Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଶେଷ ହେଲା ସାଢେସାତି, ୨୦ ଡିସେମ୍ବରରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ସମସ୍ତ ସ୍ବପ୍ନ ହେବ ପୂରଣ

20/12/2019 at 8:32 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିରେ ଚାଲିଥିବା ସାଢେସାତିର ଅନ୍ତ ହୋଇଛି । ସାଢେସାତି ଅନ୍ତ ହେବା ଫଳରେ ଏହି ରାଶି ଗୁଡିକ ଉପରେ ଭଲ ପ୍ରଭାବ ପକାଇବ । ଫଳେ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଭଲ ସମୟର ଆଗମନ ହେବ । ଏମାନଙ୍କ ସ୍ବପ୍ନ ମଧ୍ୟ ସତ ହେବ ।

ମେଷ, ସିଂହ :

ଜମି କ୍ରୟ ଏବଂ ସମ୍ପତ୍ତି ସହ ଜଡିତ କାର୍ଯ୍ୟରେ ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବ । ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ଲାଭର ଯୋଗ ରହିଛି । ଧନ ସମ୍ପତ୍ତି ସହଜଡିତ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି । ଏମାନଙ୍କୁ ବଡ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଏମାନଙ୍କୁ ସଫଳତା ମିଳିବ । ଜୀବନରେ ଏମାନଙ୍କତର ଅଲଗା ପରିଚୟ ସୃଷ୍ଟ ହେବ । ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସଠିକ୍ ନିର୍ଣ୍ଣୟ ନେବାରେ ସକ୍ଷମ ହେବେ । ଏହି ରାଶିର ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରକୃତ ପ୍ରେମ ମିଳିବାର ଯୋଗ ରହିଛି ।

ଧନୁ, ବିଛା ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଘରେ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ହେବା ସହ ଧନ ଲାଭର ଯୋଗ ରହିଛି । ଏମାନେ କିଛି ନୂତନ ଯୋଜନା କରିବାର ସମ୍ଭାବନା ରହିଛି । ବିରୋଜଗାରିଆ ବ୍ୟକ୍ତିଙ୍କୁ ରୋଜଗାରର ଅବସର ପ୍ରାପ୍ତ ହୋଇପାରେ । ନୂତନ କାର୍ଯ୍ୟରେ ଆସୁଥିବା ବାଧାବିଘ୍ନ ଦୂର ହୋଇପାରେ । ସାମାଜିକ କାର୍ଯ୍ୟ କରିବାରେ ଏମାନଙ୍କୁ ସଫଳତା ମିଳିପାରେ । ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଦୂର ହୋଇପାରେ । ଏମାନେ କାହାକୁ ଆର୍ଥିକ ସାହାଯ୍ୟ କରିଥିଲେ ସେହି ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଘରେ ସୁଖ ଶାନ୍ତିର ମାହୋଲ ବଜାୟ ରହିବ । ପ୍ରେମୀମାନଙ୍କ ମଧ୍ୟ ବାଦ-ବିବାଦ ଉପୁଜିପାରେ । ଧନ ଉପାର୍ଜନର ନୂଆ ଅବସର ସୃଷ୍ଟି ହେବାର ଯୋଗ ରହିଛି । ଏମାନଙ୍କ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ଋଣ ନେଇଥିଲେ ଋଣମୁକ୍ତ ହୋଇପାରନ୍ତି । ମନ ପସନ୍ଦର ଜୀବନସାଥୀ ମିଳିବାର ଯୋଗ ରହିଛି । ଯାହା ଫଳରେ ଆପଣଙ୍କ ଜୀବନ ସୁଖରେ କଟିବ ।

ତୁଳା, କୁମ୍ଭ ରାଶି :

ଆଗାମୀ ଦିନରେ ଏହି ରାଶିର ବ୍ୟକ୍ତିଙ୍କ ନିକଟରେ ଧନ ସମ୍ପତ୍ତିର ଅଭାବ ରହିବନାହିଁ । ମନସ୍ଥ କରିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ । ଏହି ବ୍ୟକ୍ତିମାନେ ଜୀବନରେ ଉନ୍ନତି କରିବେ । ଏମାନଙ୍କ ମନ ସବୁବେଳେ ପ୍ରସନ୍ନ ରହିବ । ବ୍ୟବସାୟରେ ଏମାନେ ଉନ୍ନତି କରିବେ । ଏହି ସମୟରେ କିଛି ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଏମାନଙ୍କୁ ସକରାତ୍ମକ ପରିଣାମ ମିଶିବ । ଲଗାତର କରିଥିବା ପ୍ରୟାସ ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ । ଅନ୍ୟ କାହା ପ୍ରରୋଚନାରେ ଆସି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁନାହିଁ । ବୁଝିବିଚାରି ସମସ୍ତ କାର୍ଯ୍ୟ କରନ୍ତୁ ।

   Related Posts