ସେପ୍ଟେମ୍ବର ୭ ତାରିଖରେ ଶେଷ ହେବ ଏହି ୬ଟି ରାଶିର ଶନି ସାଢ଼େସାତି, ଘରେ ଭରିଯିବ ସୁଖ ଓ ଶାନ୍ତି…

Published By : Prameya-News7 Bureau | September 06, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୭ ତାରିଖରୁ ‘ଆୟୁଷ୍ମାନ’ ନାମକ ଏକ ମହା ଯୋଗ ସୃଷ୍ଟି ହେବାକୁ ଯାଉଛି। ଶନିବାର ଠାରୁ କେତୋଟି ରାଶିର ଜାତକଙ୍କ ସାଢ଼େସାତି ଶେ​‌ଷ  ହେବା ସହ ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେବ। ଏଥିସହଜାତକଙ୍କ  ଅଧୁରା ସ୍ବପ୍ନ ମଧ୍ୟ ସାକାର ହେବା ସାଙ୍ଗକୁ ଅଟକିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ। ଆସନ୍ତୁ ଜାଣିବା ସେପ୍ଟେମ୍ବର ୭ ତାରିଖରେ କେଉଁ କେଉଁ ରାଶି ଜାତକଙ୍କ ଶେଷ ହେଉଛି ଶନି ସାଢ଼େସାତି ।

କନ୍ୟା ଓ ସିଂହ ରାଶି-  ଶାସ୍ତ୍ର ଅନୁଯାୟୀ , ସେପ୍ଟେମ୍ବର ୭ ତାରିଖଠାରୁ ଆୟୁଷ୍ମାନ ଯୋଗ ନିର୍ମାଣ ହେବାକୁ ଯାଉଛି।  ଶନିବାର ଠାରୁ ସିଂହ ଓ କନ୍ୟା ରାଶିର ବ୍ୟକ୍ତିଙ୍କ ସାଢ଼େସାତି ଶେଷ ହେବାକୁ ଯାଉଥିବା ବେଳେ ଏହି ରାଶି ଜାତକଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଯିବ। ଏହି  ରାଶିଧାରୀ ବ୍ୟକ୍ତିମାନେ ଅନ୍ୟମାନଙ୍କଠାରୁ ସ୍ନେହ ଓ ଶ୍ରଦ୍ଧା ପାଇବା ସହ ସମାଜରେ ସେମାନଙ୍କର ମାନ ସମ୍ମାନ ବୃଦ୍ଧି ହେବ।

ଧନୁ ଓ ବୃଷ ରାଶି- ସେପ୍ଟେମ୍ବର ୭ ତାରିଖଠାରୁ ଧନୁ ଓ ବୃଷ ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ ‘ଆୟୁଷ୍ମାନ’ ଯୋଗ ନିର୍ମାଣ ହେବାକୁ ଯାଉଛି। ଏହି ରାଶି ଜାତକ ଜୀବନର ବାସ୍ତବ ସୁଖ, ଶାନ୍ତି ଓ ସମୃଦ୍ଧି  ଅନୁଭବ କରିବେ। ସେମାନଙ୍କ  ପାରିବାରିକ ଓ ଦାମ୍ପତ୍ୟ ଜୀବନ ମଧ୍ୟ  ଖୁସିରେ ଅତିବାହିତ ହେବ।  ସେପ୍ଟେମ୍ବର ୭ ତାରିଖଠାରୁ ଧନୁ ଓ ବୃଷ ରାଶିର ବ୍ୟକ୍ତିଙ୍କ ସାଢ଼େସାତି ଶେଷ ହୋଇଯିବ। ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଶୁଭ ଦୃ​‌ଷ୍ଟି ରହିବ।

ତୁଳା ଓ କୁମ୍ଭ ରାଶି- ସେପ୍ଟେମ୍ବର ୭ ତାରିଖଠାରୁ ମଧ୍ୟ ଏହି ରାଶିର ବ୍ୟକ୍ତିଙ୍କର ସାଢ଼େସାତି ଶେଷ ହୋଇଯିବ। ଏମାନଙ୍କ କୁଣ୍ଡଳୀ ଉପରେ ଶନିଦେବଙ୍କ ଶୁଭ ଦୃଷ୍ଟି ରହିବ। ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଶୁଖ ଓ ଶାନ୍ତି ଭରି ଯିବ। ଛାତ୍ର ଓ ଛାତ୍ରୀଙ୍କ  କ୍ୟାରିୟରରେ ମଧ୍ୟ ଉନ୍ନତି ପରଲକ୍ଷିତ ହେବ।   ​‌ପାରିବାରିକ ଓ ଦାମ୍ପତ୍ୟ ଜୀବନରେ  କୌଣସି ସମସ୍ୟା ଆଉ ରହିବ ନାହିଁ।    ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକସ୍ଥିତି ସେପ୍ଟେମ୍ବର ୭ ତାରିଖଠାରୁ ବଦଳି ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.