ସାବଧାନ! ଧୀରେ ଧୀରେ ଶରୀରକୁ ନଷ୍ଟ କରେ ଏହି ୭ଟି ଖରାପ ଅଭ୍ୟାସ

Published By : Prameya-News7 Bureau | December 04, 2019 IST

ଆଜିକାଲିର ଏହି ଆଧୁନିକ ଜୀବନ ଶୈଳୀରେ ଏମିତି ଅନେକ ଜିନିଷ ଅଛି ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅଧିକାଂଶ ଲୋକେ ଜାଣିଥାନ୍ତି ଯେ, ଧୂମପାନ କଲେ ଓ ଜଙ୍କ ଫୁଡ୍‌ ଖାଇଲେ ଏହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ସେଥିପାଇଁ ପ୍ରାୟତଃ ଲୋକେ ଏଭଳି ଅଭ୍ୟାସ ରଖନ୍ତି ନାହିଁ। ହେଲେ ଏମିତି ଅନେକ ଛୋଟ ଛୋଟ ଜିନିଷ ଅଛି ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ଓ ଏହି ବିଷୟରେ କେହି ଜାଣିନଥାନ୍ତି। ତେବେ ଆସନ୍ତୁ ନଜର ପକାଇବା ଏହି ଛୋଟେ ଛୋଟ ଜିନିଷ ଉପରେ।

{"id":193551,"width":561,"height":438,"sizeSlug":"large"}

୧- ପ୍ୟାଣ୍ଟ ପଛ ପକେଟ୍‌ରେ ପର୍ସ ରଖିବା- ଅଧିକାଂଶ ଲୋକେ ନିଜ ପ୍ୟାଣ୍ଟ ପଛ ପକେଟ୍‌ରେ ପର୍ସ ରଖନ୍ତି। ଏହା ନିଷ୍ଟିତ ରୂପରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ରିପୋର୍ଟ ଅନୁସାରେ ୧୫ ମିନିଟ୍‌ରୁ ଅଧିକ ସମୟ ପର୍ସ ଉପରେ ବସିଲେ ମେରୁଦଣ୍ଡ ହାଡରେ କଷ୍ଟ ହୁଏ। ଏହା ଧୀରେ ଧୀରେ ବଢିଥାଏ।

{"id":193554,"sizeSlug":"large"}

୨- ଖଟ ଉପରେ ମୋବାଇଲ- ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କଲେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ। ଆଜିକାଲି ଏହି ଖରାପ ଅଭ୍ୟାସ ଅନେକ ପିଲାମାନଙ୍କ ମଧ୍ୟରେ ଦେଖିବାକୁ ମିଳେ। 

{"id":193559,"sizeSlug":"large"}

୩- ଗରମ ପାଣିରେ ହାତ ଧୋଇବା- ଗରମ ପାଣିରେ ହାତ ଧୋଇଲେ ଏହା ଜୀବାଣୁଙ୍କୁ ଯେ ନଷ୍ଟ କରେ ତାହା ଭୁଲ। ବିଷେଶଜ୍ଞଙ୍କ ଅନୁସାରେ ଗରମ ତୁଳନାରେ ଥଣ୍ଡା ପାଣି ବହୁତ ଭଲ। ସବୁବେଳେ ଥଣ୍ଡା ପାଣିରେ ହାତ ଧୋଇବା ଉଚିତ୍‌। କାରଣ ଗରମ ପାଣିରେ ହାତ ଧୋଇଲେ ଏହା ଚମ ପାଇଁ କ୍ଷତିକାରକ ହୋଇଥାଏ।

{"id":193557,"sizeSlug":"large"}

୪- ପ୍ଲାଷ୍ଟିକ ବୋତଲରେ ପାଣି ପିଇବା- ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ପ୍ଲାଷ୍ଟିକ ବୋତଲରେ ବିଷାକ୍ତ ରସାୟନ ତତ୍ତ୍ବ ରହିଛି। ଏହା ଦ୍ବାରା ଏଥିରେ ପାଣି ରଖି ପିଇଲେ ପ୍ରଦୁଷିତ ହୋଇଥାଏ। ରସାୟନ ଶରୀରର ଏଣ୍ଡୋକ୍ରାଇନ୍‌ ସିଷ୍ଟମ ପ୍ରଭାବିତ କରେ। ଫଳରେ ମଣିଷ କ୍ୟାନ୍ସର ଭଳି ରୋଗରେ ଆକ୍ରାନ୍ତ ହୋଇଥାଏ।

{"id":193558,"sizeSlug":"large"}

୫- ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା- ସୂଚନାଯୋଗ୍ୟ ଯେ, ଶୀଘ୍ର ଶୀଘ୍ର ଖାଦ୍ୟ ଚୋବାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଦ୍ବାରା ଶରୀରରେ ଏନେକ ସସମ୍ୟା ହୋଇଥାଏ। ଏହା ହୃଦରୋଗ, ମଧୁମେହ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ବଢାଏ।

{"id":193556,"width":576,"height":450,"sizeSlug":"large"}

୬- ଖାଦ୍ୟା ଖାଇବା ପରେ ତୁରନ୍ତ ବ୍ରଶ କରିବା- ଖାଦ୍ୟ ଖାଇବାର ୩୦ ମିନିଟ୍‌ ପରେ ବ୍ରଶ କରିବା ଉଚିତ୍‌। କାରଣ ଖାଦ୍ୟ ଖାଇବା ପରେ ଦାନ୍ତ ସବୁଠୁ ଦୁର୍ବଳ ସ୍ଥିତିରେ ଥାଏ।

{"id":193555,"sizeSlug":"large"}

୭- କଟନ ସ୍ବାବରେ କାନ ସଫା କରିବା- କଟନ ସ୍ବାବରେ କାନ ସଫା କରିବା କ୍ଷତିକାରକ ହୋଇଥାଏ। ଏହା ବ୍ୟତୀତ ହେଣ୍ଡ ଡ୍ରାୟର ବ୍ୟବହାର କରିବା, ଅଧିକ ମାତ୍ରାରେ ଜୁସ୍‌ ପିଇବା, ଅଧିକ ଲୁଣ ଖାଇବା, ଅଧିକ ସମୟ ଶୋଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.