ଭାରତର ଏହି ୫ଟି ରାଜ୍ୟରେ ଅଧିକ ମଦ୍ୟପାନ ଓ ଧୂମପାନ ହୋଇଥାଏ
20/02/2019 at 4:58 PM

ସାଧାରଣତଃ ଲୋକେ ଏହା ଭାବନ୍ତି ଯେ ଦେଶରେ ସବୁଠୁ ଅଧିକ ମଦ ପିଉଥିବା ଲୋକେ ବିହାର, ଝାରଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇରେ ଅଛନ୍ତି। କିନ୍ତୁ ଏହା ସତ୍ୟ ନପହଁ । ଅତି ଛୋଟଛୋଟ ରାଜ୍ୟରେ ନିଶା କାରବାର ବେଶୀ ହୋଇଥାଏ ।

୧. ମିଜୋରାମ- ୨୦୧୪ ମସିହାରେ ମିଜୋରାମ ସରକାର ସିଗରେଟର ଦାମ ବଢାଇଥିଲେ, ଏହା ସତ୍ତ୍ବେ ଲୋକଙ୍କ ଧୂମପାନ ଅଧିକ ବଢିଥିଲା। ସିଗରେଟ ଓ ମଦର ବିକ୍ରି ଅଧିକ ହେବାକୁ ଲାଗିଥିଲା।
୨. ମେଘାଲୟ- ପ୍ରତି ବର୍ଷ ଆସାମ ଓ ମେଘାଲୟରେ ୭୦୦ କୋଟି ଟଙ୍କାର ସିଗାରେଟ ବ୍ୟବସାୟ ହୁଏ। ତଥ୍ୟ ଅନୁସାରେ ରାଜ୍ୟବାସୀ ୬୨.୧୧ ଟଙ୍କା ସବୁ ମାସ ସିଗରେଟ ପାଇଁ ଖର୍ଚ୍ଚ କରନ୍ତି।

୩. ମଣିପୁର- ମଣିପୁରରେ ପ୍ରତି ମାସ ସିଗରେଟ ପଛରେ ଅଧିକ ଖର୍ଚ୍ଚ ହେଉଥିବାର ଜଣା ପଡିଛି।
୪. କେରଳ- କେରଳରେ ସର୍ବସାଧାରଣରେ ଧୂମପାନ ଉପରେ ପୋଲିସ କଟକଣା ଲାଗୁ କରିଛି । କିନ୍ତୁ ଅଧିକାଂଶ ଲୋକ ଏଠାରେ ସିଗରେଟ ଟାଣନ୍ତି ।

୫. ନାଗାଲେଣ୍ଡ- ଏଠାର ୫୭ ପ୍ରତିଶତ ଲୋକେ ଧୂମପାନ କରନ୍ତି କିମ୍ୱା ତମାକୁ ଅଭ୍ୟସ୍ତ। ତମାକୁ ଉପଭକ୍ତା କ୍ଷେତ୍ରରେ ନାଗାଲାଣ୍ଡ ଦେଶରେ ୫ ନମ୍ୱର ୫ ନମ୍ବର ସ୍ଥାନରେ ଅଛି।

ରିପୋର୍ଟ ଅନୁସାରେ ୧୦ ବର୍ଷ ରୁ ୭୫ ବର୍ଷ ବୟସ୍କ ୧୪.୬ ପ୍ରତିଶତ ଲୋକେ (୧୬ କୋଟି) ମଦ୍ୟପାନ କରନ୍ତି। ପାଖାପାଖି ୩ କୋଟି ଲୋକେ ଭାଙ୍ଗ ବା ଅନ୍ୟ ନିଶା ଦ୍ରବ୍ୟ ଅଭ୍ୟସ୍ଥ ।
