ବିଗ୍‌ବସ୍ ସିଜନ୍ ୧୪ରେ ପ୍ରତିଯୋଗୀ ଭାବେ ଏହି ସାତ ସେଲିବ୍ରିଟି ନଜର ଆସିବେ

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭/୦୯: ଟେଲିଭିଜନର ସବୁଠୁ ଚର୍ଚିତ ତଥା ଲୋକପ୍ରିୟ ବିବାଦୀୟ ଶୋ’ ବିଗବସ ସିଜନ୍ ୧୪ ଖୁବ୍ ଶୀଘ୍ର ପ୍ରସାରଣ ହେବ। ଗତବର୍ଷ ବିଗବସ ସିଜନ ୧୩ ଟିଭି ଦୁନିଆରେ ଧମାଲ ମଚାଇ ଥିଲା। ପ୍ରତିଯୋଗୀଙ୍କ ଝଗଡ଼ା ତା’ ସହ ସଲମାନଙ୍କ ଟାସ୍କ ଶୋ’ଙ୍କୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇ ଥାଏ। କରୋନା ଭାଇରସ ଓ ଲକଡାଉନ ଯୋଗୁ ବିଗବସ ସିଜନ୍ ୧୪ ଆରମ୍ଭ ହେବାକୁ ସମୟ ଲାଗିଗଲା। ସିଜନ ୧୪ରେ କେଉଁ ସେଲିବ୍ରିଟି ମାନେ ନଜର ଆସିବେ ତାକୁ ନେଇ ମଧ୍ୟ ଚର୍ଚା ହୋଇ ଆସୁଥିଲା। ଏବେ କିନ୍ତୁ କେଉଁ ସେଲିବ୍ରିଟି ଏଥିରେ ଭାଗ ନେବେ ତାର ତାଲିକା ସାମ୍ନାକୁ ଆସିଛି। ଅର୍ଥାତ ଚଳିତ ସିଜିନରେ ଏହି ସେଲିବ୍ରିଟିମାନେ ପ୍ରତିଯୋଗୀ  ଭାବେ ନଜର ଆସିପାରନ୍ତି।

ଅଭିନେତ୍ରୀ ନିୟା ଶର୍ମା, ଅଭିନେତା ଅଲି ଗୋନି ଓ ନୈନା ସିଂହ ଭଳି ଷ୍ଟାରମାନେ ଶୋ’ରେ ନଜର ଆସିପାରନ୍ତି। ମାତ୍ର ଏକ ରିପୋର୍ଟ ଅନୁସାରେ ଶୋ’ରେ ନଜର ଆସିବାକୁ ଥିବା ୭ଜଣ ସେଲିବ୍ରିଟିଙ୍କ ନାଁ ଏବେ ଖୁଲାସା କରାଯାଛି।

ଅଭିନେତ୍ରୀ ନୈନା ସିଂହ ବିଗବସ ସିଜନ୍ ୧୪ରେ ନଜର ଆସିବେ। ମାତ୍ର ଏକଥାକୁ ସେ ଖଣ୍ଡନ କରିଥିଲେ। ତା’ପରେ ବି ନୈନାଙ୍କର ଶୋ’କୁ ଏଣ୍ଟ୍ରି କରିବାର ସମ୍ଭାବନା ଯଥେଷ୍ଟ ଅଛି ବୋଲି କୁହାଯାଉଛି। ଜସ୍ମୀନ୍ ଭାସିନ୍, ନିଶାନ୍ତ ସିଂହ ମଲକାନି, ଶଗୁନ ପାଣ୍ଡେ, ପବିତ୍ରା ପୁନିଆ, କୁମାର ଜାନୁ, ସାରା ଗୁରପାଲ ପ୍ରମୁଖ ଏଥିରେ ନଜର ଆସିବେ। ଚଳିତ ସିଜନ୍ ଅନ୍ୟ ସମସ୍ତ ସିଜନ ଠାରୁ ଟିକେ ଭିନ୍ନ ହେବା ଚର୍ଚା କରାଯାଉଛି। ଏଥରର ଶୋ’ ଜଙ୍ଗଲ ଥିମ ଉପରେ ଆଧାରିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.