ଆଜି ଚନ୍ଦ୍ର ଗ୍ରହଣ ସରିବାମାତ୍ରେ ଏହି ୬ଟି ରାଶିର ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ : ମିଳିବ ପ୍ରଚୁର ଧନ ସମ୍ପତ୍ତି

Published By : Prameya-News7 Bureau | July 16, 2019 IST

ନୂଆଦିଲ୍ଲୀ ୧୬/୭: କିଛି ଦିନ ପୂର୍ବେ ହୋଇଥିବା ସୂର୍ଯ୍ୟଗ୍ରହଣର ପ୍ରଭାବ ଭାରତରେ ଦେଖାଯାଇନଥିଲା କିନ୍ତୁ ଏହାର ପ୍ରଭାବ କେତେକ ରାଶି ଉପରେ ପଡ଼ିଥିଲା। ଆଜି କିଛି ସମୟ ପରେ ଅର୍ଦ୍ଧରାତ୍ରିରେ ପୃଥିବୀରେ ଚନ୍ଦ୍ରଗ୍ରହଣ ଦେଖାଯିବ। ଏହା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା। ତେଣୁ ଅପରାହ୍ନ ୪ଟା ପୂର୍ବରୁ ଗୁରୁ ପୂଜା ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣରେ ଏହି ୬ଟି ରାଶି ପ୍ରଭାବିତ ହେବ। ଚନ୍ଦ୍ର ଗ୍ରହଣ ସରିବାମାତ୍ରେ ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ଲାଭ ମିଳିବ।

{"id":134204}

୧.ମେଷ ରାଶି : ଜ୍ୟୋତିଷ ଅନୁସାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ସରିବା ମାତ୍ରେ ମେଷ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ। ଗ୍ରହର ଦିଗ ବଦଳିବା ଯୋଗୁଁ ମେଷ ରାଶିର ବ୍ୟକ୍ତିଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଫେବୃୟାରୀ ମାସ ଶୁଭ ରହିବ। ଚାକିରୀରେ ପଦୋନ୍ନତି ଏବଂ ଧନ ଲାଭ ହେବ।

{"id":134205}

୨. ଧନୁ ରାଶି : ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଗ୍ରହଣ ସରିବା ମାତ୍ରେ ଧନୁ ରାଶିର ବ୍ୟକ୍ତିଙ୍କୁ ସଫଳତା ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ତଥା ବ୍ୟବସାୟରେ ସୁଧାର ଆସିବ। ଡେକୋରେସନ,ଗାରମେଣ୍ଟସ୍,କଳାଜଗତ,ଆଭୂଷଣ,ସୈାନ୍ଦର୍ଯ୍ୟ ପ୍ରସାଧନ,କମ୍ୟୁନିକେସନ ସମ୍ବନ୍ଧିତ କାର୍ଯ୍ୟ ସହ ଜଡ଼ିତ ବ୍ୟକ୍ତିଙ୍କୁ ସଫଳତା ମିଳିବ। ଫେବୃୟାରୀ ମାସରେ ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି।

{"id":134208}

୩. କନ୍ୟା ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ର ଗ୍ରହଣ କୈାଣସି ବରଦାନଠୁ କମ୍ ନୁହେଁ। କନ୍ୟା ରାଶିର ବ୍ୟକ୍ତିଙ୍କୁ ଏହି ଚନ୍ଦ୍ର ଗ୍ରହଣ ଦ୍ବାରା ହଠାତ୍ ଧନ ଲାଭ ହୋଇପାରେ। ଆପଣ ଶାରିରୀକ ଏବଂ ମାନସିକ ଭାବେ ପ୍ରସନ୍ନ ରହିବେ। ପରିବାରରେ ଆନନ୍ଦର ବାତାବରଣ ରହିବ। ଚାକିରୀ କରୁଥିବା ଲୋକଙ୍କୁ ସଫଳତା ମିଳିବ। ବାକି ରହିଥିବା କାମ ସମ୍ପୂର୍ଣ୍ଣ ହେବ।

{"id":134210}

୪.  ତୁଳା ରାଶି : ଏହି ଚନ୍ଦ୍ର ଗ୍ରହଣ ଯୋଗୁଁ ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପୂରାପୂରି ବଦଳିଯିବ। ଏହି ରାଶିର ବ୍ୟକ୍ତିଙ୍କୁ ଧନ ସହିତ ଅନ୍ୟାନ୍ୟ ଲାଭ ହେବ। ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ। ବ୍ୟବସାୟରେ ଉନ୍ନତି ହେବ। ପରିବାରର ସମସ୍ତ ସଦସ୍ୟଙ୍କ ତରଫରୁ ସହଯୋଗ ମିଳିବ। ପ୍ରେମ ପ୍ରସଙ୍ଗରେ ମିଳନର ଯୋଗ ରହିଛି।

{"id":134211}

୫. ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। କେଉଁଠି ଫସିଥିବା ଟଙ୍କା ଆପଣଙ୍କୁ ମିଳିବ। ଦାମ୍ପତ୍ୟ ଜୀବନ,ବ୍ୟକ୍ତିଗତ ଜୀବନ,ସାର୍ବଜନିକ ଜୀବନ ତଥା ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ଲାଭର ଯୋଗ ରହିଛି ଏବଂ ପରିବାର ସହ ସମୟ ବିତାଇବେ।

{"id":134212,"width":561,"height":559}

୬.ମୀନ ରାଶି : ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗ୍ରହଣ ଶୁଭ ରହିବ। ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଗ୍ରହଣ ପରେ ଫେବୃୟାରୀ ମାସରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପୂରାପୂରି ବଦଳିଯିବ। ସମସ୍ତ ବାକି କାର୍ଯ୍ୟ ପୂରା ହେବ। ବ୍ୟବସାୟ ଏବଂ ଚାକିରୀରେ ଲାଭ ମିଳିବ। ହଠାତ ଧନଲାଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.