କେବଳ ତାପସୀ ନୁହେଁ ,ବିଦେଶୀଙ୍କ ସହ ରିଲେସନଶିପରେ ରହିଛନ୍ତି ଏହି ୭ଜଣ ବଲିଉଡ ଅଭିନେତ୍ରୀ

Published By : Prameya-News7 Bureau | October 16, 2020 IST

ମୁମ୍ବାଇ ୧୫/୧୦: ତାପସୀ ପାନ୍ନୁ ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ତାପସୀ ନିଜ ଭଉଣୀଙ୍କ ବ୍ୟତୀତ ମ୍ୟାଥିୟସ ବୋଙ୍କ ସହ ମଧ୍ୟ ଦେଖାଯାଇଥିଲେ। ମ୍ୟାଥିୟସ୍ ଡେନମାର୍କର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ଏବଂ ଅଲିମ୍ପିକ୍ ମେଡାଲିଷ୍ଟ୍। ତାପସୀ ଏବଂ ମ୍ୟାଥିୟସଙ୍କ ରିଲେସନଶିପକୁ ନେଇ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ହେଉଛି। ବଲିଉଡ ଅଭିନେତ୍ରୀ କୌଣସି ବିଦେଶୀ ବ୍ୟକ୍ତିଙ୍କ ସହ ରିଲେସନରେ ରହିବା ପ୍ରଥମ ଥର ଘଟି ନାହିଁ। କେତେକ ଅଭିନେତ୍ରୀ କିଛି ବିଦେଶୀଙ୍କୁ ଡେଟ୍ କରି ସାରିଥିବାବେଳେ କେତେକ ଅଭିନେତ୍ରୀ ବିବାହ କରି ସେଟେଲ୍ ହୋଇ ସାରିଛନ୍ତି।

{"id":345286,"sizeSlug":"large"}

୧. ପ୍ରିୟଙ୍କା ଚୋପ୍ରା -ନିକ୍ ଜୋନାସ୍ : ପ୍ରିୟଙ୍କା ​‌ଚୋପ୍ରା ଆମେରିକାର ମ୍ୟୁଜିକ୍ ଆର୍ଟିଷ୍ଟ ନିକ୍ ଜୋନସଙ୍କ ସହ ଧୁମଧାମରେ ବିବାହ କରିଥିଲେ। ଉଭୟଙ୍କ ପ୍ରଥମ ସାକ୍ଷାତ ୨୦୧୭ମସିହାରେ ନ୍ୟୁୟର୍କର ମେଟ ଗାଲା ଇଭେଣ୍ଟରେ ହୋଇଥିଲା ଯେଉଁଠାରେ ଦୁହେଁ ରେଡ କାର୍ପେଟରେ ଏକାଠି ନଜର ଆସିଥିଲେ। ଦୁହେଁ ଏହା ପରେ ପରସ୍ପରକୁ ଡେଟ୍ କରିଥିଲେ ଏବଂ ୨୦୧୮ମସିହାରେ ଦୁହେଁ ବିବାହ କରିଥିଲେ।

{"id":345287,"sizeSlug":"large"}

୨.ସେଲିନା ଜେଟଲି- ପିଟର ହଗ୍ : ସେଲିନା ଜେଟଲି ଅଷ୍ଟ୍ରିଆର ହୋଟେଲ୍ ମାଲିକ ପିଟର ହଗ୍‌ଙ୍କୁ ୨୦୧୧ମସିହାରେ ବିବାହ କରିଥିଲେ। ସେଲିନା ୨ଥର ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତାଙ୍କର ଗୋଟିଏ ସନ୍ତାନଙ୍କ ହୃଦ୍ ସମସ୍ୟା ଥିବାରୁ ମୃତ୍ୟୁ ହୋଇଯାଇଥିଲା। ସେଲିନାଙ୍କ ୩ପିଲା ଅଛନ୍ତି। ପିଟର ଏବଂ ସେଲିନାଙ୍କ ସମ୍ପର୍କ ବହୁତ ଷ୍ଟ୍ରଙ୍ଗ୍।

{"id":345289,"sizeSlug":"large"}

୩. ରାଧିକା ଆପ୍ତେ-ବେନେଡିକ୍ଟ ଟେଲର : ରାଧିକା ଆପ୍ତେଙ୍କ ସ୍ବାମୀ ବେନେଡିକ୍ଟ ଟେଲର ଲଣ୍ଡନର ଜଣେ ଲୋକପ୍ରିୟ ମ୍ୟୁଜିସିୟାନ। ସେ ୨୦୧୩ମସିହାରେ ବିବାହ କରିଥିଲେ ଏବଂ ଦୁହେଁ ପରସ୍ପରକୁ ଭେଟିବା ପାଇଁ ଲଣ୍ଡନ ଏବଂ ମୁମ୍ବାଇ ଯିବା ଆସିବା କରନ୍ତି। ରାଧିକା ନିଜ ସାକ୍ଷାତକାରରେ କହିଥିଲେ ଲଙ୍ଗ୍ ଡିସଟାନ୍ସ ରିଲେସନଶିପ୍ ଖୁବ୍ ଚ୍ୟାଲେଞ୍ଜିଂ କିନ୍ତୁ ପରସ୍ପର ସାମଞ୍ଜସ୍ୟ ଯୋଗୁଁ ଦୁହେଁ ଏହି ସମ୍ପର୍କକୁ ଲିଭାଇବାରେ ସଫଳ ରହିଛନ୍ତି।

