Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୨୨ରୁ ୩୦ଅକ୍ଟୋବର ଯାଏଁ ରାଜଯୋଗରେ ରହିବେ ଏହି ୬ଟି ରାଶିର ବ୍ୟକ୍ତି : ମିଳିବ ରାଜସୁଖ

21/10/2019 at 3:16 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୨ରୁ ୩୦ଅକ୍ଟୋବର ଯାଏଁ କିଛି ରାଶି ରାଜଯୋଗରେ ରହିବେ। ଫଳରେ ଏହି ସବୁ ରାଶିର ବ୍ୟକ୍ତିଙ୍କୁ ରାଜସୁଖ ମିଳିପାରେ ଏବଂ ତାଙ୍କ ଜୀବନ ସଫଳ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ ବିଷୟରେ

ମେଷ ଏବଂ ମିଥୁନ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୨ରୁ ୩୦ଅକ୍ଟୋବର ଯାଏଁ ମେଷ ଏବଂ ମିଥୁନ ରାଶିର ବ୍ୟକ୍ତିମାନେ ରାଜଯୋଗରେ ରହିବେ। ଏମାନଙ୍କ ଜୀବନ ହଠାତ୍ ପରିବର୍ତ୍ତନ ହୋଇପାରେ। ଏମାନଙ୍କ ସ୍ବପ୍ନ ସାକାର ହୋଇପାରେ। ଏମାନଙ୍କ ଧନ ଦୌଲତ ବୃଦ୍ଧି ହୋଇପାରେ। ରାଜଯୋଗ ପ୍ରଭାବରେ ଏମାନଙ୍କ ସମସ୍ତ ମନସ୍କାମନା ପୂରଣ ହୋଇପାରେ। ଏମାନେ ଆର୍ଥିକ କ୍ଷେତ୍ରରେ ସୁନାମ ପାଇବେ। ହନୁମାନଙ୍କ ପୂଜା କଲେ ଏମାନଙ୍କ ଶୁଭ ହେବ।

ଧନୁ ଏବଂ ମକର ରାଶି : ୨୨ରୁ ୩୦ ଅକ୍ଟୋବର ଯାଏଁ ଧନୁ ଏବଂ ମକର ରାଶିର ବ୍ୟକ୍ତିମାନେ ରାଜଯୋଗରେ ରହିବେ। ଏହି ରାଶିର ବ୍ୟକ୍ତିଙ୍କୁ ରାଜସୁଖ ମିଳିପାରେ ଏବଂ ଏମାନଙ୍କର ସମସ୍ତ ମନସ୍କାମନା ପୂରଣ ହୋଇପାରେ। ଏମାନଙ୍କ ସ୍ବପ୍ନ ସାକାର ହୋଇପାରେ। ଆୟ ବୃଦ୍ଧି ହେବାରୁ ଏହି ରାଶିର ବ୍ୟକ୍ତି କରଜରୁ ମୁକ୍ତ ହେବେ। ଏମାନେ ଜାଗା କିଣିବେ। ଏମାନଙ୍କୁ ଜୀବନରେ ପ୍ରତିଷ୍ଠା ମିଳିବ। ହନୁମାନଙ୍କ ଦର୍ଶନ କରିବା ଏମାନଙ୍କ ପାଇଁ ଶୁଭ ହେବ।

କର୍କଟ ଏବଂ ବିଛା ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୨ରୁ ୩୦ଅକ୍ଟୋବର ଯାଏଁ କର୍କଟ ଏବଂ ବିଛା ରାଶିର ବ୍ୟକ୍ତିଙ୍କର ରାଜଯୋଗ ହେବ। ଫଳରେ ଏମାନଙ୍କୁ ରାଜସୁଖ ମିଳିବ। ଏମାନଙ୍କ ଜୀବନରେ ଖୁସିର ସଞ୍ଚାର ହେବ। ପ୍ରେମ ଏବଂ ଆର୍ଥିକ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିବ। ଏହି ରାଶିର ବ୍ୟକ୍ତି ଏକ ସଫଳ ଜୀବନ ଅତିବାହିତ କରିବେ। ରାଜଯୋଗ ପ୍ରଭାବରେ ତାଙ୍କ ଜୀବନରେ ଭଲ ଦିନ ଆସିବ। ଏମାନଙ୍କ ବୈବାହିକ ଜୀବନ ପୂର୍ବରୁ ଭଲ ହେବ। ହନୁମାନଙ୍କ ଉପାସନା କରିବା ଆପଣଙ୍କ ପାଇଁ ଶୁଭ ହେବ।

   Related Posts