ପାଇଁ ଫାଗୁ ଚୌହାନଙ୍କ ନିଯୁକ୍ତି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.