ଏହି ୬ଜଣ ବଲିଉଡ ଅଭିନେତା ଅଭିନେତ୍ରୀ ଦେଇପାରିବେ ନାହିଁ ଭୋଟ : ଜାଣନ୍ତୁ କାହିଁକି

Published By : Prameya-News7 Bureau | April 11, 2019 IST

ନୂଆଦିଲ୍ଲୀ ୧୧/୪ : ଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଛି | ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ | ଶେଷ ପର୍ଯ୍ୟାୟ ନିର୍ବାଚନ ମେ ୧୯ ତାରିଖରେ ହେବ | ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ | ୧୮ ବର୍ଷ ହେବାପରେ ଭାରତର ସମସ୍ତ ନାଗରିକଙ୍କର ଭୋଟ ଦେବାର ଅଧିକାର ହୋଇଥାଏ | କିନ୍ତୁ ବଲିଉଡର ଏମିତି କେତେଜଣ ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ଭୋଟ ଦେବାର ଅଧିକାର ନାହିଁ | ଏମାନଙ୍କ ନାଁ ଭୋଟ ତାଲିକାରେ ମଧ୍ୟ ନାହିଁ | ଏମାନଙ୍କ ମଧ୍ୟରୁ ଜଣେ ହେଲେ ଅକ୍ଷୟ କୁମାର | ଅକ୍ଷୟ କୁମାରଙ୍କ ନାଁ ଭୋଟିଂ ତାଲିକାରେ ନାହିଁ |

{"id":102444}

ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ନାଁ ମଧ୍ୟ ଭୋଟିଂ ତାଲିକାରେ ନାହିଁ | ଅର୍ଥାତ ସେ ମଧ୍ୟ ଦେଶରେ ଭୋଟ ଦେଇ ପାରିବେନାହିଁ | କାରଣ ସେ ବ୍ରିଟିଶ ନାଗରିକ | ତାଙ୍କ ପାଖରେ ବ୍ରିଟିଶ ନାଗରିକତା ଥିବା ହେତୁ ସେ ଭାରତରେ ନିଜର ମତଦାନ କରିପାରିବେ ନାହିଁ |

{"id":102430}


ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବାହାରିନରେ ଜନ୍ମ ହୋଇଥିଲେ | ତାଙ୍କ ପାଖରେ ଶ୍ରୀଲଙ୍କାର ନାଗରିକତ୍ବ ରହିଛି | ସେଥିପାଇଁ ତାଙ୍କୁ ମଧ୍ୟ ଭାରତରେ ଭୋଟ ଦେବାରେ ଅଧିକାର ନାହିଁ | ଜ୍ୟାକଲିନଙ୍କ ବାପା ଜଣେ ଶ୍ରୀଲଙ୍କାର ତାମିଲ ଏବଂ ମା' ଜଣେ ମାଲେସିୟାନ ମହିଳା |

{"id":102432}


ବଲିଉଡ ଫିଲ୍ମ ରକଷ୍ଟାରରୁ ନାଁ କମାଇଥିବା ଅଭିନେତ୍ରୀ ନର୍ଗିସ ଫାକ୍ରି ଭାରତରେ ରହୁଥିଲେ ମଧ୍ୟ ତାଙ୍କର ଭୋଟ ଦେବାର ଅଧିକାର ନାହିଁ | କାରଣ ସେ ନ୍ୟୁୟର୍କରେ ଜନ୍ମ ହୋଇଥିଲେ | ତାଙ୍କ ପାଖରେ ଆମେରିକୀୟ ପାସପୋର୍ଟ ଏବଂ ଆମେରିକାର ନାଗରିକତା ଅଛି |

{"id":102435}


ଆଉ ଜଣେ ଅଭିନେତ୍ରୀଙ୍କ ସମ୍ପର୍କରେ ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ | ଆଲିଆ ଭଟ୍ଟଙ୍କୁ ମଧ୍ୟ ଭାରତରେ ଭୋଟ ଦେବାର ଅଧିକାର ନାହିଁ | ଆଲିଆ ଭଟ୍ଟ ମଧ୍ୟ ଭାରତୀୟ ନାଗରିକ ନୁହନ୍ତି | ଆଲିଆଙ୍କ ମା' ସୋନି ରାଜଦାନ ବର୍ମ୍ମମିଂଘାମ ବାସିନ୍ଦା | ସେଥିପାଇଁ ଆଲିଆଙ୍କ ପାଖରେ ଆମେରିକୀୟ ନାଗରିକତା ରହିଛି | ଆଲିଆଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ରହିଛି |

{"id":102437}


ଏହି ତାଲିକାରେ ଫ୍ଲପ ଅଭିନେତା ଇମ୍ରାନ ଖାନଙ୍କ ନାଁ ମଧ୍ୟ ସାମିଲ ରହିଛି | ଇମ୍ରାନ ଆମେରିକାର ମେଡିସନରେ ଜନ୍ମ ହୋଇଥିଲେ | କିନ୍ତୁ ବାପା ମା'ଙ୍କ ବିବାହ ବିଚ୍ଛେଦ ପରେ ତାଙ୍କୁ କାଲିଫର୍ନିଆ ଯିବାକୁ ପଡିଥିଲା | ସେଠାରେ ସେ ଅଭିନେତା ହେବ ପାଇଁ ପାଠ ସମ୍ପୂର୍ଣ କରିଥିଲେ | ତାଙ୍କ ପାଖରେ ମଧ୍ୟ ଭାରତର ନାଗରିକତା ନାହିଁ |

{"id":102438}


ଶେଷରେ କଥା ହେବ ବଲିଉଡର ଖିଲାଡୀ ଅକ୍ଷୟ କୁମାରଙ୍କ ସମ୍ପର୍କରେ | ଅକ୍ଷୟ କୁମାରଙ୍କ ପାଖରେ କାନାଡ଼ାର ନାଗରିକତା ଅଛି | ତାଙ୍କ ପାସପୋର୍ଟ ମଧ୍ୟ କାନାଡ଼ାରୁ ପଂଜିକୃତ ହୋଇଛି | ତାଙ୍କ ଜନ୍ମ ଭାରତରେ ହିଁ ହୋଇଛି | ଅକ୍ଷୟଙ୍କୁ କାନାଡ଼ା ନାଗରିକତା ସମ୍ମାନ ହିସାବରେ ମିଳିଛି | କାନାଡ଼ାର 'ୟୁନିଭର୍ସିଟି ଅଫ ଓ୍ଵିଣ୍ଡସର'ରୁ ଅନରାରି ଡକ୍ଟରେଟ ଲ ର ଡିଗ୍ରୀ ମିଳିଛି | ଏହାପରେ ତାଙ୍କୁ କାନାଡ଼ାର ଅନରାରି ନାଗରିକତା ମଧ୍ୟ ଦିଆଯାଇଥିଲା | ଏଥିପାଇଁ ଅକ୍ଷୟ କୁମାରଙ୍କ ନାଁ ଭାରତର ଭୋଟିଂ ତାଲିକାରୁ ହଟି ଯାଇଛି |

{"id":102440}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.