କାଳସର୍ପ ଦୋଷରୁ ମୁକ୍ତ ହେଉଛି ଏହି ୬ଟି ରାଶି : ମିଳିବ ଶୁଭ ଫଳ

Published By : Prameya-News7 Bureau | August 21, 2019 IST

ନୂଆଦିଲ୍ଲୀ ୨୧/୮: ଜ୍ୟୋତିଷ ଶାସ୍ତ୍ର କଥା କହିବା ଯଦି ବହୁତ ଦିନ ପରେ କେତେକ ରାଶି କାଳସର୍ପ ଦୋଷରୁ ମୁକ୍ତି ପାଉଛି। ଯାହା ଦ୍ବାରା ସେହି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିପାରେ ଏବଂ ତାଙ୍କ ଦୈନିକ ଜୀବନରେ ଶିବଙ୍କ କୃପା ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡ଼ିକ ବିଷୟରେ

କନ୍ୟା ଏବଂ ବୃଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ଏବଂ ବୃଷ ରାଶି କାଳସର୍ପ ଦୋଷରୁ ମୁକ୍ତ ହେଉଛି। ଏମାନଙ୍କ ଜାତକରେ ଶିବଯୋଗର ନିର୍ମାଣ ହୋଇସାରିଛି। ଯାହା ଦ୍ବାରା ତାଙ୍କ ଦୈନିକ ଜୀବନରେ ଶିବଙ୍କ କୃପା ହୋଇପାରେ। ଏହା ସହିତ ଏମାନଙ୍କୁ ଶୁଭ ଫଳ ମିଳିଥାଏ। ଏମାନଙ୍କ ଜୀବନରେ ଆନନ୍ଦର ବର୍ଷା ହୋଇଥାଏ। ଏହି ରାଶି ଥିବା ବ୍ୟକ୍ତି ସଫଳ ଏବଂ ଉନ୍ନତ ଜୀବନ ଅତିବାହିତ କରିବେ। ଏମାନଙ୍କ ସ୍ବପ୍ନ ସାକାର ହେବ। ଏମାନଙ୍କ ପାଇଁ ଭଗବାନ ଶିବଙ୍କ ପୂଜା କରିବା ଶୁଭ ହେବ।

ମକର ଏବଂ କର୍କଟ ରାଶି : ବହୁତ ଦିନ ପରେ ଶିବଯୋଗ ନିର୍ମାଣ ହେବା ଦ୍ବାରା ମକର ଏବଂ କର୍କଟ ରାଶି କାଳସର୍ପ ଦୋଷରୁ ମୁକ୍ତ ହେଉଛି। ଯାହା ଦ୍ବାରା ଏମାନଙ୍କ ଜୀବନରେ ଆଲୋକ ଆସିପାରେ। ଏହି ରାଶିର ଲୋକଙ୍କୁ ଶୁଭ ଫଳ ମିଳିପାରେ। ଏମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ସମାପ୍ତ ହୋଇପାରେ। ଏମାନେ ଏକ ସଫଳ ଏବଂ ଉନ୍ନତ ଜୀବନ ଉପଭୋଗ କରିବେ। ଏମାନଙ୍କ ଘରେ ସୁଖ ସମୃଦ୍ଧି ଆସିବ। ଦାମ୍ପତ୍ୟ ଜୀବନରେ ସବୁ ପ୍ରକାର ସମସ୍ୟା ଦୂର ହୋଇପାରେ। ଶିବଙ୍କ କୃପା ସବୁବେଳେ ଏମାନଙ୍କ ଉପରେ ରହିବ।

କୁମ୍ଭ ଏବଂ ଧନୁ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ଏବଂ ଧନୁ ରାଶି କାଳସର୍ପ ଦୋଷରୁ ମୁକ୍ତ ହେଉଛନ୍ତି। ଯାହା ଦ୍ବାରା ଏମାନଙ୍କୁ ଶୁଭ ଫଳ ମିଳିପାରେ। ଶିବଙ୍କ କୃପାରୁ ଏମାନଙ୍କ ଜୀବନରେ ଭଲ ଦିନ ଆସିପାରେ। କ୍ୟାରିୟର ଏବଂ ପ୍ରେମରେ ଏମାନଙ୍କୁ ସଫଳତା ମିଳିବ। ଏମାନଙ୍କ ଜୀବନ ହଠାତ୍ ପରିବର୍ତ୍ତନ ହୋଇପା​ରେ। ଏମାନେ ଆର୍ଥିକ କ୍ଷେତ୍ରରେ ମଜବୁତ ହେବେ। ଏମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତି ଆସିବ। ଏମାନେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିଲେ ଲାଭ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.