ଗୃହରେ ନିଶ୍ଚିତ ରଖନ୍ତୁ ଏହି ୫ଟି ଜିନିଷ : କେବେ ରହିବନି ଅର୍ଥ ଅଭାବ, ବାଦ-ବିବାଦ

Published By : Prameya-News7 Bureau | January 21, 2021 IST

ଭୁବନେଶ୍ୱର ୨୧/୦୧ : ଗୃହରେ ଦେବାଦେବୀ ବାସ କରନ୍ତି । ତାଙ୍କୁ ସନ୍ତୁଷ୍ଟ କରି କୃପା ଲାଭ କରିବା ପାଇଁ ଗୃହ ମଧ୍ୟରେ କିଛି ଜିନିଷ ରଖିବା ନିତାନ୍ତ ଆବଶ୍ୟକ ହୋଇଥାଏ । ବାସ୍ତୁ ଅନୁସାରେ ଏହି ସବୁ ଜିନିଷ ରଖିବା ଦ୍ୱାରା ଘରେ ଧନ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି । ଧନ ଏବଂ ଅନ୍ନ ସହ ଜଡିତ ସମସ୍ୟା ଦୂର ହେବା ସହ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଘରର ସଦସ୍ୟମାନଙ୍କ ମଧ୍ୟରେ ଏକତା ବଢିବା ସହ ଖୁସିର ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ ।

ପବନ ପୁତ୍ର ହନୁମାନଙ୍କୁ ପୂଜା, ଭକ୍ତି କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି । ସେ ସଙ୍କଟ ହରନ୍ତି ଏବଂ ସମସ୍ତ କର୍ଯ୍ୟରେ ସଫଳତା ଦିଅନ୍ତି  । ଏଥିସହିତ ପରିବାର ଲୋକଙ୍କ ମଧ୍ୟ ସୁରକ୍ଷା କରିଥାନ୍ତି । ତେଣୁ ଗୃହର ଦକ୍ଷିଣ - ପଶ୍ଚିମ କୋଣରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତି ରଖିବା ଆବଶ୍ୟକ । ପ୍ରତିଦିନ ହନୁମାନଙ୍କର ପୂଜା କରିବା ଆବଶ୍ୟକ । ଏହାଦ୍ୱାରା ଘରର ପରିବାର ମଧ୍ୟରେ ଥିବା ସମସ୍ୟା ଦୂର ହେବା ସହ ରୋଗ ଓ ଶତ୍ରୁ ବିପଦ ଦୂର ହୋଇଥାଏ ।

wp:gallery {"ids":[396017],"linkTo":"none"} /wp:gallery

ଗୃହରେ ମାଟି ପାତ୍ର ରଖିବା ଶୁଭ ସଙ୍କେତ ବୋଲି ଜଣାଯାଏ । ବାସ୍ତୁ ଅନୁଯାୟୀ, ଏଥିରେ ପାଣି ଭରି ଗୃହର ଉତ୍ତର ଦିଗରେ ରଖିବା ସହ ଏହାକୁ କେବେ ଖାଲି ରଖିବା ଅନୁଚିତ ।  ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଘରର ମୁଖ୍ୟ ଫାଟକ ରେ ମା ଲକ୍ଷ୍ମୀ ଏବଂ କୁବେରଙ୍କର ଫଟୋ କିମ୍ବା ମୂର୍ତ୍ତି ଲଗାନ୍ତୁ । ଏଥି ସହିତ ମା ଲକ୍ଷ୍ମୀ ଏବଂ କୁବେରଙ୍କର ଫଟୋ କିମ୍ବା ମୂର୍ତ୍ତିକୁ ଠାକୁର ଘରେ ରଖି  ପୂଜା କରନ୍ତୁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଅନ୍ନ ଏବଂ ଧନ ର ଅଭାବ ଦୂରୀଭୂତ ହୋଇଥାଏ । ଗୃହର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ମଧ୍ୟ ଗୃହରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

wp:gallery {"ids":[396018],"linkTo":"none"} /wp:gallery

ଭଗବାନ ଶ୍ରୀ କୃଷ୍ଣଙ୍କର ଅତିପ୍ରିୟ ମୟୂର ପୁଚ୍ଛ ଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହାକୁ ଘରର କାନ୍ଥ କିମ୍ବା ପୂଜା ସ୍ଥାନରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଅନ୍ନ ଏବଂ ଧନ ଜନୀତ ସମସ୍ୟା ଦୂର ହେବା ସହ ଘରର ସଦସ୍ୟମାନଙ୍କ ମଧ୍ୟରେ ଏକତା ରହିଥାଏ । ପିଲାମାନଙ୍କ କୋଠରୀରେ ଲଗାଇବା ଦ୍ୱାରା ସେମାନଙ୍କ ଚିଡିଚିଡ଼ାପଣ ଏବଂ କ୍ରୋଧ ଦୂର ହେବା ସହ ଏକାଗ୍ରତା ଶକ୍ତି ବୃଦ୍ଧି ପାଇଥାଏ ।

 ହିନ୍ଦୁ ଧର୍ମରେ ଗଙ୍ଗା ମାତାଙ୍କୁ  ମା’ଙ୍କର ସ୍ଥାନ ଦିଆଯାଇଛି । ସେଥିଲାଗି ଗଙ୍ଗା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ପ୍ରତ୍ୟେକ ଶୁଭ କର୍ମ ବା ପୂଜାରେ ଗଙ୍ଗା ଜଳର ବ୍ୟବହାର କରାଯାଏ । ତେଣୁ ଗୃହରେ ଏହାକୁ ରଖିବା ଜରୁରୀ । ଜ୍ୟୋତିଷଙ୍କ ମତରେ, ପୁର୍ଣ୍ଣିମା, ଏକାଦଶୀ କିମ୍ବା କୌଣସି ଶୁଭ ଦିନରେ ଗଙ୍ଗା ଜଳରେ ଗାଧୋଇବା ସହିତ ଗୃହ ମଧ୍ୟରେ ସିଞ୍ଚନ କରିବା ଆବଶ୍ୟକ । ଏହାଦ୍ୱାରା ଗୃହରେ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତିରେ ପରିଣତ ହୋଇଥାଏ । ଘରର ସଦସ୍ୟମାନଙ୍କ ମଧ୍ୟରେ ଲାଗିଥିବା ବିବାଦ ଦୂର ହୋଇ ସୁଖ ସମୃଦ୍ଧିରେ ପରିଣତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.