ଭାରତୀୟ କ୍ରିକେଟ ଇତିହାସର ୫ଟି ଏପରି ଜର୍ସି ନମ୍ବର ଯାହାକୁ କେବେ ଭୁଲି ହେବ ନାହିଁ : ଜାଣନ୍ତୁ

Published By : Prameya-News7 Bureau | July 10, 2019 IST

କ୍ରିକେଟ ଜଗତରେ ଖେଳାଳିଙ୍କ ଜର୍ସି ପଛରେ ଗୋଟିଏ ନମ୍ବର ଲେଖା ହୋଇଥାଏ ଯାହା ଖେଳାଳିଙ୍କ ପସନ୍ଦର ନମ୍ବର ହୋଇଥାଏ। ଅନେକ ଥର ଆଇସିସି ଏହି ନମ୍ବର ଗୁଡ଼ିକୁ କାହାକୁ ଦେଇ ନଥାଏ ଯାହା ଦ୍ବାରା ଅନ୍ୟ କେହି ଖେଳାଳି ଦ୍ବିତୀୟ ଥର ଏହି ନମ୍ବରକୁ ନିଜ ଜର୍ସି ପଛରେ ଲେଖିପାରିବେ ନାହିଁ। ଆଜି ଆମେ ଆପଣଙ୍କୁ ଏପରି ଜର୍ସି ନମ୍ବର ବିଷୟରେ କହିବା ଯାହାକୁ ଭୁଲିବା ଅତ୍ୟନ୍ତ କଷ୍ଟ।

{"id":132296}

 ୧. ସଚିନ ତେନ୍ଦୁଲକର(ଜର୍ସି ନମ୍ବର ୧୦) : ସଚିନ ତେନ୍ଦୁଲକର କ୍ରିକେଟ ଇତିହାସର ସବୁଠୁ ସଫଳ ବ୍ୟାଟସମ୍ୟାନ ଭାବେ ସୁପରିଚିତ। ତାଙ୍କୁ କ୍ରିକେଟର ଭଗବାନ ମଧ୍ୟ କୁହାଯାଏ। ତାଙ୍କ ଜର୍ସିର ନମ୍ବର ୧୦ ଏବଂ ଏହି ନମ୍ବରକୁ କେବେ ଭୁଲି ହେବ ନାହିଁ।

{"id":132298}

 ୨. ଏମଏସ ଧୋନି( ଜର୍ସି ନମ୍ବର ୭) : ମହେନ୍ଦ୍ର ସିଂହ ଧୋନି ସବୁଠୁ ପ୍ରିୟ ଖେଳାଳି ମଧ୍ୟରୁ ଜଣେ। ସେ ଭାରତୀୟ ଟିମକୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଜିତାଇଛନ୍ତି। ତାଙ୍କ ଜର୍ସିର ନମ୍ବର ୭ ଯାହା ଦୀର୍ଘ ଦିନ ଯାଏଁ ସମସ୍ତଙ୍କର ମନେ ରହିବ।

{"id":132299}

୩.ରୋହିତ ଶର୍ମା(ଜର୍ସି ନମ୍ବର ୪୫) : ରୋହିତ ଶର୍ମା ଯିଏ ୨୦୧୯ ବିଶ୍ବକପରେ ସବୁଠୁ ଭଲ ବ୍ୟାଟସମ୍ୟାନ୍ ଭାବରେ ସାମନାକୁ ଆସିଛନ୍ତି। ସେ ଲଗାତାର ୪ଟି ଶତକ କରିଥିବା ଖେଳାଳି ହୋଇଯାଇଛନ୍ତି। ତାଙ୍କ ଜର୍ସିର ନମ୍ବର ୪୫ ଯାହା ବିଶ୍ବପ୍ରସିଦ୍ଧ।

{"id":132301}

୪.ବିରାଟ କୋହଲି(ଜର୍ସି ନମ୍ବର – ୧୮) : ରନ ମେସିନ ନାମରେ ଜଣା ଯାଉଥିବା ଖେଳାଳି ବିରାଟ କୋହଲି ଆଜିର ସମୟରେ ବିଶ୍ବର ସବୁଠୁ ପ୍ରିୟ ବ୍ୟାଟସମ୍ୟାନ। ତାଙ୍କ ଜର୍ସିର ନମ୍ବର ୧୮ ଯାହାକୁ କେହି ଭୁଲି ପାରିବେ ନାହିଁ।

{"id":132302}

୫.ଯୁବରାଜ ସିଂହ (ଜର୍ସି ନମ୍ବର – ୧୨) : ଯୁବରାଜ ସିଂହ ଯିଏ ଭାରତୀୟ ଟିମର ସବୁଠୁ ଚମତ୍କାର ଓପନିଙ୍ଗ ବ୍ୟାଟସମ୍ୟାନ ଭାବେ ସୁପରିଚିତ । ସେ ଗୋଟିଏ ପରେ ଗୋଟିଏ ରେକର୍ଡ଼ କରିବାରେ ସଫଳ ହୋଇଥିଲେ। ତାଙ୍କ ଜର୍ସିର ନମ୍ବର ୧୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.