Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୪୦ବର୍ଷ ବୟସ ହେବା ପରେ ମହିଳାଙ୍କୁ କରିବା ଉଚିତ୍ ଏହି ୫ଟି ଟେଷ୍ଟ : ନଚେତ୍ ପଡ଼ିବେ ଅସୁବିଧାରେ

4/08/2019 at 2:47 PM

ପୁରୁଷ ହୁଅନ୍ତୁ କିମ୍ବା ମହିଳା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଜରୁରୀ। ଅନେକ ଥର ଏପରି ହୋଇଥାଏ ଯେ ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିଥାଆନ୍ତି। ଖାସକରି ୪୦ବର୍ଷ ପରେ ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇନଥାଆନ୍ତି। କିନ୍ତୁ ଖାସ୍ କରି ୪୦ବର୍ଷ ପରେ ମହିଳାଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ରଖିବା ଉଚିତ୍। କାରଣ ଏହି ସମୟରେ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇଥାଏ। ଏଥିପାଇଁ ସବୁବେଳେ ସାବଧାନ ରହିବା ଉଚିତ୍। ନଚେତ୍ ସ୍ବାସ୍ଥ୍ୟକୁ ହାନି ପହଞ୍ଚିଥାଏ। ସ୍ବାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ମଝିରେ ମଝିରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଦେବା ଉଚିତ୍। ତେବେ ଆସନ୍ତୁ ଜାଣିବା କେତେକ ସ୍ବାସ୍ଥ୍ୟ ପରୀକ୍ଷା ବିଷୟରେ ଯାହା ଆପଣଙ୍କୁ ମଝିରେ ମଝିରେ କରାଇଦେବା ଜରୁରୀ।

୧.ବ୍ଲଡ ସୁଗାର ଟେଷ୍ଟ : ଅସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ବ୍ଲଡ ସୁଗାର ହେବାର ଆଶଙ୍କା ଅଧିକ ବଢ଼ିଯାଇଥାଏ। ଏଥିପାଇଁ ୪୦ବର୍ଷ ପରେ ବ୍ଲଡ ସୁଗାର ଟେଷ୍ଟ ନିଶ୍ଚୟ କରିବା ଉଚିତ୍‌।

୨.ବ୍ଲଡ ପ୍ରେସର ଟେଷ୍ଟ : ଆଜିକାଲି ଯେକୈାଣସି ବୟସରେ ବ୍ଲଡ ପ୍ରେସର ହେଉଛି। କିନ୍ତୁ ଏବେ ଆପଣ ଉତ୍ତମ ଖାଦ୍ୟପେୟ ଏବଂ ବ୍ୟାୟାମ ଏବଂ ଯୋଗ ସହାୟତାରେ ବ୍ଲଡ ପ୍ରେସର ନିୟନ୍ତ୍ରଣ କରିପାରିବେ।

 ୩.ପେଲଭିକ୍ ଟେଷ୍ଟ : ୪୦ବର୍ଷ ପରେ ପ୍ରତ୍ୟେକ ମହିଳାଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଶ୍ଚୟ ଯିବା ଆବଶ୍ୟକ। ମହିଳାଙ୍କୁ ସର୍ଭାଇକାଲ କ୍ୟାନସର ହେବାର ଆଶଙ୍କା ଏହି ବୟସରେ ଅଧିକ ଥାଏ। ଏଥିପାଇଁ ଯେଉଁ ମହିଳାମାନେ ଯୌନ ସକ୍ରିୟ ଥାଆନ୍ତି ତାଙ୍କୁ ସର୍ଭାଇକାଲ କ୍ୟାନସର ଚିକିତ୍ସା କରିବା ଉଚିତ୍।

୪. ବୋନ ମିନେରାଲ ଡେନସିଟି ଟେଷ୍ଟ : ବୋନ ମିନେରାଲ ଡେନସିଟି ହରମୋନ କାରଣରୁ ହୋଇଥାଏ ଯାହା ମହିଳାଙ୍କର ହାଡ଼କୁ ସୁରକ୍ଷା ଯୋଗାଇଥାଏ। ଏଥିପାଇଁ ୪୦ବର୍ଷ ବୟସ ପରେ ମହିଳାଙ୍କର ଏହା ଦୁର୍ବଳ ହୋଇଯାଇଥାଏ। ଏପରି ପରିସ୍ଥିତିରେ ମହିଳାଙ୍କୁ ପରୀକ୍ଷା କରାଇବା ଉଚିତ୍।

୫.ଥାଇରଏଡ ଚେକଅପ୍ : ଅନେକ ମହିଳାଙ୍କ ଓଜନ ବହୁତ ବଢ଼ିଯାଇଥାଏ ତ କେତେକ ମହିଳାଙ୍କ ଓଜନ କମିଯାଇଥାଏ। ଏହା ଦ୍ବାରା କେଶ ଝଡ଼ିଥାଏ। ନଖ ମଧ୍ୟ ଭାଙ୍ଗିଯାଇଥାଏ। ଏହି ସବୁ ଥାଇରଏଡ଼ର ଲକ୍ଷଣ ହୋଇଥାଏ। ଏଥିପାଇଁ ମହିଳାଙ୍କୁ ମଝିରେ ମଝିରେ ଥାଇରଏଡ଼ ଚେକଅପ୍ କରାଇନେବା ଉଚିତ୍।

   Related Posts