ଟଙ୍କା ପଇସା ସହିତ କନେକ୍ସନ ରହିଛି ଏହି ୫ଟି ଗଛର : ଏଗୁଡ଼ିକ ଲଗାଇବାମାତ୍ରେ ବଦଳିଯିବ ଆପଣଙ୍କ ଭାଗ୍ୟ
13/07/2019 at 12:21 PM

ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ବପ୍ନ ଥାଏ ଯେ ତାଙ୍କର ନିଜର ଘର,ନିଜର ଗାଡ଼ି ଏବଂ ନିଜର ବଙ୍ଗଳା ଏବଂ ଟଙ୍କା ପଇସା ହେଉ ଯାହା ଦ୍ବାରା ସେମାନେ ତାଙ୍କା ସବୁ ସଉକ ପୂରଣ କରିପାରିବେ। କିନ୍ତୁ କିଛି ଲୋକଙ୍କର ଇଚ୍ଛା ପୂରଣ ହୋଇପାରିନଥାଏ। ଯଦି ଆପଣ ମଧ୍ୟ ଧନୀ ହେବାକୁ ଚାହୁଁଛନ୍ତି ତେବେ ଏହି ସବୁ ଗଛ ନିଶ୍ଚୟ ଲଗାନ୍ତୁ। ଏହି ସବୁ ଗଛ ଲଗାଇଲେ ଆପଣଙ୍କ ଘରେ ମାଆ ଲକ୍ଷ୍ମୀ ସବୁବେଳେ ବାସ କରିବେ।

୧. କ୍ରସୁଲା ଅବୋଟା : ଏହି ଗଛକୁ ଲଗାଇବା ଦ୍ବାରା ଘରେ ଧନ ଆଗମନ ହେବା ଆରମ୍ଭ ହୋଇଥାଏ। କେବେ କୈାଣସି ଜିନିଷର ଅଭାବ ହୋଇନଥାଏ। କେବଳ ଏତିକି ନୁହେଁ ଆପଣଙ୍କ ଘରେ ସବୁବେଳେ ଧନ ବର୍ଷା ହୋଇଥାଏ। ଏହି ଗଛକୁ ଲକି ପ୍ଲାଣ୍ଟ ବୋଲି କୁହାଯାଇଥାଏ।

୨.ମନି ପ୍ଲାଣ୍ଟ : କୁହାଯାଏ ଯେ ମନି ପ୍ଲାଣ୍ଟକୁ ଘରେ ଲଗାଇଲେ ଘରେ ସୁଖ ଶାନ୍ତି ସମୃଦ୍ଧିର ବାସ ହୋଇଥାଏ। ପରିବାର ଲୋକ ଖୁସି ରୁହନ୍ତି। କିନ୍ତୁ ଗଛକୁ ଉପଯୁକ୍ତ ଦିଗରେ ଲଗାଇବା ସବୁଠୁ ଅଧିକ ଜରୁରୀ ହୋଇଥାଏ। ମନି ପ୍ଲାଣ୍ଟ ଅଗ୍ନି ଦିଗରେ ଲଗାଇବା ଉଚିତ୍। ଏହି ଦିଗରେ ଗଣେଷଙ୍କ ବାସ ହୋଇଥାଏ।

୩.ଲକ୍ଷ୍ମଣ ଗଛ : ଏହି ଗଛ ଘରେ ଲଗାଇଲେ ମାଆ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହି ଘରର ବାଲକୋନିରେ ବଡ଼ ଟବରେ ଏହି ଗଛ ଲଗାନ୍ତୁ। ଯଦି କାହା ଘରେ ଲକ୍ଷ୍ମଣ ଗଛ ଥାଏ ତେବେ ସେହି ଘରେ ଧନ ବର୍ଷା ହୋଇଥାଏ।

୪. କଦଳୀ ଗଛ : ଭାରତୀୟ ଧର୍ମରେ କଦଳୀ ଗଛକୁ ଅଧିକ ମହତ୍ତ୍ବପୂର୍ଣ୍ଣ କୁହାଯାଇଥାଏ। କୁହାଯାଏ ଯେ କଦଳୀ ଗଛକୁ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। କଦଳୀ ଗଛରେ ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀ ରହିଥାଆନ୍ତି। କଦଳୀକୁ ବୃହସ୍ପତି ଦେବତାଙ୍କ କାରକ କୁହାଯାଇଥାଏ। ଏଥିପାଇଁ କଦଳୀ ଗଛ ଈଶାନ କୋଣରେ ଲଗାଇବା ଉଚିତ୍।

୫.ତୁଳସୀ ଗଛ : ତୁଳସୀ ଗଛ ଆମ ଅଗଣାର ଶୋଭା ବଢ଼ାଇବା ସହ ଏହାକୁ ଘରେ ଲଗାଇଲେ ମାଆ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ। ନିୟମିତ ଭାବେ ଗୋଟିଏ ତୁଳସୀ ପତ୍ର ସେବନ କରିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।