ହ୍ବାଟସଆପରେ ଏହି ନୂଆ ୫ଟି ଆପ୍ ବିଷୟରେ ଜାଣିଛନ୍ତି କି : ଆପଣଙ୍କ ପାଇଁ ହେବ ଲାଭଦାୟକ

Published By : Prameya-News7 Bureau | July 16, 2019 IST

ନୂଆଦିଲ୍ଲୀ ୧୬/୭: ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପ୍ ହ୍ବାଟସଆପରେ ସବୁବେଳେ ନୂଆ ଫିଚରର ଖବର ଦେଖିବାକୁ ମିଳୁଛି। ଏଥିରୁ କିଛି ଫିଚର୍ସ ସାଧାରଣ ଲୋକେ ଜାଣି ପାରନ୍ତି ନାହିଁ। ଏହାର କାରଣ ହେଉଛି ଏହି ଫିଚରଗୁଡ଼ିକୁ ଟେଷ୍ଟିଙ୍ଗ୍ କରାଯାଏ ଏବଂ ବିଟା ବିଲ୍ଡରେ ଦିଆଯାଇଥାଏ। ଏହା ପରେ ଯଦି କମ୍ପାନୀ ଏହାକୁ କୈାଣସି କାରଣବଶତଃ ହଟାଇଦେଇଥାଏ ଏବଂ ଏହି ପରି ଭାବେ ଏହି ଫିଚର ଟେଷ୍ଟିଙ୍ଗରୁ ଫେରି ଯାଇଥାଏ।

ଗତ କିଛି ଦିନ ହେବ ହ୍ବାଟସଆପରେ ଅନେକ ଫିଚର ଆସିଛି। କିନ୍ତୁ ଆମେ ଆପଣଙ୍କୁ ଏଥିରୁ ୫ଟି ଫିଚର ବିଷୟରେ କହିବା ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ସମ୍ଭବତଃ ଆପଣ ଏଗୁଡ଼ିକ ମଧ୍ୟରୁ କେତେକ ଫିଚର ବିଷୟରେ ଆଗରୁ ଜାଣିଥିବେ। ଯେଉଁ ଲୋକମାନେ ଜାଣିନାହାନ୍ତି ସେମାନେ ମଧ୍ୟ ଜାଣିଯିବେ। ଅନେକ ଥର ଏପରି ହୋଇଥାଏ ଫିଚର୍ସ ଆସିଯାଇଥାଏ କିନ୍ତୁ ଲୋକେ ଏହାକୁ ନୋଟିସ୍ କରିନଥାଆନ୍ତି।

୧. ପ୍ରୋଫାଇଲ୍ ଫଟୋ ସେଭ୍ କରିବାର ଅପସନ୍ ବନ୍ଦ : ଏବେ ହ୍ବାଟସଆପ୍ ଗ୍ରାହକଙ୍କ ପ୍ରୋଫାଇଲ୍ ଫଟୋ ସେଭ୍ କରିବାର ଅପସନ୍ ବନ୍ଦ କରି ଦିଆଯାଇଛି। କମ୍ପାନୀ ଏହାକୁ ଗ୍ରାହକଙ୍କ ପ୍ରାଇଭେସି ପାଇଁ ବନ୍ଦ କରିଛି। କିନ୍ତୁ ଏବେବି ସ୍କ୍ରିନଶଟର ଅପ୍ସନ ରହିଛି। କମ୍ପାନୀ ଯଦି ସ୍କ୍ରିନସଟର ଅପସନ ବି ବନ୍ଦ କରିଦିଅନ୍ତା ତେବେ ଭଲ ହୋଇଥାଆନ୍ତା।

୨. ଆଲବମ୍ ଇମପ୍ରୁଭମେଣ୍ଟ  : ଏବେ ହ୍ବାଟସଆପରେ ଫଟୋ ସେଣ୍ଡ ଏବଂ ରିସିଭ କଲେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ସୂଚନା ମିଳୁଛି। ଆପଣ ଦେଖି ପାରିବେ ଯେ ଆଲବମରେ କେତେ ଫଟୋ ରହିଛି। ଏହା ସହିତ ଫାଇଲ୍ ସାଇଜ ମଧ୍ୟ ଦେଖି ପାରିବେ। ଆଲବମର ଲେଆଉଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

୩. ଭୁଲରେ ଅନ୍ୟ କଣ୍ଟାକ୍ଟକୁ ଫଟୋ ପଠାଇପାରିବେ ନାହିଁ : ଏହି ଫିଚର ଅନୁସାରେ ଏବେ ଆପଣ ହ୍ବାଟସଆପରେ ଯଦି କାହାକୁ ଆପଣ ଫଟୋ ସେଣ୍ଡ କରୁଛନ୍ତି ତେବେ ଆପଣ ଯାହାକୁ ସେଣ୍ଡ କରୁଛନ୍ତି ତାଙ୍କର ନାଁ ଦେଖାଯିବ। ଏହା ପୂର୍ବରୁ ଏପରି ଫିଚର ନଥିଲା ଏବଂ ଏଥିପାଇଁ ଫଟୋ ଅନ୍ୟ ପାଖକୁ ଚାଲିଯାଉଥିଲା।

୪.ଫରଓ୍ବାର୍ଡ଼ କାଉଣ୍ଟ ଫିଚର : ଏବେ ଏକ ନୂଆ ଫିଚର ଆସିଛି ଯାହା ଯାହା ଜରିଆରେ ଗ୍ରାହକ ଦେଖିପାରିବେ ଫରଓ୍ବାର୍ଡ଼ କରାଯାଇଥିବା ମ୍ୟାସେଜ ଏହା ପୂର୍ବରୁ କେତେ ଥର ଲୋକେ ଫରଓ୍ବାର୍ଡ଼ କରିଛନ୍ତି। ଏହି ଫିଚର ଫେକ୍ ଖବର ରୋକିବାର କାମ କରୁଛି।

୫. ହ୍ବାଟସଆପ ନଖୋଲି ପଠାଇପାରିବେ ମ୍ୟାସେଜ : ଏହା ନୂଆ ଫିଚର ନୁହେଁ,କିନ୍ତୁ ଏବେବି ଅନେକ ଲୋକ ଏହି ଫିଚର ବିଷୟରେ ଜାଣନ୍ତି ନାହିଁ। ଯଦି ଆପଣ ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ସିଧା ଗୁଗଲ୍ ଆପରେ ସର୍ଚ୍ଚରେ ଯାଇ ହ୍ବାଟସଆପ୍ ନଖୋଲି କାହାକୁ ବି ମ୍ୟାସେଜ ପଠାଇପାରିବେ।

ଏଥିପାଇଁ ସର୍ଚରେ ଯାଇ ହ୍ବାଟସଆପ୍ ଲେଖନ୍ତୁ,ଏହାପରେ ଆପଣଙ୍କୁ ସେଣ୍ଡ ହ୍ବାଟସଆପର ଅପ୍ସନ୍ ଦେଖାଯିବ। ଏଠାରୁ ଆପଣ କଣ୍ଟାକ୍ଟ ସର୍ଚ୍ଚ କରି ସିଧା ହ୍ବାଟସଆପରେ ମ୍ୟାସେଜ କରିପାରିବେ। ଆପଣଙ୍କୁ ହ୍ବାଟସଆପ୍ ଖୋଲିବାର ଆବଶ୍ୟକତା ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କ ସ୍ମାର୍ଟଫୋନ୍ ହ୍ବାଟସଆପ୍ ଲଗଡ ଇନ୍ ହୋଇଥିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.