ଆପଣଙ୍କୁ ସୁସ୍ଥ ରଖେ ଏହି ୫ଟି ଫଳ : ଜାଣନ୍ତୁ ଏହି ଫଳଗୁଡ଼ିକ ବିଷୟରେ

Published By : Prameya-News7 Bureau | December 13, 2018 IST

ପେଟ ପାଇଁ ସବୁଠୁ ବେଶୀ ଜରୁରୀ ହେଉଛି ହଜମ କ୍ରିୟା ଠିକ୍ ଭାବରେ ହେବା।ହଜମ କ୍ରିୟାରେ କୈାଣସି ପ୍ରକାର ଅସୁବିଧା ହେଲେ ସିଧାସଳଖ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ।ଯଦି ଆପଣ ଏହି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ଏହି ୫ଟି ଫଳକୁ ସାମିଲ କରନ୍ତୁ।

wp:gallery {"ids":[63120]} /wp:gallery

୧.ସେଓ: ସେଓରେ ଥିବା ପେକ୍ଟିନ୍ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ। ଖାସ୍ କରି କୋଷ୍ଠକାଠିନ୍ୟ ଏବଂ ଡାଇରିଆ ହେଲେ ସେଓ କାମରେ ଆସିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁବାହାର କରି ସୁସ୍ଥ ରଖିଥାଏ।

wp:gallery {"ids":[63121]} /wp:gallery

୨.ପିଜୁଳି: ପିଜୁଳିକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ ଯାହା ଦ୍ବାରାଆପଣଙ୍କ ଖାଦ୍ୟ ଶୀଘ୍ର ହଜମ ହୋଇପାରିବ। ଏହା ଏକ ଅତ୍ୟାବଶ୍ୟକୀୟ ଫଳ ଭାବେ ଜଣା ଯାଇଥାଏ। ଏହା ଫାଇବରର୧୨ପ୍ରତିଶତ ମାତ୍ରା ପୂରଣ କରିଥାଏ। ପିଜୁଳିର ମଞ୍ଜି ପେଟକୁ ସଫା କରିଥାଏ।

wp:gallery {"ids":[63122]} /wp:gallery

୩. କଦଳୀ: କଦଳୀରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ପେଟକୁ ସଫାରଖିଥାଏ। ଏଥିପାଇଁ କୋଷ୍ଠକାଠିନ୍ୟ ସମସ୍ୟାରେ ଡାକ୍ତର ମଧ୍ୟ ରୋଗୀକୁ କଦଳୀ ଖାଇବାକୁ ପରାମର୍ଶଦେଇଥାନ୍ତି। ଏହା ପେଟରେ ଘା ଏବଂ ଜୀବାଣୁ ଜନିତ ସମସ୍ୟାକୁ ଦୂର କରିଥାଏ।

wp:gallery {"ids":[63123]} /wp:gallery

୪.ଏଭକାଡ଼ୋ: ଏଭକାଡ଼ୋ ମଧ୍ୟ ହଜମ କ୍ରିୟାରେ ସାହାଯ୍ୟ କରିଥାଏ। ଏଥିରେମଧ୍ୟ ଫାଇବରର ମାତ୍ରା ଅଧିକ ରହିଥାଏ। ଏହା ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ।

wp:gallery {"ids":[63124]} /wp:gallery

୫.ନାଶପାତି: ଏକ ମଧ୍ୟମ ଆକାରର ନାଶପାତିରେ ପାଖାପାଖି ୪ଗ୍ରାମର ଫାଇବରଥାଏ। ଏହା ଦ୍ବାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.