Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଏହି ୫ଜଣ ଖେଳାଳିଙ୍କ ପାଇଁ ଏହି ବିଶ୍ୱକପ ହୋଇପାରେ ଶେଷ ବିଶ୍ୱକପ

30/06/2019 at 4:25 PM

ଗତ ୫୦ ବର୍ଷରେ ଭାରତୀୟ କ୍ରିକେଟ ଦଳରେ ଅନେକ ଖେଳାଳି ସାମିଲ ହୋଇଛନ୍ତି ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ଭାରତକୁ ବିଶ୍ୱକପରେ ଅନେକ ମ୍ୟାଚ ଜିତିଛନ୍ତି । ଏହି ଖେଳାଳିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ମଧ୍ୟ ଜିତିଛି । ଏହି ଖେଳାଳିଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ଏବଂ ଶିଖର ଧୱନଙ୍କ ନାଁ ମଧ୍ୟ ସାମିଲ ଅଛି । ଏହି ଦୁଇ ଖେଳାଳି ପାଇଁ ଭାରତ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି ଏବଂ ଜିତାଇଛନ୍ତି ମଧ୍ୟ । କିଛିଦିନ ପୂର୍ବରୁ ଭାରତର ଘାତକ ଖେଳାଳି ଯୁବରାଜ ସିଂହ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଯୁବରାଜ ସିଂହ ସନ୍ୟାସ ନେବାରୁ ତାଙ୍କର ପ୍ରଶଂସକ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ । କିଛି ଦିନ ପରେ ଧୋନି ମଧ୍ୟ କ୍ରିକେଟରୁ ସନ୍ୟାସ ନେବେ । ଧୋନି ସନ୍ୟାସ ନେବାପରେ ତାଙ୍କ ପ୍ରଶଂସକ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବେ । ଧୋନିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଅଛନ୍ତି । ଧୋନିଙ୍କ ସରଳ ସ୍ୱଭାବ ପାଇଁ ମଧ୍ୟ ଲୋକେ ତାଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଚଳିତ ବିଶ୍ୱକପ ଏହି ୫ ଜଣ ଖେଳାଳିଙ୍କ ପାଇଁ ଶେଷ ବିଶ୍ୱକପ ହୋଇପାରେ । ଆଗାମୀ ବିଶ୍ୱକପରେ ଏହି ଖେଳାଳିମାନେ ଆଉ ନଖେଳିପାରନ୍ତି । ଆସନ୍ତୁ ଜାଣିବା ସେ କେଉଁ ୫ଜଣ ଖେଳାଳି :

୫. ଦୀନେଶ କାର୍ତିକ – ମହେନ୍ଦ୍ର ସିଂହ ଧୋନିଙ୍କ ପୂର୍ବରୁ ଦୀନେଶ କାର୍ତିକ ଭାରତୀୟ ଟିମରେ ସାମିଲ ହୋଇଥିଲେ । ଧୋନି ୱିକେଟ କିପର ବ୍ୟାଟ୍ସମ୍ୟାନ । ସେଥିପାଇଁ ଦୀନେଶଙ୍କୁ ଟିମରେ ମଉକା ମିଳିନଥିଲା । କିନ୍ତୁ ୨୦୧୮ରେ ପୁଣିଥରେ ଦୀନେଶ କାର୍ତିକ ଭାରତୀୟ ଟିମରେ ସାମିଲ ହୋଇଥିଲେ । ଏବେ ସେ ଭାରତ ପାଇଁ ବିଶ୍ୱକପ ମଧ୍ୟ ଖେଳୁଛନ୍ତି । ଦୀନେଶ କାର୍ତିକଙ୍କୁ ୩୪ ବର୍ଷ ବୟସ ହେଲାଣି । ସେଥିପାଇଁ ଚଳିତ ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ହୋଇପାରେ ।

