ଗଣେଶ ପୂଜାରେ ମଙ୍ଗଳ ଦୋଷରୁ ମୁକ୍ତ ହେବେ ଏହି ୬ଟି ରାଶିର ବ୍ୟକ୍ତି : ମିଳିବ ଫାଇଦା ହିଁ ଫାଇଦା

Published By : Prameya-News7 Bureau | September 01, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୪ବର୍ଷ ପରେ ଏଥର ଗଣେଶ ପୂଜାରେ ଶୁଭ ଯୋଗ ହେଉଛି। ଏଥି ଯୋଗୁଁ ଆସନ୍ତା କାଲି କିଛି ରାଶି ମଙ୍ଗଳ ଦୋଷରୁ ମୁକ୍ତ ହୋଇ ପାରନ୍ତି ତଥା ତାଙ୍କ ଜୀବନରେ ଭଲ ଦିନ ଆସିପାରେ। ଆଜି ଏହି ରାଶିଗୁଡ଼ିକ ବିଷୟରେ ଜାଣିବା ଆସନ୍ତୁ।

ବୃଷ ଏବଂ କନ୍ୟା ରାଶି : ଗଣେଶ ପୂଜାରେ ବୃଷ ଏବଂ କନ୍ୟା ରାଶିର ବ୍ୟକ୍ତି ମଙ୍ଗଳ ଦୋଷରୁ ମୁକ୍ତ ପାଇବେ। କାରଣ ନବଗ୍ରହର ପ୍ରବେଶ ଏକାଠି ୩ଟି ଶୁଭ ଯୋଗ ନିର୍ମାଣ କରୁଛି। ଯାହା ଦ୍ବାରା ତାଙ୍କ ଭଲ ଦିନ ଆସିପାରେ। ଏମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇପାରେ। ଜୀବନସାଥୀ ଖୋଜୁଥିବା ବ୍ୟକ୍ତିଙ୍କୁ ଉତ୍ତମ ଜୀବନସାଥୀ ମିଳିବେ। ଏମାନଙ୍କ ସ୍ବପ୍ନ ସାକାର ହୋଇପାରେ। ଏମାନଙ୍କ ମାନ ସମ୍ମାନ ବୃଦ୍ଧି ହୋଇପାରେ। ଭଗବାନ ଗଣେଶଙ୍କ କୃପା ତାଙ୍କ ଉପରେ ରହିବ।

ମକର ଏବଂ ତୁଳା ରାଶି : ମକର ଏବଂ ତୁଳା ରାଶିର ବ୍ୟକ୍ତି ଗଣେଶ ପୂଜାରେ ମଙ୍ଗଳ ଦୋଷରୁ ମୁକ୍ତ ହେବେ। ଏମାନଙ୍କ ଜାତକରେ ନବଗ୍ରହର ପ୍ରବେଶ ୩ଟି ଶୁଭ ଯୋଗର ନିର୍ମାଣ କରୁଛି। ଏମାନଙ୍କ ଜୀବନରେ ଭଲ ଦିନ ଆସିପାରେ। ଏମାନଙ୍କ ସମସ୍ତ ମନସ୍କାମନା ପୂରଣ ହେବ। ଏହି ରାଶିର ବ୍ୟକ୍ତିଙ୍କୁ ମନ ମୁତାବକ ଜୀବନସାଥୀ ମିଳିପାରେ। ଏମାନଙ୍କ ପାଇଁ ଗଣେଶଙ୍କ ଆରାଧନା କରିବା ଉତ୍ତମ ହେବ।

 ମିଥୁନ ଏବଂ କୁମ୍ଭ ରାଶି : ଗଣେଶ ପୂଜା ଦିନ ନବଗ୍ରହଙ୍କ ପ୍ରବେଶ ଯୋଗୁଁ ମିଥୁନ ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ସବୁଠୁ ଅନୁକୂଳ ହେବ। ଯାହା ଦ୍ବାରା ଏହି ରାଶିର ଜାତକ ମଙ୍ଗଳ ଦୋଷରୁ ମୁକ୍ତ ହେ​‌ବେ। ଏମାନଙ୍କ ଜୀବନରେ ଭଲ ଦିନ ଆସିପାରେ। ଏମାନଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ। ଏମାନଙ୍କୁ ପରିଶ୍ରମର ମିଠା ଫଳ ମିଳିବ। ଏହି ରାଶିର ବ୍ୟକ୍ତି ଯଶ ଲାଭ କରିବେ। ଏମାନଙ୍କ ଘରେ ସୁଖ ଶାନ୍ତିର ସଞ୍ଚାର ହେବ। ଏମାନେ ସଫଳ ଜୀବନ ଉପଭୋଗ କରିବେ। ଭଗବାନ ଗଣେଶଙ୍କ କୃପା ଏମାନଙ୍କ ଉପରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.