ସାରା ଦୁନିଆରେ ପ୍ରସିଦ୍ଧ ଭାରତର ଏହି ୫ଟି ଗାଁ

Published By : Prameya-News7 Bureau | November 14, 2019 IST

ଭାରତର ଏମିତି ଅନେକ ଗାଁ ରହିଛି ଯାହା ସାରା ବିଶ୍ବରେ ପ୍ରସିଦ୍ଧ୍। ଏହି ୫ଟି ଗାଁକୁ  ଦେଶ ବିଦେଶରୁ ଲୋକେ ବୁଲିବାକୁ ଆସନ୍ତି। ଜାଣନ୍ତୁ ଏହି ଗାଁ ବିଷୟରେ।

{"id":183745,"sizeSlug":"large"}

୧- ଶନି ସିଂଗନାପୁର

ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଥିବା ଏହି ଗାଁରେ ରାମଙ୍କ କୃପା ରହିଛି। ଗାଁର ନାଁ ହେଉଛି ଶନି ସିଂଗନାପୁର। ଏହା ଭାରତର ଏମିତି ଏକ ଗାଁ ଯେଉଁଠି ଆଜି ମଧ୍ୟ ଲୋକେ ଘରର ଗୋଟେ ବି କବାଟ ବନ୍ଦ କରନ୍ତି ନାହିଁ। ଘରର କୌଣସି ଦାମୀ ଜିନିଷ ତାଲାରେ ବନ୍ଦ କରାଯାଏନାହିଁ। ତଥାପି ଗାଁର କୌଣସି ଲୋକଙ୍କ ଘରେ ଚୋରି ହୁଏ ନାହିଁ। ଏହି ଗାଁ ଶନି ମନ୍ଦିର ପାଇଁ ମଧ୍ୟ ପ୍ରସିଦ୍ଧ। ଗାଁରେ ଶନି ଦେବତାଙ୍କ କୃପା ରହିଛି ଏଥିପାଇଁ ସେଠାରେ ଚୋରି ହୁଏ ନାହିଁ। କାରଣ ଯିଏ ଚୋରି କରିବ ତା’ର କ୍ଷତି ହେବ ବୋଲି ଲୋକଙ୍କ ବିଶ୍ବାସ ରହିଛି। ଏହି ଗାଁକୁ ରାମ ରାଜ୍ୟ ମଧ୍ୟ କୁହାଯାଏ।  

{"id":183742,"width":576,"height":323,"sizeSlug":"large"}

 ୨-ଢୋକରା ଗାଁ

ଗୁଜରାଟର ଢୋକରା ଗାଁରେ କ୍ଷୀର ବିକ୍ରି ହୁଏ ନାହିଁ। ଗାଁରେ ଏହି ପରମ୍ପରା ଆବାହମାନ କାଳରୁ ପାଳନ କରାଯାଉଛି।ଗାଁରେ ଯେଉଁ ଲୋକଙ୍କର ଗାଈ ନଥାଏ ସେମାନଙ୍କୁ ଲୋକେ ମାଗଣାରେ କ୍ଷୀର ଦିଅନ୍ତି। ଆଜିକାଲି ଲୋକେ ମାଗଣାରେ ଘରର ପାଣି ସହିତ ଦିଅନ୍ତି ନାହିଁ ହେଲେ ଏହି ଗାଁରେ କ୍ଷୀର ମାଗଣାରେ ମିଳେ। ଗାଁ ଲୋକଙ୍କ କହିବା ଅନୁସାରେ ଗାଁରେ ପାଖାପାଖି ପ୍ରତି ମାସ ଅନେକ ଲୋକଙ୍କୁ ୮୦୦୦ ଟଙ୍କାର କ୍ଷୀର ମାଗଣାରେ ଦିଆଯାଏ।

{"id":183741,"width":581,"height":364,"sizeSlug":"large"}

 ୩-କୋଡିହ୍ନୀ ଗାଁ

କୋଡିହ୍ନୀ ଗାଁ ଯୁଡୱାଁ ବା ଯମଜ ଗାଁ ନାରେ ମଧ୍ୟ ପରିଚିତ। କେରଳ ମଲ୍ଲାପୁରମ ସ୍ଥିତ ଏହି ଗାଁରେ  ଅଧିକାଂଶଙ୍କ ଘରେ ଯାଆଁଳା ବା ଯମଜ ସନ୍ତାନ ଜନ୍ମ ହୁଅନ୍ତି ।  ଏହି ଗାଁରେ ପ୍ରାୟ ୩୫୦ ଜଣ ଶିଶୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪୫ ଯୋଡା ଯମଜ ସନ୍ତାନ ।   

{"id":183740,"width":549,"height":317,"sizeSlug":"large"}

୪- ମତ୍ତୁର ଗାଁ

ଏହି ଗାଁରେ ସମଗ୍ର ଗ୍ରାମବାସୀ ସଂସ୍କୃତ ଭାଷା କୁହନ୍ତି। କର୍ଣ୍ଣାଟକର ଶିବମୋଗ୍ଗା ସହରଠୁ ଦୂରରେ ସ୍ଥିତ ମତ୍ତୁର ଗାଁରେ ଲୋକେ କେବଳ ସଂସ୍କୃତ ଭାଷା କୁହନ୍ତି। ତୁମ ତୁମ ନଦୀ ତଟରେ ଏହି ଗାଁ ଟି ରହିଛି। ପ୍ରାଚୀନ କାଳରୁ ଏହି ଗାଁରେ ସଂସ୍କୃତ ଭାଷା କୁହାଯାଏ। ସବୁ ଧର୍ମର ଲୋକେ ଏଠାରେ ସଂସ୍କୃତ ଭାଷା କୁହନ୍ତି।

{"id":183739,"width":582,"height":385,"sizeSlug":"large"}

୫- ମଲାଣା ଗାଁ

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ମଲାଣା ଗାଁ ରହିଛି। ଏହା ଭାରତର ରହସ୍ୟମୟ ଗାଁ ବୋଲି କୁହାଯାଏ। ଏଠାରେ ଭାରତୀୟ ଆଇନର ପାଳନ ହୁଏ ନାହିଁ। ଏହି ଗାଁର ସାଂସଦ ସବୁ ନିଷ୍ପତ୍ତି ନିଅନ୍ତି, ଯାହା ଲୋକେ ପାଳନ କରନ୍ତି। ଭାରତର ଏକମାତ୍ର ଗାଁ ମଲାଣାରେ ଆଜି ମଧ୍ୟ ମୋଗଲ ସମ୍ରାଟକୁ ଭଗବାନ ଭାବେ ପୂଜା କରାଯାଏ। ଏହି ଗାଁ ଦେଖିବାକୁ ଭାରି ସୁନ୍ଦର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.