କାଲିଠୁ ସରିବ ଶନିଙ୍କ ସାଢେସାତି, ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର

Published By : Prameya-News7 Bureau | October 11, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଲିଠୁ ଶନିଙ୍କ ସାଢେସାତି ସରୁଛି। ଏହା କିଛି ରାଶିର ଲୋକଙ୍କ ପାଇଁ ଶୁଭ ହୋଇପାରେ। ସାଢେସାତି ସରୁଥିବାରୁ  କିଛି ରାଶିର ବ୍ୟକ୍ତିଙ୍କୁ ଏମିତି ଖାସ ଖବର ମିଳିବ ଯାହା ଦ୍ବାରା ସେମାନଙ୍କ ଜୀବନ ବଦଳିଯିବ। ତେବେ ଏହି ରାଶି ଗୁଡିକ ବିଷୟରେ ଜାଣନ୍ତୁ ଯେଉଁମାନଙ୍କୁ ସାଢେସାତି ସରିବା ପରେ ଶୁଭ ଖବର ମିଳିବ।  

କନ୍ୟା ଓ ତୁଳା ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ କନ୍ୟା ଓ ତୁଳା ରାଶିର ସାଢେସାତି ସରିଯିବ। ଫଳରେ ଏମାନଙ୍କ ଜୀବନ ଉଜ୍ଜ୍ବଳ ହେବ ତଥା ଏହି ରାଶିର ଲୋକଙ୍କୁ ଶୁଭ ଖବର ମିଳିବ। ଏହି ରାଶିର ଲୋକଙ୍କୁ ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ ହେବ। ସ୍ବପ୍ନ ସତ ହେବା ସହ ସାକାର ହେବ। ପରିବାରରେ ସୁଖ ସମୃଦ୍ଧି ଆସିପାରେ। ଶନି ଦେବଙ୍କ କୃପା ସର୍ବଦା ରହିବ।

ମକର ଓ ବୃଷ ରାଶି- ଶନିଙ୍କ ସାଢେସାତି ଦଶା ସରିବା ପରେ ମକର ଓ ବୃଷ ରାଶିର ଲୋକଙ୍କୁ ଶୁଭ ସମାଚାର ମିଳିବ। ଏହି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବ। ଏମାନଙ୍କୁ ପ୍ରେମ ଓ ଅର୍ଥରେ ଲାଭ ଓ ଉନ୍ନତି ମିଳିବ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ମିଳିପାରେ। ପରିବାରରେ ସୁଖ ପରିବେଶ ଛାଇ ଯିବ।ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଶୁଭ ସମୟ ରହିବ। ଶନି ଦେବଙ୍କୁ ନିଷ୍ଠା ସହ ପୂଜା କଲେ ଅନେକ ସ୍ବପ୍ନ  ସାକାର ହେବ।

ମିଥୁନ ଓ ମୀନ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ ମିଥୁନ ଓ ମୀନ ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ। ଏମାନେ କଷ୍ଟରୁ ମୁକ୍ତି ପାଇ ଓ ଶୁଭ ଖବର ପାଇବେ।କାର୍ଯ୍ୟ ସ୍ଥାନରେ ମାନ ସମ୍ମାନର ବୃଦ୍ଧି ହେବ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ।ବ୍ୟବସାୟରେ ଲାଭ ହାସଲ ହେବ। ଶନି ଦେବଙ୍କ କୃପା ସର୍ବଦା ଏମାନଙ୍କ ଉପରେ ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.