ପର୍ସରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ, ହୋଇପାରେ କ୍ଷତିକାରକ

Published By : Prameya-News7 Bureau | November 22, 2019 IST

ପ୍ରତ୍ୟେକ ମଣିଷ ଚାହେଁ ଯେ, ଜୀବନରେ ଖର୍ଚ୍ଚ କମ ହେଉ ଓ ଆୟ ଅଧିକ ହେଉ। ପର୍ସରେ ଟଙ୍କା ଅଧିକ ଥିଲେ କାହାକୁ ବା ଖୁସି ଲାଗେନାହିଁ।ହେଲେ ଏଥିପାଇଁ ପରିଶ୍ରମ କରିବା ଆବଶ୍ୟକ। କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯିଏ ଖୁବ ଟଙ୍କା ଆୟ କରନ୍ତି ହେଲେ ପାଖରେ ଟଙ୍କା ରହେ ନାହିଁ।

ସାଧାରଣତଃ ଲୋକେ ପର୍ସରେ ଟଙ୍କା ବ୍ୟତୀତ ଅନ୍ୟାନ୍ୟ ଜିନିଷ ମଧ୍ୟ ରଖନ୍ତି। କିଛି ଏମିତି ଜିନିଷ ଅଛି ଯାହା ପର୍ସରେ ରହିଲେ ଟଙ୍କା ଅଧିକ ଖର୍ଚ୍ଚ ହୁଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମିତି ୬ଟି ଜିନିଷ ବିଷୟରେ ଜାଣନ୍ତୁ ଯାହା ପର୍ସରେ ରଖିଲେ  ଲାଭ ହୋଇନଥାଏ।

{"id":188227,"sizeSlug":"large"}

ଅଯଥା କାଗଜ ପତ୍ର- ପର୍ସରେ କେବେ ବି ଅଯଥା କାଗଜ ପତ୍ର ରଖିବା ଅନୁଚିତ୍‌। ଏହା ଲକ୍ଷ୍ମୀଙ୍କ ଅସମ୍ମାନ ସହ ସମାନ ହୋଇଥାଏ। ଲକ୍ଷ୍ମୀଙ୍କୁ ସଫା ଜିନିଷ ପସନ୍ଦ। ଏଥିପାଇଁ ପର୍ସରେ ବ୍ୟବହାର କରୁନଥିବା କାଗଜପତ୍ର ରଖିବା ଅନୁଚିତ୍‌।

ଚିରା ନୋଟ୍‌- ଚିରା ନୋଟ୍‌ କେବେ କୌଣସି କାମରେ ଲାଗେ ନାହିଁ। ଏଥିପାଇଁ ପର୍ସରେ ଏହା ରଖିବା ଅନୁଚିତ୍‌। ଏହା ପର୍ସରେ ରହିଲେ ନକରାତ୍ମକତା ବଢେ।

ବ୍ଲେଡ,ଛୁରୀ- ବ୍ଲେଡ ଓ ଛୁରୀ ନକରାତ୍ମ ଉର୍ଜା ଆଣିଥାଏ। ଏହା ସହ ବ୍ଲେଡ ଓ ଛୁରୀ ନିଜ ପାଇଁ ମଧ୍ୟ ଅସୁବିଧାର କାରଣ ହୋଇଥାଏ।

{"id":188228,"sizeSlug":"large"}

ମୃତ ଲୋକଙ୍କ ଫଟୋ- ପର୍ସରେ ମୃତ ବ୍ୟକ୍ତିଙ୍କ ଫଟୋ ରଖିବା ଅଶୁଭ ବୋଲି କୁହାଯାଏ।

ଦେବୀ ଦେବତାଙ୍କ ଫଟୋ- ଦେବୀ ଦେବତାଙ୍କ ଫଟୋ ପର୍ସରେ ରଖିବା ଅନୁଚିତ୍‌।

ପୁରୁଣା ବିଲ୍‌- ପୁରୁଣା ବିଲ୍‌ ପର୍ସରେ ରଖିଲେ କିଛି ଲାଭ ହୋଇନଥାଏ। ଏହା ଦ୍ବାରା ମଣିଷକୁ ଧନ ପ୍ରାପ୍ତ ହୁଏନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.