{"id":345290,"sizeSlug":"large"}

୪.ପ୍ରୀତି ଜିଣ୍ଟା - ଜିନ ଗୁଡଇନଫ : ପ୍ରୀତି ଜିଣ୍ଟା ୨୦୧୬ମସିହାରେ ଜିନ ଗୁଡଇନଫଙ୍କୁ ବିବାହ କରିଥିଲେ। ଜିନ ଲସ୍ ଏଞ୍ଜେଲସରେ କାମ କରନ୍ତି। ସେ ଆମେରିକାର ମାର୍ଶଲ୍ ସ୍କୁଲ୍ ଅଫ୍ ବିଜନେସରେ ମ୍ୟାନେଜମେଣ୍ଟ ଗ୍ରାଜୁଏଟ। ପ୍ରୀତି ଏବଂ ଜିନ ଆମେରିକାରେ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ ଏବଂ ମୁମ୍ବାଇ ଆସି ଦମଦାର ପାର୍ଟି ଦେଇଥିଲେ। ପ୍ରୀତିଙ୍କ ଆକସ୍ମିକ ବିବାହ ନିଷ୍ପତ୍ତିରେ ବଲିଉଡ ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପ୍ରୀତି ଅଧିକାଂଶ ସମୟରେ ଜିନଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ସେୟାର କରନ୍ତି।

{"id":345294,"sizeSlug":"large"}

୫.ନିନା ଗୁପ୍ତା-ଭିଭିୟାନ ରିଚାର୍ଡ଼ସ୍ : ୮୦ଦଶକରେ ଅଭିନେତ୍ରୀ ନିନା ଗୁପ୍ତା ଏବଂ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ଭିଭିୟାନ ରିଚାର୍ଡ଼ସ୍ ଲିଭ ଇନ ରିଲେସନସିପରେ ରହୁଥିଲେ। ୧୯୮୯ମସିହାରେ ନିନା, ମାସାବାଙ୍କୁ ଜନ୍ମ ଦେଇଥିଲେ। ନିନା ଏବଂ ଭିଭିୟାନ୍ କେବେ ବିବାହ କରିନଥିଲେ। ପରେ ଦୁହେଁ ଅଲଗା ହୋଇଯାଇଥିଲେ କିନ୍ତୁ ନିନା ତାଙ୍କ ଝିଅ ମାସାବାଙ୍କୁ ପାଳିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଜି ବି ସେ ଜଣେ ସଫଳ ଡିଜାଇନର।

{"id":345297,"sizeSlug":"large"}

୬. ଶ୍ରେୟା ଶରଣ-ଆନ୍ଦ୍ରଇ କୋଶ୍ଚିଭ : ଅଜୟ ଦେବଗନଙ୍କ ସହ ଫିଲ୍ମ ଦୃଶ୍ୟମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ରେୟା ଶରଣ ରୁଷର ଆନ୍ଦ୍ରଇ କୋଶ୍ଚିଭଙ୍କୁ ବିବାହ କରିଥିଲେ। ଶ୍ରେୟା ଏବଂ ଆନ୍ଦ୍ରଇ ୨୦୧୮ମସିହାରେ ବିବାହ କରିଥିଲେ। ଶ୍ରେୟା ଅଧିକାଂଶ ସମୟରେ ଇନଷ୍ଟାଗ୍ରାମରେ ନିଜ ସ୍ବାମୀଙ୍କ ସହ ଫଟୋ ସେୟାର କରନ୍ତି।

{"id":345298,"sizeSlug":"large"}


୭: ଇଲିୟାନା ଡିକୃଜ-ଆଣ୍ଡୃ ନିବୋନ : ଫିଲ୍ମ ବର୍ଫିରେ ନିଜ ଅଭିନୟ ବଳରେ ଲୋକଙ୍କ ହୃଦୟରେ ଛାପ ଛାଡ଼ିଥିବା ଅଭିନେତ୍ରୀ ଇଲିୟାନା ଡିକୃଜ ଦୀର୍ଘ ଦିନ ଯାଏଁ ଅଷ୍ଟେଲିଆର ଫଟୋଗ୍ରାଫର ଆଣ୍ଡୃ ନିବୋନଙ୍କୁ ଡେଟ୍ କରୁଥିଲେ। ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଆଣ୍ଡୃଙ୍କୁ ବେଷ୍ଟ୍ ହବି ବୋଲି କହିଥିଲେ କିନ୍ତୁ ୨୦୧୮ମସିହାରେ ଦୁହେଁ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରି ଦେଇଥିଲେ ଏବଂ ଇଲିୟାନା ଇନଷ୍ଟାଗ୍ରାମରେ ଆଣ୍ଡୃଙ୍କ ସହ ନିଜ ଫଟୋକୁ ମଧ୍ୟ ଡିଲିଟ୍ କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.