ଖରାପ ସମୟ ଆରମ୍ଭ ହେବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୫ଟି ସଂକେତ; ଜାଣନ୍ତୁ କ'ଣ

Published By : Prameya-News7 Bureau | January 27, 2019 IST

ଭୁବନେଶ୍ୱର ୨୭/୧ : ମଣିଷ ଜୀବନରେ ଦୁଃଖ ସୁଖ ଲାଗି ରହିଥାଏ | ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଏମିତି ହିଁ ଚାଲିଥାଏ ଜୀବନ | ଧୀରେ ଧୀରେ ଏଇ ସବୁ ପରିସ୍ଥିତି ସହ ଖାପ ଖୁଆଇ ବଂଚିବା ମଣିଷ ଶିଖିଯାଏ | ବେଳେବେଳେ ଏମିତି ବି ହୁଏ, ଯେ ଭଗବାନ ଭବିଷ୍ୟତରେ ଆସୁଥିବା ସୁଖ ଦୁଃଖର ଆଭାସ ମଣିଷକୁ ପୂର୍ବରୁ ହିଁ ଦେଇଥାନ୍ତି | କୌଣସି ପ୍ରାକୃତିକ ଘଟଣା ଜରିଆରେ ଭଗବାନ ଆମକୁ ଏଭଳି ସଂକେତ ଦେଇଥାନ୍ତି | ଯେଉଁଥିରୁ ଆମେ ଆଗକୁ ଆସୁଥିବା ଖରାପ ସମୟ ବିଷୟରେ କିଛି ସଂକେତ ପାଇଥାଉ | ଏମିତି କିଛି ସଂକେତ ବିଷୟରେ ଜାଣିବା ଯିଏ ଆମକୁ ଖରାପ ସମୟ ବିଷୟରେ ସୁଚାଇଥାଏ |

{"id":78552}


୧. ରାତିରେ ଶୋଇଥିବା ସମୟରେ ଯଦି କିଛି ଖରାପ ସ୍ବପ୍ନ ଦେଖନ୍ତି କିମ୍ବା କୌଣସି ଖରାପ ବ୍ୟକ୍ତିଙ୍କୁ ସ୍ବପ୍ନରେ ସାମ୍ନା କରିବା ଭଳି ସ୍ବପ୍ନ ଦେଖନ୍ତି ତାହେଲେ ଜାଣିବେ ଆପଣଙ୍କ ଘରକୁ କୌଣସି ବିପଦ ଆସିବାକୁ ଅଛି କିମ୍ବା ବ୍ୟବସାୟରେ କିଛି କ୍ଷତି ହେବାର ଅଛି ବୋଲି ଜାଣିବେ |

{"id":78553}


୨. ଯଦି ଆପଣଙ୍କ ଘର ଆଖପାଖରେ ବିଲେଇ କାନ୍ଦୁଥିବାର, ଝଗଡା କରୁଥିବାର କିମ୍ବା ବୋବାଉଥିବାର ଶବ୍ଦ ସବୁଦିନ ଶୁଣନ୍ତି ତାହେଲେ ଆପଣଙ୍କ ଘର କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି | ବିଲେଇର କାନ୍ଦ ଯଦି ଛୋଟ ପିଲାଙ୍କ କାନ୍ଦ ଭଳି ଶୁଭାଯାଏ ତାହେଲେ ଜାଣିବେ ଆପଣଙ୍କ ଘରେ କିମ୍ବା ପରିବାରରେ କୌଣସି ସଦସ୍ୟଙ୍କ ସହ କିଛି ଅଘଟଣ ଘଟିବାର ଅଛି |

{"id":78558,"width":589,"height":392}


୩. ବିବାହିତା ମହିଳା ସିନ୍ଦୁର ଲଗାଇବାବେଳେ ଯଦି ସିନ୍ଦୁର ଫରୁଆ ପଡିଯାଇ କିମ୍ବା ଅନ୍ୟ କୌଣସି କାରଣରୁ ସିନ୍ଦୁର ତଳେ ପଡ଼ିଯାଏ ତାହେଲେ ଜାଣିବେ ଆପଣଙ୍କ ଜୀବନସାଥୀଙ୍କ ଆଡକୁ କୌଣସି ଏକ ବିପଦ ମାଡି ଆସୁଛି | ଆପଣଙ୍କ ସ୍ୱାମୀଙ୍କ ଜୀବନ ପ୍ରତି କିଛି ବିପଦ ଆସୁଥିବାର ସଂକେତ ଦେଇଥାଏ ସ୍ତ୍ରୀ ହାତରୁ ସିନ୍ଦୁର ପଡିଯିବା |

{"id":78556}


୪. କ୍ଷୀର ଗରମ କଲାବେଳେ ଯଦି ଛିଣ୍ଡି ଯାଏ ତାହେଲେ ଜାଣିବେ ଆପଣଙ୍କ ଘରକୁ କୌଣସି ଏକ ବଡ ରୋଗ ପ୍ରବେଶ କରିବାର ଅଛି | ଅର୍ଥାତ ପରିବାର ସଦସ୍ୟଙ୍କ ମଧ୍ୟରେ କାହାର ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ହେବାର ଅଛି | କ୍ଷୀର ଛିଣ୍ଡି ଯିବା କିଛି ବଡ କଥା ନୁହେଁ | କିନ୍ତୁ ତାଜା କ୍ଷୀର ଛିଣ୍ଡି ଯିବା ଖରାପ ସମୟର ସଂକେତ |

{"id":78554}


୫. ଯଦି ଆପଣ କୌଣସି ମନ୍ଦିର ଯାଇଛନ୍ତି କିମ୍ବା ଘରେ ମଧ୍ୟ ପୂଜା ପାଠ କଲାବେଳେ ଯଦି ପୂଜା ଥାଳି ହାତରୁ ପଡ଼ିଯାଏ ତାହେଲେ ମଧ୍ୟ ଖରାପ ହୋଇଥାଏ | ଏହାର ଅର୍ଥ ସ୍ୱୟଂ ଭଗବାନ ଆପଣଙ୍କ ଉପରେ ରାଗିଯାଇଛନ୍ତି ଏବଂ ଆପଣଙ୍କ ପରିବାର ପ୍ରତି କୌଣସି ବଡ ବିପଦ ଆସିବାର ଅଛି | ଏମିତି ଅନେକ ସଂକେତ ରହିଛି |

{"id":78555}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.