Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଯଦି ଯୁଦ୍ଧ ହୁଏ ତେବେ ଏହି ୫ଟି ଦେଶ ଭାରତକୁ କରିବେ ପୂର୍ଣ୍ଣ ସହଯୋଗ

17/02/2019 at 4:13 PM

ଗୁରୁବାର ଦିନ ଜମ୍ମୁରେ ହୋଇଥିବା ଆତଙ୍କୀ ହମଲା ପରେ ଏହାର ନିରୀକ୍ଷଣ କରିବା ପାଇଁ NIAକୁ ସମର୍ପଣ କରାଯାଇଛି। ତେବେ ଏହି କ୍ଷେତ୍ରରେ ଜଦି ଯୁଦ୍ଧ ହୋଇଥାନ୍ତା ତାହେଲେ ବିଶ୍ୱର ୫ଟି ଦେଶ ସବୁବେଳେ ଭାରତ ସହ ଛିଡା ହୋଇଥାନ୍ତା। ଜାଣନ୍ତୁ ଏହି ୫ଟି ଦେଶ-
୧.ଋଷ
୨.କନାଡା
୩.ବାଙ୍ଗଲାଦେଶ
୪. ଇସ୍ରାଇଲ
୫.ନେପାଲ
NIA ରିପୋର୍ଟରେ ପୁଲୱାମା ହମଲାରେ ଜମ୍ମୁ କଶ୍ମୀରେ ହିଁ ଆତଙ୍କବାଦୀ ଲୁଚିରହିଥିବା ଖବର ମିଳିଛି। ପାକିସ୍ତାନରେ ମଧ୍ୟ ଭୟଭୀତ ରହିଛି । ଫଳରେ ସୀମାରେ ସୁରକ୍ଷା ବଢାଇଦେଇଛି। କେବଳ ଏହି ୫ଟି ଦେଶ ନୁହେଁ ୪୦ ଅଧିକ ଦେଶ ପୁଲୱାମା ଘଟଣାକୁ ନିନ୍ଦା କରିଛନ୍ତି । ଏପରିକି ଜାତିସଂଘ ମଧ୍ୟ ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି ।
ଏଭଲି ପରିସ୍ଥିତିରେ ଯଦି ଯୁଦ୍ଧ ହୁଏ ତାହେଲେ ପାକିସ୍ତାନକୁ ବଡଧରଣର କ୍ଷତି ହେବ । ବିଶ୍ବର ଏକ ବଡ ଗୋଷ୍ଠୀ ଭାରତ ସପକ୍ଷରେ ଠିଆ ହେବ । ପାକିସ୍ତାନକୁ ଏକ ଗରିକିଆ କରିବା ପାଇଁ ମଧ୍ୟ କୂଟନୈତିକ ସ୍ତରରେ ବାରତ ତାର ଉଦ୍ୟମ ଜାରି ରଖିଛି । ଋଷ ଏବଂ ଆମେରିକା ଭଲି ରାଷ୍ଟ୍ର ନିଶ୍ଚୟ ଭାରତକୁ ସମର୍ଥନ ଓ ସହଯୋଗ କରିବେ । କେବଳ ଚୀନ ହୁଏତ ପାକିସ୍ତାନକୁ ସହଯୋଗ କରିପାରେ ।
ତେବେ ଆତଙ୍କବାଦୀଙ୍କ ସର୍ଦ୍ଦାର ତଥା ଜୈସ ଏ ମହମ୍ମଦର ପ୍ରତିଷ୍ଠାତା ମାସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପ୍ରସଂଗରେ ଚୀନ ତାର ଆଭିମୁଖ୍ୟ ପରିବର୍ତ୍ତନ କରିବା ପାକିସ୍ତାନକୁ ଝଟକା ଦେଇଛି । ପୂର୍ବରୁ ଏହାକୁ ବିରୋଧ କରିଆସୁଥିବା ଚୀନ ଭାରତର ଏହି ଦାବି ସପକ୍ଷରେ ଏବେ ମତ ପ୍ରଦାନ କରିଛି ।

   Related Posts