ଏହି ୫ଟି ରାଶି ପାଇଁ ସୃଷ୍ଟି ହେବ ଅନେକ ସମସ୍ୟା : ରକ୍ଷା ପାଇବା ପାଇଁ କରନ୍ତୁ ଏହି ସରଳ ଉପାୟ

Published By : Prameya-News7 Bureau | July 05, 2019 IST

ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ଏହା ବ୍ୟକ୍ତିଙ୍କ ରାଶି ନକ୍ଷତ୍ର ସହ ଜଡିତ । ସବୁ ରାଶିର ସମ୍ବନ୍ଧ ଆକାଶଗଙ୍ଗା ଗ୍ରହ ସହିତ ରହିଛି । ଏହି ଆକାଶଗଙ୍ଗା ନିଜର ସ୍ଥିତି ବଦଳାଇବା ଦ୍ୱାରା ମଣିଷ ଜୀବନରେ ସୁଖ କିମ୍ବା ଦୁଃଖ ଆସିଥାଏ । ଆଗାମୀ ଦିନରେ କିଛି ରାଶିର ବ୍ୟାକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେ କେଉଁ କେଉଁ ରାଶି

ମିଥୁନ – ମିଥୁନ ରାଶିର ବ୍ୟକ୍ତି ବିଶେଷ ଆସନ୍ତା ୪ ମାସ ମଧ୍ୟରେ ଅନେକ ସମସ୍ୟାରେ ପଡିପାରନ୍ତି । ଏମାନଙ୍କ ଜୀବନରେ ଏକାଥରେ ଅନେକ ସମସ୍ୟା ମୁଣ୍ଡ ଟେକିପାରେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଘିଅ ଦୀପ ଲଗାଇ ଭଗବାନ ବିଷ୍ଣୁଙ୍କ ନିକଟରେ ଆରାଧନା କରନ୍ତୁ । ଏହା ସହ ଘରେ ଥରେ ସତ୍ୟ ନାରାୟଣ ପୁଜା ନିଶ୍ଚୟ କରନ୍ତୁ । ତାହେଲେ ଏହି ସବୁ ଦୁଃଖରୁ ମୁକ୍ତି ମିଳିବ ।

ସିଂହ – ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆସନ୍ତା ୩ ମାସ ଟିକିଏ ସମ୍ଭାଳି ରହିବାକୁ ହେବ । ଏହି ସମୟରେ ଆପଣଙ୍କ ଶତ୍ରୁ ଅଧିକ ଆକ୍ଟିଭ ରହିବେ । ଆପଣଙ୍କ ଦୁଃଖ ବଢାଇବା ପାଇଁ ଆପଣଙ୍କ ଶତ୍ରୁ ପୁରା ଚେଷ୍ଟା କରିବେ । ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ବାଧା ଉତ୍ପର୍ଣ୍ଣ ହେବ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର କିମ୍ବା ଶନିବାର ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଆଳତୀ ପରେ ମଥାରେ ତିଳକ କିମ୍ବା କୁକୁମ ଲଗାନ୍ତୁ । ହନୁମାନ ଆପଣଙ୍କୁ ଶତ୍ରୁ ଠାରୁ ରକ୍ଷା କରିବେ ।

ମକର – ମକର ରାଶିର ବ୍ୟକ୍ତିଙ୍କୁ ଆଗାମୀ ୨ ମାସ ଯାଏଁ କୌଣସି ଜାଗାରେ ପୁଞ୍ଜି ବିନିଯୋଗ କରିବା ଅନୁଚିତ । ଏହି ରାଶି ପାଇଁ ଧନ ହାନୀ ସମ୍ଭାବନା ରହିଛି । ଯଦି ଆପଣ କୌଣସି ଜାଗା, ଗାଡି କିମ୍ବା ଆଉ କିଛି କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ତାହେଲେ ୨ ମାସ ଅପେକ୍ଷା କରନ୍ତୁ । ଏହି ସମୟରେ କାହାକୁ କରଜ ଟଙ୍କା ଦିଅନ୍ତୁ ନାହିଁ । ଘରେ ଚୋରି ଡକାୟତି ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୁଜା କରନ୍ତୁ ଏବଂ କୌଣସି ଗରୀବ ଲୋକକୁ ହଳଦିଆ ବସ୍ତ୍ର ଦାନ କରନ୍ତୁ ।

ବିଛା – ବିଛା ରାଶିର ବ୍ୟକ୍ତି ପାଇଁ ଆଗାମୀ ମାସେ ଯାଏଁ ଖରାପ ସମୟ ରହିଛି । ଆପଣଙ୍କ ସମସ୍ତ କାମ ବିଗିଡିଯିବ । ସେଥିପାଇଁ ଏହି ସମୟରେ ଅଧିକ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲ ଅର୍ପଣ କରନ୍ତୁ । ଯାହାଫଳରେ ଆପଣଙ୍କ ସଙ୍କଟ ଟଳିଯିବ ।

ମୀନ – ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ୪୫ ଦିନ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ । ଏହି ସମୟରେ ନିଜ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବୁଧବାର ଦିନ ଗଣେଷ ମନ୍ଦିରରେ ମୋଦକ ଭୋଗ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.