୪. ମହମ୍ମଦ ସାମୀ – ମହମ୍ମଦ ସାମୀ ଚଳିତ ବିଶ୍ୱକପରେ ଏବେଯାଏଁ ୨ଟି ମ୍ୟାଚ ଖେଳିଛନ୍ତି । ଏହି ଦୁଇଟି ଯାକ ମ୍ୟାଚରେ ସାମୀ ଘାତକ ବୋଲିଂ କରିଥିଲେ । ଉଭୟ ମ୍ୟାଚରେ ସାମୀ ହ୍ୟାଟ୍ରିକ ନେଇଥିଲେ । ସ୍ୱାମୀଙ୍କୁ ବର୍ତ୍ତମାନ ୨୯ ବର୍ଷ ବୟସ ହୋଇଛି । ଚଳିତ ବିଶ୍ୱକପ ତାଙ୍କ ପାଇଁ ଶେଷ ବିଶ୍ୱକପ ହୋଇପାରେ । 

୩. ମହେନ୍ଦ୍ର ସିଂ ଧୋନି – ଧୋନି କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି । ଭାରତ ପାଇଁ ସେ ଦୁଇଥର ବିଶ୍ୱକପ ମଧ୍ୟ ଜିତିଛନ୍ତି । ଧୋନି ଯେତେବେଳେ କ୍ରିକେଟରୁ ସନ୍ୟାସ ନେବେ ସେତେବେଳେ ତାଙ୍କ ପ୍ରଶଂସକ ତାଙ୍କୁ ବହୁତ ମନେପକାଇବେ । ସେ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଖେଳାଳି । ଧୋନିଙ୍କୁ ଏବେ ୩୮ ବର୍ଷ ବୟସ ହେଲାଣି । ସେଥିପାଇଁ ସେ ଆଗକୁ ଆଉ ମ୍ୟାଚ ନଖେଳିପାରନ୍ତି । ଆସନ୍ତା ବିଶ୍ୱକପ ସେ ନଖେଳିପାରନ୍ତି । ଚଳିତ ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ହୋଇପାରେ ।

୨. ଶିଖର ଧୱନ – ଶିଖର ଧୱନ ଭାରତୀୟ କ୍ରିକେଟ ଦଳର ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନ । ସେ ଆଇସିସି ଟୁର୍ନାମେଣ୍ଟରେ ବହୁତ ମ୍ୟାଚ ଖେଳିଛନ୍ତି ଏବଂ ବହୁତ ରନ ମଧ୍ୟ କରିଛନ୍ତି । ଶିଖର ଧୱନ ଅନେକଥର ଭାରତକୁ ଜିତାଇଛନ୍ତି । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଶତକ କରି ଆହତ ହୋଇଥିଲେ । ଆହତ ହୋଇଥିବା ଯୋଗୁଁ ସେ ଟିମରୁ ବାହାରି ଯାଇଛନ୍ତି । ଶିଖର ଧାୱନଙ୍କ ବୟସ ଏବେ ୩୪ ବର୍ଷ । ଏହା ତାଙ୍କର ଶେଷ ବିଶ୍ୱକପ ହୋଇପାରେ । ଆଗାମୀ ବିଶ୍ୱକପ ସେ ନଖେଳିପାରନ୍ତି ।

୧. କେଦାର ଯାଦବ – ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବ ଭାରତ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି ଏବଂ ଅନେକ ମ୍ୟାଚ ଜିତାଇଛନ୍ତି ମଧ୍ୟ । ଚଳିତ ବିଶ୍ୱକପ ଟିମରେ କେଦାର ଯାଦବଙ୍କୁ ସାମିଲ କରାଯାଇଛି । କେଦାର ଯାଦବଙ୍କୁ ଏବେ ୩୪ ବର୍ଷ ବୟସ ହେଉଛି । ଆସନ୍ତା ବିଶ୍ୱକପ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଯିବ । ସେଥିପାଇଁ ଚଳିତ ବିଶ୍ୱକପ କେଦାର ଯାଦବଙ୍କ ପାଇଁ ଶେଷ ବିଶ୍ୱକପ ହୋଇପାରେ ।

   Related Posts