Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ନାନ କରିବା ସମୟରେ ପ୍ରାୟତଃ ଲୋକେ ଏହି ୫ଟି ଭୁଲ କରନ୍ତି, ଏକ ନମ୍ବର ଭୁଲ ଆପଣ ବି କରନ୍ତି…

26/08/2019 at 4:17 PM

ସକାଳେ ଗାଧୋଇବା ସମୟରେ ଏହି ୫ଟି ଭୁଲ କରିବା ଅନୁଚିତ୍‌। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଶରୀର ଓ ତ୍ବଚାକୁ ସୁସ୍ଥ ରଖିବା ପାଇଁ ଅଧିକ ସମୟ ସ୍ନାନ କରିବା ଅନୁଚିତ୍‌। କାରଣ ଅଧିକ ସମୟ ସ୍ନାନ କଲେ ତ୍ବଚା ଉପରେ ଖରାପ ପ୍ରଭାବ ପଡେ।

ସାଧାରଣତଃ ଗାଧୋଇବା ସମୟରେ ଲୋକେ ସାବୁନ ବା ସାମ୍ପୁର ବ୍ୟବହାର କରନ୍ତି। ଏହା ଶରୀର ପାଇଁ କ୍ଷତିକାର ହୋଇଥାଏ। କାରଣ ଏଥିରେ ଥିବା କ୍ୟାମିକାଲ ପଦାର୍ଥ ତ୍ବଚା ଓ ଶରୀର ଚର୍ମକୁ ଡ୍ରାଏ କରିଥାଏ। ଫଳରେ ସ୍କିନ ଗ୍ଲୋ କରିବା କମ ହୋଇଥାଏ। ଏଥିପାଇଁ ଏହି ସବୁ ଜିନିଷ କମ ବ୍ୟବହାର କରିବା ଉଚିତ୍‌।

ଅଧିକାଂଶ ଲୋକେ ସ୍ନାନ କରିବା ସମୟରେ ଶରୀର ସଫା କରିବା ପାଇଁ ସ୍ପଞ୍ଜର ବ୍ୟବହାର କରନ୍ତି। ହେଲେ ସ୍ପଞ୍ଜ ବ୍ୟବହାର କରିବା କେବେ କେବେ ରୋଗର କାରଣ ହୋଇଥାଏ। ସେଥିରେ କିଛି ଅଣୁକୀଟ ବା ଜୀବ ରହିଥାନ୍ତି ଯାହା ଶରୀରରେ ବ୍ୟାପିଥାଏ। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ତେଣୁ ସମୟ ଅନୁସାରେ ସ୍ପଞ୍ଜ ମଧ୍ୟ ବଦଳିବା ଜରୁରୀ।  ଗାଧୋଇବା ସମୟରେ ଶରୀରର ଚମ କେବେ ରଗଡିବା ଅନୁଚିତ୍‌। କାରଣ ଏହା ଦ୍ବାରା ଶରୀରରେ ଥିବା ମୋଏଶ୍ଚର ତତ୍ତ୍ବ ସରିଯାଏ।

ଶୀତ ଋତୁରେ ସମସ୍ତେ ଗରମ ପାଣିରେ ଗାଧୋଇବା ପସନ୍ଦ କରନ୍ତି। ହେଲେ ଗରମ ପାଣିରେ ଗାଧୋଇଲେ ଶରୀରକୁ କୌଣସି ଫାଇଦା ହୋଇନଥାଏ । ଗରମ ପାଣି ତ୍ବଚାରେ ରିଙ୍କଲ ଆଣେ। ଫଳରେ ବୟସ ପୂର୍ବରୁ ଅଧିକ ବୟସର ଦେଖାଯିବାର ସମସ୍ୟା ହେବ।

 

   Related Posts